Breaking News
11:54 pmପୋଲିସ ଅତ୍ୟାଚାରରେ ଆତ୍ମହତ୍ୟା ଘଟଣା ପଡିଲା ମହଙ୍ଗା। ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନେଲେ ଯାଜପୁର ଆରକ୍ଷୀ ଅଧିକ୍ଷକ। ବଦଳିଲେ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅଧିକାରିଣୀ ରୀନାରାଣୀ ସାହୁ। ସୂଚନା ଦେଲେ ଯାଜପୁର ଆରକ୍ଷୀ ଅଧିକ୍ଷକ ଭିନିତ ଅଗ୍ରୱାଲ 12:19 pmଘଟଗାଁ: ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଘଟଗାଁ ତହସିଲ୍ ଅଫିସର କନିଷ୍ଠ କିରାଣୀ ଦେବାଶିଷ ପଣ୍ଡା 7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ

ଦେଢ଼ବର୍ଷ ତଳେ ବିଭା ହୋଇ ଘରକୁ ଆସିଥିବା ବୋହୂଙ୍କୁ ଶଶୁରଘର ଲୋକେ ମାଡ଼ ମାରି ହତ୍ୟା

704 0

ଯାଜପୁର: (ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲ୍ଲାର ବରୀ ଥାନା ଅନ୍ତର୍ଗତ ଶଙ୍କରାକୂଳ ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ‌ଦେଢ଼ବର୍ଷ ତଳେ ବିଭା ହୋଇ ଘରକୁ ଆସିଥିବା ବୋହୂଙ୍କୁ ଶଶୁରଘର ଲୋକେ ମାଡ଼ ମାରି ହତ୍ୟା କରିଥିବା ଝିଅର ବାପଘର ଲୋକେ ଅଭିଯୋଗ ଆଣିଛନ୍ତି।ସୂଚନା ଅନୁସାରେ, ସଦର ଥାନାର ଉପର ବରୁହାଁ ଗ୍ରାମର ବ୍ରଜ କିଶୋର ଦାସଙ୍କ ଝିଅ ତୁଳସୀ ବରୀ ଥାନାର ଶଙ୍କାରାକୂଳ ଗ୍ରାମର ଭିକାରି ମଲ୍ଳିକଙ୍କ ପୁଅ ରାମ ମଲ୍ଳିକଙ୍କୁ ୨୦୧୮ ମସିହା ଏପ୍ରିଲ ମାସ‌ରେ ବିବାହ କରିଥିଲେ। ବିବାହ ସମୟରେ ଦାବି ମୁତାବକ ସମସ୍ତ ଯୌତୁକ ଦିଆ ଯାଇଥିଲେ ମଧ୍ୟ ଶଶୁରଘର ଲୋକ ଅଧିକ ଯୌତୁକ ଦାବି କରି ଆସୁଥିଲେ। ଏନେଇ ଶଶୁରଘର ଲୋକେ ବୋହୂକୁ ଶାରୀରିକ ଓ ମାନସିକ ନିର୍ଯାତନ ଦେଇ ଆସୁଥିଲେ।

ପୂର୍ବରୁ ଦୁଇ ପକ୍ଷ ଲୋକ ଏହାକୁ ନେଇ ଆଲୋଚନା କରିବା ପରେ ସୁବିଧା ହେଲେ ଶଶୁରଘର ଲୋକଙ୍କୁ ବାପଘର ଲୋକ ଟଙ୍କା ଦେବେ ବୋଲି କଥା ହୋଇଥିଲା।ତା ସତ୍ତ୍ବେ ବି ଘରେ ସ୍ବାମୀ ନଥିବା ଅବସ୍ଥାରେ ନଣନ୍ଦମାନେ ତୁଳସୀଙ୍କୁ ବହୁ ନିର୍ଯ୍ୟାତନା ଦେଇ ଚାଲିଥିଲେ। ଗତକାଲି ଶଶୁରଘର ଲୋକ ତୁଳସୀଙ୍କୁ ମାଡ଼ ମାରିବା ସହ ପେଜ ଢାଳି ପୋଡ଼ି ମାରି ଦେଇଥିବା ଖବର ପାଇଁ ବାପଘର ଲୋକ ସେଠାରେ ପହଞ୍ଚି ‌ଯୌତୁକ ପାଇଁ ତାଙ୍କ ଝିଅର ହତ୍ୟା ହୋଇଛି ବୋଲି ଅଭିଯୋଗ ଆଣିଛନ୍ତି।

Related Post

କୁଶାମୁରା ଛକରେ ହୋଇଛି ଜଘନ୍ୟ ହତ୍ୟାକାଣ୍ଡ

Posted by - December 25, 2021 0
ସମ୍ବଲପୁର: :(ରମାକାନ୍ତ ବିଶ୍ବାଳ)ଜୁଯୋମୁରା ଥାନା ଅନ୍ତର୍ଗତ ଛାମୁଣ୍ଡା ପଞ୍ଚାୟତ ର କୁଶାମୁରା ଛକରେ ହୋଇଛି ଜଘନ୍ୟ ହତ୍ୟାକାଣ୍ଡ । ଏହି ହତ୍ୟାକାଣ୍ଡ ରେ ମୄତବ୍ୟକ୍ତି ଙ୍କ ଚେହରା…

ନବରଙ୍ଗପୁର ପୋଲିସ କୁ ମିଳିଛି ବଡ଼ ସଫଳତା :୨୬ଟି ସ୍ମାର୍ଟ ଫୋନ ଉଦ୍ଧାର

Posted by - September 27, 2021 0
ନବରଙ୍ଗପୁର :(ବେଣୁ ଗୋପାଳ ରାଓ )ନବରଙ୍ଗପୁର ପୋଲିସ କୁ ମିଳିଛି ବଡ଼ ସଫଳତା ! 26ଟି ସ୍ମାର୍ଟ ଫୋନ କୁ ଉଦ୍ଧାର କରିଛି ନବରଙ୍ଗପୁର ପୋଲିସ !…

ଅଲ୍ଟୋ କାର ସହ ଶାଗୁଆନ ପଟା ଜବତ , ଘଟଣା ସ୍ଥଳରୁ ଗାଡି ଛାଡି ଆସାମୀ ଫେରାର

Posted by - October 13, 2021 0
ବୌଦ୍ଧ: ( ଚିତରଂଜନ ସିଂ) ବୌଦ୍ଧ ଜିଲ୍ଲା  ମାଧପୁର ରେଞ୍ଜ ଅନ୍ତଗତ କଖାରୁଫାଲ ପିତବଳୀ ପୀଠ ନିକଟରୁ ଏକ ଅଲ୍ଟୋ କାର ସହ  ବହୁ ମୂଲ୍ୟବାନ ଶାଗୁଆନ…

ଗଞ୍ଜେଇ ସହ ପାଞ୍ଚ ବନ୍ଧୁକ ଜବତ, ଦୁଇ ଆସାମୀ ଗିରଫ

Posted by - April 21, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ପୋଲିସକୁ ମିଳିଛି ବଡ଼ ସଫଳତା l କଣ୍ଟାମାଳ ପୋଲିସ ର ସ୍ୱତନ୍ତ୍ର ଚଢ଼ାଉରେ ଲମ୍ବସରୀ ନିକଟ ମାନପଦର ଗ୍ରାମ୍ୟ ଜଙ୍ଗଲରୁ ଚାଲାଣ…

Leave a comment

Your email address will not be published.