Breaking News
10:10 amଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର: ୨୭ ଏକର ଜମିକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଅନୁମତି ୧୧୬୪ ଏକର ଜମିରେ ନିର୍ମାଣ ହେବ ବିମାନବନ୍ଦର 10:10 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଢ଼େଇବର ଗ୍ରାମରେ ଚରିତ୍ର ଉପରେ ସନ୍ଦେହରୁ ଦୁଃଖଦ ପରିଣାମ: ବିଷଧର ନାଗ ଆଣି ପତ୍ନୀ ଓ ଶିଶୁକନ୍ୟାକୁ ହତ୍ୟା ଅଭିଯୁକ୍ତ ସ୍ବାମୀ ଗିରଫ 10:08 amଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗର ସୁପରିଟେଣ୍ଟେଡ଼ ଗଙ୍ଗା ପାଇକରାୟଙ୍କ ନବରଙ୍ଗପୁର ସ୍ଥିତ ଭଡାଘରେ ଆଜି ଭିଜିଲାନ୍ସ ରେଡ଼ କରିଛି 1:47 pmବୌଦ୍ଧ: ବୌଦ୍ଧ ବୁଟୁପାଲିରେ ଥିବା ପୁଲିସ କଲୋନୀର କ୍ୱାଟର୍ସରୁ ଜଣେ ମହିଳା କନେଷ୍ଟବଳଙ୍କ ମୃତଦେହ ଜବତ,ସ୍ୱାମୀ ଅଟକ 1:46 pmଭୁବନେଶ୍ବର: ସର୍ବଦଳୀୟ ବୈଠକ ପରେ ବି ଚାଲିପାରିଲାନି ଗୃହ। ଅପରାହ୍ଣ ୪ଟା ଯାଏ ବିଧାନସଭା ମୁଲତବୀ।

ଦ୍ରୁତ ଗତିରେ ପଲାସା ପାସେଞ୍ଜରକୁ ପିଟିଥିଲା ରାୟଗଡ଼ା ପାସେଞ୍ଜର,ଲୋକୋ ପାଇଲଟ୍‌ ଓ ଗାର୍ଡଙ୍କ ସମେତ ୧୩ ମୃତ, ୫୦ ଆହତ

109 0

ଆନ୍ଧ୍ର ପ୍ରଦେଶ ବିଜୟନଗରମ୍‌ରେ ବଡ଼ ଧରଣର ରେଳ ଦୁର୍ଘଟଣା ଘଟିଛି । ଦୁଇଟି ପାସେଞ୍ଜର ଟ୍ରେନ୍ ମଧ୍ୟରେ ଧକ୍କା ହୋଇଛି । ଆଲମଣ୍ଡା ଷ୍ଟେସନ ନିକଟରେ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍‌କୁ ବିଶାଖାପାଟଣା- ରାୟଗଡା ପାସେଞ୍ଜର ଟ୍ରେନ୍ ଧକ୍କା ଦେଇଛି । ଏଥିରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି । ଆନ୍ଧ୍ର-ଓଡ଼ିଶା ସୀମାବର୍ତ୍ତୀ କଣ୍ଟାକାପାଲୀ-ଆଲମଣ୍ଡା ଷ୍ଟେସନ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି ।ମନୁଷ୍ୟକୃତ ତ୍ରୁଟି ଯୋଗୁ ଆନ୍ଧ୍ର-ଓଡ଼ିଶା ସୀମାରେ ରେଳ ଦୁର୍ଘଟଣା ଘଟଥିବା ଜଣାଯାଇଛି।। ରାୟଗଡ଼ା-ବିଶାଖାପାଟଣା ଲୋକୋ ପାଇଲଟଙ୍କ ତ୍ରୁଟି ଯୋଗୁ ଦୁର୍ଘଟଣା ଘଟିଥିବା ରେଳ ବିଭାଗର ପ୍ରାଥମିକ ତଦନ୍ତରୁ ଜଣାଯାଇଛି।

ଏଥିରୁ ସ୍ପଷ୍ଟ ହୋଇଛି ଯେ ରେଡ ସିଗନାଲ ପାଇ ଟ୍ରାକ ଉପରେ ଅଟକିଥିଲା ପଲାସା ପାସେଞ୍ଜର। ରାୟଗଡ଼ା- ବିଶାଖାପାଟଣା ପାସେଞ୍ଜରକୁ ମଧ୍ୟ ରେଡ ସିଗନାଲ ଦିଆଯାଇଥିଲା। ହେଲେ ରେଡ ସିଗନାଲକୁ ରାୟଗଡ଼ା ଲୋକୋ ପାଇଲଟ ଅଣଦେଖା କରିଥିଲେ। ଦ୍ରୁତ ଗତିରେ ପଲାସା ପାସେଞ୍ଜରକୁ ପିଟିଥିଲା ରାୟଗଡ଼ା ପାସେଞ୍ଜର। ବିଜୟନଗରମ ପ୍ରଶାସନ ପକ୍ଷରୁ ଏ ନେଇ ସ୍ଥାନୀୟ ଗଣମାଧ୍ୟମରେ ସୂଚନା ଦିଆଯାଇଛି।

ଆହତଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ୨ ଜଣ ରେଳ କର୍ମଚାରୀ ଅଛନ୍ତି । ବିଶାଖାପାଟଣା-ରାୟଗଡାର ଲୋକୋ ପାଇଲଟ୍ ଓ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନର ଗାର୍ଡଙ୍କ ମୃତ୍ୟୁ ହୋଇଛି । ୧୩ ମୃତକଙ୍କ ମଧ୍ୟରୁ ୭ ଜଣଙ୍କ ପରିଚୟ ମିଳିଛି । ଏନେଇ ବିଜୟନଗରମ୍‌ ଏସପି ଦୀପିକା ସୂଚନା ଦେଇଛନ୍ତି।

ଅନ୍ୟପକ୍ଷେ, ଟ୍ରେନ୍‌ ଦୁର୍ଘଟଣା ଯୋଗୁ ୩୩ଟି ଟ୍ରେନ୍‌କୁ ରେଳ ବିଭାଗ ପକ୍ଷରୁ ବାତିଲ୍‌ କରାଯାଇଛି । ଏହାସହ ୨୨ଟି ଟ୍ରେନ୍‌ର ଗତିପଥ ପରିବର୍ତ୍ତନ ଓ ୧୧ଟି ଟ୍ରେନ୍‌ ଆଂଶିକ ବାତିଲ୍ ହୋଇଛି । ଅପରାହ୍ନ ୪ଟା ସୁଦ୍ଧା ମରାମତି କାମ ସରିବ ବୋଲି ଜଣାପଡ଼ିଛି ।

ସେପଟେ ସ୍ଥିତି ପରଖିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବା ଦିଲ୍ଲୀରେ ରେଲୱେର ବରିଷ୍ଠ ଅଧିକାରୀଙ୍କ ସହ ପୁରା ସ୍ଥିତିର ସେ ଅନୁଧ୍ୟାନ କରିଛନ୍ତି । କିଭଳି ଏତେ ବଡ଼ ଦୁର୍ଘଟଣା ହେଲା ସେନେଇ ସମୀକ୍ଷା ଚାଲିଛି ।ସୂଚନାଥାଉ କି, ଆଲମଣ୍ଡା ଷ୍ଟେସନ ନିକଟରେ 08532 ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍ ଟ୍ରାକ୍‌ରେ ଥିବାବେଳେ 08504 ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଟ୍ରେନ୍‌କୁ ପଛରୁ ଧକ୍କା ଦେଇଥିଲା । ଏଥିଯୋଗୁ ୫ଟି ବଗି କ୍ଷତିଗ୍ରସ୍ତ ହୋଇଥିଲା । ଗୋଟିଏ ଟ୍ରେନ୍ ଉପରେ ଚଢ଼ି ଯାଇଥିଲା ଆଉ ଏକ ଟ୍ରେନ୍ ।

ଦୁର୍ଘଟଣା ଖବର ପାଇଁ ସ୍ଥାନୀୟ ପ୍ରଶାସନ ଓ ରେଳ ବିଭାଗ ପକ୍ଷରୁ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥଲା । ପରେ ଏଥିରେ ଏସ୍‌ ଡିଆରଏଫ୍ ଓ ଏନଡିଆରଏଫ୍ ଟିମ୍ ସାମିଲ ହୋଇଥିଲେ । ଆହତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ବିଜୟନଗରମ୍ ମେଡିକାଲରେ ଭର୍ତ୍ତି କରାଯାଇଛି ।

Related Post

ତାମିଲନାଡୁ କୁ ଦାଦନ ଖଟିବାକୁ ଯାଇ ଯୁବକ ନିରୁଦ୍ଧିଷ୍ଟ,ଚିନ୍ତାରେ ପୁରା ପରିବାର

Posted by - April 22, 2023 0
ହରଭଙ୍ଗା :(ଚିତ୍ତରଞ୍ଜନ ସିଂହ))ଦାଦନ ଖଟିବାକୁ ଯାଇ ଯୁବକ ନିରୁଦିଷ୍ଟ .ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସାମ୍ପୋଚ ଗ୍ରାମରେ ଘଟିଛି ଏଭଳି ଘଟଣା!ଆଜକୁ 6ଦିନ ହେଲା ଘରର ପରିବାର…

କଳାହାଣ୍ଡି ଜିଲ୍ଲା ଆଦିବାସୀ ସଂଘ ଜୟପାଟଣା ଶାଖା ପକ୍ଷରୁ ବିଶ୍ଵ ଆଦିବାସୀ ଦିବସ ପାଳିତ

Posted by - August 10, 2023 0
ଭବାନୀପାଟଣା:(ଅର୍ଜୁନ ପଟ୍ଟନାୟକ )କଳାହାଣ୍ଡି ଜିଲ୍ଲା ଆଦିବାସୀ ସଂଘ ଜୟପାଟଣା ଶାଖା ପକ୍ଷରୁ ସଭାପତି ମନୋଜ ପାତ୍ର ଙ୍କ ନେତୃତ୍ଵରେ ସମାରୋହର ସହ ବିଶ୍ଵ ଆଦିବାସୀ ଦିବସ ପାଳିତ…

୪୧ ଲକ୍ଷ ୨୬ ହଜାର ଟଙ୍କା ଜାଲ୍‌ ନୋଟ୍ ଜବତ ଜଣେ ଗିରଫ

Posted by - September 3, 2023 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଅଞ୍ଚଳରେ ଜାଲ୍‌ ନୋଟ୍‌ ରାକେଟ୍ ଘଟଣା ୪୧ ଲକ୍ଷ ୨୬ ହଜାର ଟଙ୍କାର ଜାଲ୍‌ ନୋଟ୍ ଜବତ ଜଣ କୁ…

ଭଇଁରିପାଲି ପଞ୍ଚାୟତ ରେ ବାଟବଣା ହରିଶ୍ଚନ୍ଦ୍ର ଯୋଜନା, ହିତାଧିକାରୀ ଙ୍କୁ ସହାୟତା କେବେ?

Posted by - May 13, 2023 0
ଭବାନୀପାଟଣା :(ଅର୍ଜୁନ ପଟ୍ଟନାୟକ)ସରକାର ଅସହାୟ ଙ୍କୁ ସହାୟତା ର ଉଦ୍ଧେଶ୍ୟ ନେଇ ଆରମ୍ଭ କରିଥିଲେ ହରିଶ୍ଚନ୍ଦ୍ର ଯୋଜନା। ମୃତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ପାଇଁ ଉଦ୍ଧିଷ୍ଟ ଏହି…