ବରୀ ୧୨/୧ – (ସ୍ନେହାଂଶୁ ଶେଖର ମହାନ୍ତ)ବରୀ ବ୍ଲକ ଅଧିନ ଅଟିରା ପଂଚାୟତ ଗହପାଳ ଗ୍ରାମରେ ଆଜି ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଥିବା ଜଣାପଡିଛି । ଜଣାଯାଇଛି ଯେ ଏହି ଗ୍ରାମର ବାଜ କିଶୋର ସେନାପତି ଓ ପ୍ରଶାନ୍ତ କୁମାର ସେନାପତିଙ୍କ ୩ ବଖରା ଛଣଛପର ଘରେ ଅକସ୍ମାତ ଅଗ୍ନିକାଣ୍ଡ ଘଟି ଘରର ସମସ୍ତ ଆସବାସ ପତ୍ର ପୋଡି ନଷ୍ଟ ହୋଇଯାଇଛି । ଅଦ୍ଧଦଗ୍ଧ ଅବସ୍ଥାରେ ଗୋଟି ଗାଇ କୁ ଉଦ୍ଧାର କରାଯାଇଛି ।
ଗ୍ରାମବାସୀଙ୍କ ଉଦ୍ୟମରେ ନିଆଁକୁ ଆୟତ କରି ନିଆଯାଇଥିଲାବେଳେ ବିଳମ୍ଭରେ ଅଗ୍ନିଶ୍ରମ କେନ୍ଦ୍ର ବାହିନୀର ଦମକାଳ ଗାଡି ପହଂଚି ଥିଲାବୋଲି ଗ୍ରାମବାସୀଙ୍କ ପକ୍ଷରୁ କୁହାଯାଇଛି । ଏହି ଉଭୟ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ସରକାର ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବୀ କରାଯାଇଛି ।