Breaking News
10:10 amଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର: ୨୭ ଏକର ଜମିକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଅନୁମତି ୧୧୬୪ ଏକର ଜମିରେ ନିର୍ମାଣ ହେବ ବିମାନବନ୍ଦର 10:10 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଢ଼େଇବର ଗ୍ରାମରେ ଚରିତ୍ର ଉପରେ ସନ୍ଦେହରୁ ଦୁଃଖଦ ପରିଣାମ: ବିଷଧର ନାଗ ଆଣି ପତ୍ନୀ ଓ ଶିଶୁକନ୍ୟାକୁ ହତ୍ୟା ଅଭିଯୁକ୍ତ ସ୍ବାମୀ ଗିରଫ 10:08 amଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗର ସୁପରିଟେଣ୍ଟେଡ଼ ଗଙ୍ଗା ପାଇକରାୟଙ୍କ ନବରଙ୍ଗପୁର ସ୍ଥିତ ଭଡାଘରେ ଆଜି ଭିଜିଲାନ୍ସ ରେଡ଼ କରିଛି 1:47 pmବୌଦ୍ଧ: ବୌଦ୍ଧ ବୁଟୁପାଲିରେ ଥିବା ପୁଲିସ କଲୋନୀର କ୍ୱାଟର୍ସରୁ ଜଣେ ମହିଳା କନେଷ୍ଟବଳଙ୍କ ମୃତଦେହ ଜବତ,ସ୍ୱାମୀ ଅଟକ 1:46 pmଭୁବନେଶ୍ବର: ସର୍ବଦଳୀୟ ବୈଠକ ପରେ ବି ଚାଲିପାରିଲାନି ଗୃହ। ଅପରାହ୍ଣ ୪ଟା ଯାଏ ବିଧାନସଭା ମୁଲତବୀ।

ତୃତୀୟ ରାଜ୍ୟ ସ୍ତରୀୟ ମା ଭୈରବୀ ମହୋତ୍ସବ ଉଦଘାଟିତ

79 0

ବୌଦ୍ଧ : (ଚିତ୍ତ ରଞ୍ଜନ ସିଂ) ବୌଦ୍ଧ ଜିଲ୍ଲା ର ଅଧିଷ୍ଠାତ୍ରୀ ଦେଵୀ ପୁରୁଣାକଟକ ବାସିନୀ ବାଉଁଶ ରାଣୀ ମା ଭୈରବୀ ଙ୍କ ନାମରେ ଆୟୋଜିତ ତୃତୀୟ ମା ଭୈରବୀ ମହୋତ୍ସବ ଗୁରୁବାର ଅନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି!ପ୍ରଥମେ ମା ଜଗତ ଜନନୀ ଭୈରବୀ ଙ୍କ ପୀଠରୁ ବିଜୟ ପ୍ରତିମା ଓ ମଶାଲ ଶୋଭାଯାତ୍ରା ରେ ବାହାରି ହଜାର ହଜାର ଲୋକଙ୍କ ସମାଗମ ରେ ଦୁଲୁଦୁଲି, ଘଣ୍ଟ ବlଦ୍ୟ, ନାମ ସଂକୀର୍ତନ, ମେଲୋଡି, ଲୋକଦଣ୍ଡ ନୃତ୍ୟ, ଘୋଡାନାଚ ରେ ମହୋତ୍ସବ ପଡିଆକୁ ନିଆଯାଇ ଥିଲା ମାଁ ଙ୍କ ପୂଜାର୍ଚ୍ଚନା ଓ ସନ୍ଧ୍ୟା ଆଳତୀ କରଯାଇଥିଲା। ପରେ ମଞ୍ଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଉଦଘାଟିତ ଦିବସ ରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାର ଙ୍କ ଜଙ୍ଗଲ ଓ ପରିବେଶ, ଲୋକ ସଂପର୍କ, ସୂଚନା ମାନ୍ୟବର ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଜିଲ୍ଲାପାଳ ନୃସିଂହ ଚରଣ ସ୍ବାଇଁ, ,NAC ଅଧକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ମହୋତ୍ସବ ସଭାପତି ଅଶୋକ ଅଗ୍ରୱାଲ, ଆବାହକ ବିଭୁଦତ୍ତ ବୋଷ,ସମ୍ପାଦକ ଅଶୋକ ସେଠି ପ୍ରମୁଖ ମଞ୍ଚସିନ ଥିଲେ । ମଞ୍ଚ ପରିଚାଳନା କରିଥିଲେ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ର ଅଧକ୍ଷ ରମେଶ ଚନ୍ଦ୍ର ତାରିଣୀଆଁ, ଓ ଅଶୋକ ମହାନ୍ତି ,ପରେ ସ୍ଥାନୀୟ ସ୍କୁଲ, କଲେଜ ଛାତ୍ରଛାତ୍ରୀ ଓ ଆଞ୍ଚଳିକ କଳାକାର ଓ ଓଡିଶା ର ସୁନାମଧନ୍ୟ କଳାକାର ଙ୍କ ଦ୍ୱାରା ସାଂକୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ରେ ଦର୍ଶକ ଝୁମିଥିଲେ! ମହୋତ୍ସବ କୁ କମିଟି ର ଉପସଭାପତି ସରୋଜ ପ୍ରଧାନ,, ସହ ସମ୍ପାଦକ ସୁବାସ ପ୍ରଧାନ, ସାଙ୍ଗଠନିକ ସମ୍ପାଦକ ପ୍ରାଣବନ୍ଧୁ ପ୍ରଧାନ, ସଦସ୍ୟ ସତୀଶ ବେହେରା,ବିଜୟ କହଁ ର, ସୁକାନ୍ତ ପଟ୍ଟନାୟକ,କୈଳାସ ଅଗ୍ରୱାଲା, ସରୋଜ ପ୍ରଧାନ ପ୍ରମୁଖ ସମସ୍ତ ସଦସ୍ୟଙ୍କ ସଂପୂର୍ଣ ସହଯୋଗ କରିଥିବା ବେଳେ ସୁସ୍ୱାଦୁ ଖାଦ୍ୟ ଷ୍ଟଲ, ମିନବଜାର,ଗୁଡିକରେ ଲୋକଙ୍କ ମହୋତ୍ସବ ପଡିଆ ରେ ଭିଡ଼ ଦେଖିବାକୁ ମିଳିଥିଲା। ଉକ୍ତ କାର୍ଯ୍ୟକ୍ରମ ଗୁରୁବାର ଠୁ ଆରମ୍ଭ ହୋଇ ଆଗମୀ ୨୧  ତାରିଖ ପର୍ଯ୍ୟନ୍ତ ଚାଲିବା ନେଇ ଅନୁଷ୍ଠାନ ର ସଭାପତି ଅଶୋକ ଅଗ୍ରୱାଲ ସୂଚନା ଦେଇଛନ୍ତି।

Related Post

“ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡା ଦ୍ବାରା ଆଇନ୍ ସଚେତନତା କାର୍ଯ୍ୟକ୍ରମ”

Posted by - May 29, 2023 0
ମୁନିଗୁଡା :(ରମାକାନ୍ତ ପୋଡାଳ )ଦିବ୍ୟାଙ୍ଗ ମାନଙ୍କ ପାଇ ଏକ ସପ୍ତାହ ବ୍ୟାପି ସଚେତନତା ଅଭିଯାନ ରେ ଯାହାକି ୨୨.୦୫.୨୦୨୩ ରୁ ୨୯.୦୫.୨୦୨୩ ପର୍ଯ୍ୟନ୍ତ ଚାଲିଛି I ସେହି…

ମୋ ଘର ଯୋଜନା ସମ୍ପର୍କିତ ସଚେତନତା କର୍ମଶାଳା

Posted by - July 13, 2023 0
ମୁନିଗୁଡା:(ରମାକାନ୍ତ ପଡାଲ)ରାୟଗଡା ଜିଲ୍ଲା ବିଷମ କଟକ ପଂଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନି କକ୍ଷରେ ମୋ ଘର ଯୋଜନା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମ।।ଶଳା…

ସାଲିସବିହୀନ ରାଜନେତା ଥିଲେ ଅଶୋକ ଦାସ। ଦେଖନ୍ତୁ ତାଙ୍କ ଏକଦଶାହ ରେ କେଉଁ ମାନେ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଆସିଥିଲେ

Posted by - December 28, 2018 0
ଯାଜପୁର:(Bureau)ଅଶୋକ ଦାସ… ଏକ ଅବିସ୍ମରଣୀୟ ଆହ୍ୱାନ, ଏକ ଅକୁତୋଭୟ ଅଙ୍ଗୀକାର । ଓଡ଼ିଶା ରାଜନୀତିର ସେ ଥିଲେ ସେଇ କାଉଁରିଆ କାଠି, ଯିଏ ବନ୍ଧୁମାନଙ୍କ ବିଶ୍ୱାସଘାତକାରେ ଭାଙ୍ଗି…

ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ବିଭାଗ ମହାନିର୍ଦ୍ଦେଶକଙ୍କ ବୌଦ୍ଧ ଗସ୍ତ

Posted by - November 14, 2023 0
ବୌଦ୍ଧ:୧୩ା୧୧(ଚିତ୍ତରଞ୍ଜନ ସିଂହ)ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ବିଭାଗ ମହାନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଦିନିକିଆ ବୌଦ୍ଧଜିଲା ଗସ୍ତ କରି ଐତିହାସିକ ରାମଶ୍ୱେର ଓ ଗନ୍ଧରାଢୀ ମନ୍ଦିର ପରିଦର୍ଶନ…