ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଦୁର୍ଘଟଣାରେ ଜଳିଗଲା ଟ୍ରକ୍ ଓ ବାଇକ୍ । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥର କୁଆଖିଆ ଛକ ନିକଟରେ । ଆଜି ଏହି ରାଜପଥରେ ଏକ ଟ୍ରକ ସହ ବାଇକର ଦୁର୍ଘଟଣା ଘଟିଥିଲା । ଫଳରେ ଉଭୟ ଗାଡି ରାଜପଥ ଉପରେ ଜଳିଯାଇଥିଲା । ତେବେ ଏହି ଦୁର୍ଘଟଣାରେ ଉଭୟ ଟ୍ରକ ଚାଳକ ଓ ବାଇକ ଆରୋହୀ ଅଳ୍ପକେ ବର୍ତିଯାଇଥିବା ଜଣାପଡିଛି । ରସୁଲପୁର ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ ।
ଏହି ଦୁର୍ଘଟଣା ପରେ ରାଜପଥରେ ଗାଡି ଚଳାଚଳ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା । ଖବର ପାଇ କୁଆଖିଆ ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡି ଦୁଇଟିକୁ ଜବତ କରି ତଦନ୍ତ ଚଳାଇଛନ୍ତି ।
ଯାଜପୁର ରୁ ଆନନ୍ଦ ଚନ୍ଦ୍ର ସାହୁ ।
Facebook Notice for EU!
You need to login to view and post FB Comments!