ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଆଜି ସଂନ୍ଧ୍ୟାରେ ପୁଣି ଦନ୍ତାହାତୀର ଉପଦ୍ରବ । ହାତୀ ଆକ୍ରମଣରେ ଜଣେ ୧୪ ବର୍ଷର ବାଳକ ମୃତ। ମୃତ ବାଳକ ଧୂଳିଗଡ ଜଙ୍ଗଲ ନିକଟ ଧପଂଖି ଗ୍ରାମର ସତ୍ୟ ଜେନା। ଏଥିସହ ହାତୀ ଆକ୍ରମଣରେ ମଠସାହିରେ ଆଉ ଏକ ବୃଦ୍ଧ ଦମ୍ପତ୍ତି ଆହତ ହୋଇଥିବା ଜଣାପଡିଛି । ଆହତ ବୃଦ୍ଧଙ୍କ ନାମ ଯୋଗେଶ୍ବର ଦାସ ହୋଇଥିବା ବେଳେ ସେ ଗୁରୁତର ଭାବେ ଆହତ ଥିବା ଜଣାପଡିଛି। ତେବେ ଆହତ ଦମ୍ପତ୍ତିଙ୍କୁ ଆମ୍ବୁଲାନ୍ସ ଯୋଗେ ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି । ସେପଟେ ବନବିଭାଗ ଦ୍ବାରା ହାତୀ ଘଉଡାଇବାକୁ ପ୍ରୟାସ ଜାରି ରହିଛି । ସ୍ଥାନୀୟ ଲୋକେ ହାତୀ ଆକ୍ରମଣ ଭୟରେ ଆତଙ୍କିତ ହୋଇପଡିଛନ୍ତି।
ଲୋକେ ନିଆଁ ହୁଳା ଜାଳି ହାତୀ ଘଉଡାଇବା ଅଭିଯାନରେ ସାମିଲ ହୋଇଛନ୍ତି । ଗ୍ରାମବାସୀ ମାନେ ମଟରସାଇକଲ ଲାଇଟ୍ ପକାଇ ହାତୀକୁ ଅନ୍ବେଷଣ କରିବାକୁ ଉଦ୍ୟମ କରୁଛନ୍ତି। ସମ୍ପୃକ୍ତ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ କରାଯାଇଛି । ହାତୀଟି ଆକ୍ରମଣାତ୍ମକ ହୋଇଥିବାରୁ ତାକୁ ସୁରକ୍ଷିତ ଭାବେ ଜଙ୍ଗଲକୁ ଘଉଡାଇବାରେ ଜନ ସାଧାରଣ ସହଯୋଗ କରିବାକୁ କଟକ ଡିଏଫଓ ସୂଦର୍ଶନ ପାତ୍ର ନିବେଦନ କରିଛନ୍ତି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା । ଉତ୍ତେଜିତ ଲୋକେ ଦାନଗଦୀ ମେଡିକାଲ ସାମନାରେ କଳିଙ୍ଗନଗର-ଯାଜପୁର ରୋଡ ରାସ୍ତା ଅବରୋଧ।