Breaking News
11:54 pmପୋଲିସ ଅତ୍ୟାଚାରରେ ଆତ୍ମହତ୍ୟା ଘଟଣା ପଡିଲା ମହଙ୍ଗା। ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନେଲେ ଯାଜପୁର ଆରକ୍ଷୀ ଅଧିକ୍ଷକ। ବଦଳିଲେ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅଧିକାରିଣୀ ରୀନାରାଣୀ ସାହୁ। ସୂଚନା ଦେଲେ ଯାଜପୁର ଆରକ୍ଷୀ ଅଧିକ୍ଷକ ଭିନିତ ଅଗ୍ରୱାଲ 12:19 pmଘଟଗାଁ: ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଘଟଗାଁ ତହସିଲ୍ ଅଫିସର କନିଷ୍ଠ କିରାଣୀ ଦେବାଶିଷ ପଣ୍ଡା 7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ

ଦବିଲା ୨୦ ନଂ ଜାତୀୟ ରାଜପଥ : ଆରଡି-ଯାଜପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ,ମଣିବାବାଙ୍କ ଦର୍ଶନ ନପାଇ ଫେରିଗଲେ ପର୍ଯ୍ୟଟକ, ବାହ୍ୟଜଗତରୁ ବିଚ୍ଛିନ୍ନ ହେବ ବୋଡକ ଗାଁ!, ପାଠପଢାରୁ ବଞ୍ଚିତ ଶତାଧିକ ଛାତ୍ରଛାତ୍ରୀ

1167 0

ଆରଡି : ଭଦ୍ରକ ଜିଲାର ଆରଡ଼ିପୀଠ ଦେଇ ଯାଇଥିବା କୁଆଖିଆ-ସାତଭାୟା ୨୦ ନଂ ଜାତୀୟ ରାଜପଥର ପ୍ରାୟ ୭୦/୮୦ ଫୁଟ୍‌ ରାସ୍ତା ଓଳଗ ନିକଟସ୍ଥ ବୋଡ଼କ ଠାରେ ଗତ ମଙ୍ଗଳବାର ରାତ୍ରିରେ ଧସି ଯାଇଛି। ଯାହାଫଳରେ ଆରଡ଼ି-ଯାଜପୁର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଆରଡ଼ିପୀଠର ଆଖଣ୍ଡଳମଣି ଓ ଯାଜପୁରର ମା’ ବିରଜା କ୍ଷେତ୍ରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।ଉକ୍ତ ସ୍ଥାନରେ ଲଘୁଚାପଜନିତ ଲଗାଣ ବର୍ଷା ଓ ତିତ୍‌ଲି ପ୍ରଭାବରେ ବୈତରଣୀ ନଦୀର ବନ୍ୟାଜଳ ସିଧାସଳଖ ରାସ୍ତା ଦେଇ ଜନବସତିକୁ ମାଡ଼ିଥିଲା। ରାସ୍ତାର ଅଧିକାଂଶ ଭାଗ ନଦୀଗର୍ଭକୁ ଚାଲିଯିବା ସହିତ ଅନେକ ସ୍ଥାନରେ ଫାଟ ସୃଷ୍ଟି ହୋଇଥିଲା। ଏପରି ଘଟିବାର ୪ ମାସ ବିତିଯାଇଥିଲେ ମଧ୍ୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଓ ଜଳସେଚନ ବିଭାଗର ସମନ୍ବୟ ଅଭାବରୁ ଏହାର ମରାମତି ହୋଇନଥିଲା। ଫଳରେ ଏପରି ଅବସ୍ଥା ସୃ‌ଷ୍ଟି ହେଲା ସ୍ଥାନୀୟ ଲୋକମାନେ କହିଛନ୍ତି। ଏହି ରାସ୍ତାରେ ଦୀର୍ଘମାସ ଧରି ଭାରିଯାନ ଚଳାଚଳ ନ କରିବା, ଜୁଆର ସମୟରେ ରାସ୍ତାରୁ ବଡ଼ବଡ଼ ଅତଡ଼ା ଖଣ୍ଡ ନଦୀମଧ୍ୟକୁ ଧସିବା ସଂକ୍ରାନ୍ତରେ ଉଭୟ ବିଭାଗୀୟ ଅଧିକାରୀଙ୍କୁ ଜଣାଉଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଫଳରେ ଭଦ୍ରକ ଜିଲ୍ଲାର ସୀମାନ୍ତବର୍ତ୍ତୀ ଗାଁ ବୋଡ଼କ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯିବ ବୋଲି ଆଶଙ୍କା ଦେଖାଦେଇଛି। ଏହି ରାସ୍ତାରେ ସାଧାରଣ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ‌େବଳେ ବ୍ୟବସାୟବାଣିଜ୍ୟ, ଛାତ୍ରଛାତ୍ରୀଙ୍କ ପାଠପଢ଼ା ଓ ପର୍ଯ୍ୟଟକଙ୍କର ଆଗମନ ଉପରେ ପ୍ରତିକୂଳ ପ୍ରଭାବ ପକାଇଛି।ସୂଚନା ଅନୁଯାୟୀ, ୨ ବର୍ଷ ତଳେ ବୈତରଣୀ ବନ୍ୟାଜଳରେ ଉକ୍ତସ୍ଥାନରେ ପ୍ରାୟ ୨ଶହ ଫୁଟ ରାସ୍ତା ନଦୀଗର୍ଭକୁ ଧସି ଯାଇଥିଲା। କୋଟିକୋଟି ଟଙ୍କା ବ୍ୟୟରେ ନଦୀକୂଳରେ ପଥର ପ୍ୟାକିଂ କରାଯିବା ସହିତ ରାସ୍ତାର ମରାମତି କରାଯାଇଥିଲା। ହେଲେ ନଦୀ ପୁର୍ନବାର କୂଳ ଲଂଘି ରାସ୍ତାକୁ ଗ୍ରାସ କରିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ସମ୍ପର୍କରେ ଏନ୍‌ଏଚ୍‌ ବିଭାଗର ପାଣିକୋଇଲି ଏସ୍‌ଡିଓ ସୁମିତ ସାହୁଙ୍କୁ ପଚାରିବାରୁ ଆସନ୍ତା ଶୁକ୍ରବାର ସୁଦ୍ଧା ଅସ୍ଥାୟୀ ମରାମତି କରାଯିବା ସହିତ ସ୍ଥାୟୀ ମରାମତି ନିମନ୍ତେ ଖର୍ଚ୍ଚାକଳନ କରାଯାଇଛି, ଖୁବ୍‌ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି।

Related Post

ଭିମସାର ରୁ ସୁସ୍ଥ ରୋଗୀ ଙ୍କୁ ଘରେ ପହଞ୍ଚାଇବାରେ ସାହାଯ୍ୟ କଲେ ସମାଜସେବୀ ନିହାଲ ସିଂ

Posted by - November 19, 2022 0
ସମ୍ବଲପୁର :୧୯/୧୧ (ରମାକାନ୍ତ ବିଶ୍ବାଳ)ପୁଣି ମାନବିକତା ର ପରିଚୟ ଦେଇଛନ୍ତି ସମାଜସେବୀ ନିହାଲ ସିଂ । ବୁର୍ଲା ଭିମସାର ରେ ଗତ ୧୪ ତାରିଖରେ ପକ୍ଷାଘାତ ରୋଗରେ…

ନବରଙ୍ଗପୁର ଲାୟନ୍ସକ୍ଳବ ପକ୍ଷରୁ ୧୦ଟି ଅକ୍ସିଜେନ ସିଲିଣ୍ତର ଅର୍ପଣ

Posted by - June 11, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)  ନବରଙ୍ଗପୁର ଲାୟନ୍ସକ୍ଳବ ପକ୍ଷରୁ ୧୦ ଟି ଅକ୍ସୀଜେନ ସିଲେଣ୍ତର କୋରନା ରୋଗୀଙ୍କ ସହାୟତା ପାଇଁ  ଲାୟନ୍ସ ଆଇ ଭି କଟେଶ୍ୱର ରାଓ ଭି…

ମାଟିଲଗ୍ନା ଦ୍ବାରା ଡିଗ୍ରୀ କଲେଜରେ ସଚେତନତା କାର୍ଯ୍ୟକ୍ରମ 

Posted by - December 13, 2021 0
ମାଲକାନଗିରି:(ଅବଦୁଲ ଗନି) ମାଲକାନଗିରି ଜିଲ୍ଲାର ନକ୍ସଲ ଉପଦ୍ରୁତ ଏମ୍ ଭି -୭୯ ଡିଗ୍ରୀ ମହାବିଦ୍ୟାଳୟ ସଭାଗୃହରେ ମାଟିଲଗ୍ନା ସାହିତ୍ଯ ସଂସଦର ଦ୍ବାରା ଶିକ୍ଷାର୍ଥୀ ମାନଙ୍କୁ ନେଇ ଏକ…

ମାନବିକତାର ପରିଚୟ ଦେଇ ଚର୍ଚ୍ଚା ରେ ଖଡ଼ିଆଳ ଥାନା ଆଇଆଇସି

Posted by - November 17, 2021 0
ନୂଆପଡ଼ା:(ମେଘନାଦ ନାଏକ)ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ରାଣୀପୁର ଗ୍ରାମର ମାଆ ବାପା ଛେଉଣ୍ଡ 28 ବର୍ଷିଆ ବେସାହାରା ଯୁବତୀ ଲଲିତା ହରପାଲ ପାଖକୁ ପହଞ୍ଚିଳେ ଖଡ଼ିଆଳ ଥାନା…

ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ସାହାଯ୍ୟ କରିଥିବା ଯୁବକମାନଙ୍କୁ ବୌଦ୍ଧ ଜିଲ୍ଲାପାଳଙ୍କ ୨୦୦୦ ଟଙ୍କା ଲେଖାଏଁ ଚେକ୍ ପ୍ରଦାନ

Posted by - March 31, 2022 0
ବୌଦ୍ଧ :31/03.(.ଚିତ୍ତରଂଜନସିଂ)ରାଜ୍ୟରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ବଢ଼ିବାରେ ଲାଗୁଥିବା ବେଳେ ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ଏବେ “ରକ୍ଷକ’ ନାମକ ଏକ କାର୍ଯ୍ୟକ୍ରମ ହାତକୁ…

There are 1 comments

Leave a comment

Your email address will not be published.