
ମୁନିଗୁଡ଼ା(ରମାକାନ୍ତ ପୋଡାଲ )ରାୟଗଡା ଜିଲ୍ଲା ମୁନିଗୁଡା ରେଞ୍ଜ ଅନ୍ତର୍ଗତ ରଘୁବରୀ ପ୍ରସ୍ତାବିତ ସଂରକ୍ଷଣ ଜଙ୍ଗଲରୁ 32ଖଣ୍ଡ ମୂଲ୍ୟବାନ ଶାଳ କାଠ ଜବତ କରିବାରେ ସଫଳ ହୋଇଛି ବନବିଭାଗ। ଆଜି ସକାଳୁ ବନବିଭାଗର ଏକ ଟିମ ପେଟ୍ରୋଲିଂ କରିବା ସମୟରେ ରଘୁବାରୀ ଜଙ୍ଗଲର ଲହରାପଦର ବିଟ ଏରିଆର ବାକାଲାକା ନିକଟ ଜଙ୍ଗଲରେ ଗଚ୍ଛିତ ଥିବା ଏହି କାଠକୁ ଦେଖିଥିଲେ । ଏହି କାଠର ଲମ୍ବା ୭ଫୁଟ ଥିବା ଜଣାପଡିଛି।
ଏହି କାଠ ସବୁ ପଡୋଶୀ କନ୍ଧମାଳ ଜିଲ୍ଲାର ଜଙ୍ଗଲରୁ କଟାଯାଇ ରାୟଗଡା ଅଞ୍ଚଳକୁ ଆଣି ରଖାଯାଇଥିବା ବେଳେ ଏଠାରୁ ଚାଲାଣ ହୋଇଥାନ୍ତା ବୋଲି ଅନୁମାନ କରୁଛି ବନବିଭାଗ। କାଠକୁ ଜବତ କରିବା ସହ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି ବନବିଭାଗ । ଆଜିର ଏହି ଚଢାଉବେଳେ ଫରେଷ୍ଟର ସୁରେଶ ଚନ୍ଦ୍ର ପାତ୍ର, ଫରେଷ୍ଟ ଗାର୍ଡ କସ୍ତୁରୀ ପ୍ରହରାଜ, ପ୍ରଳୟ ଦଣ୍ଡସେନା, ସର୍ମିଷ୍ଟା ବଡଜେନା, ଏଲିଫେଣ୍ଟ ସ୍କ୍ବାର୍ଡ ପିତାମ୍ବର ଗୌଡ,ଗୈର ପାତ୍ର, ପଦ୍ମନାଭ ପ୍ରଧାନୀ, ବଳରାମ ବଚ୍ଚା ଓ ସାନବୁଡା ନାୟକ ଉପସ୍ଥିତ ଥିଲେ ।