ନୂଆଦିଲ୍ଲୀ : ଧୁମ୍ଧାମରେ ବିବାହ ପରେ ଗତକାଲି ନୂଅାଦିଲ୍ଲୀର ତାଜ୍ ପ୍ୟାଲେସରେ ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନ୍ସଙ୍କ ପ୍ରଥମ ରିସେପ୍ସନ୍ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗେଦେଇଥିଲେ। ଏହାସହ ରିସେପ୍ସନ୍ରେ ବହୁ ରାଜନେତା ମଧ୍ୟ ଯୋଗ ଦେଇଥିଲେ।
ଏହି ଅବସରରେ ପ୍ରିୟଙ୍କା ଗୋଲ୍ଡେନ୍ କଲରର ଲେହେଙ୍ଗା ପିନ୍ଧିଥିଲେ। ସେହିପରି ନିକ୍ କଳା ରଙ୍ଗର୍ ବ୍ଲେଜର ପରିଧାନ କରିଥିଲେ। କଡ଼ା ସୁରକ୍ଷା ମଧ୍ୟରେ ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ ଉଭୟେ ମୋଦିଙ୍କ ସହ ଫଟୋ ଉଠାଇଥିଲେ।
ଗତ ଡିସେମ୍ବର ୧ ଓ ୨ ତାରିଖରେ ରାଜସ୍ଥାନର ଯୋଧପୁରରେ ଉଭୟଙ୍କ ହିନ୍ଦୁ ଓ ଖ୍ରୀଷ୍ଟିୟାନ୍ ପରମ୍ପରାରେ ବିବାହ ହୋଇଥିଲା।
Facebook Notice for EU!
You need to login to view and post FB Comments!