ଭୁବନେଶ୍ବର/ଚନ୍ଦ୍ରଶେଖରପୁର: ପାର୍ବଣ ବେଳେ କମିସନରେଟ୍‌ ପୁଲିସ ଦାଗୀମାନଙ୍କୁ ଖୋଜୁଛି। କିନ୍ତୁ ପୁଲିସ ଆଖିରେ ଆଙ୍ଗୁଠି ଗେଞ୍ଜି ସିନ୍ଧିଚୋରମାନେ ଗତକାଲି ରାତିରେ ଏକ ଆପାର୍ଟମେଣ୍ଟର ୪ଟି ଫ୍ଲାଟ୍‌ରେ କଳାକନା ବୁଲାଇ ଦେଇଛନ୍ତି।

ଇନ୍‌ଫୋସିଟି ଥାନା ଅନ୍ତର୍ଗତ ପଥରଗାଡ଼ିଆସ୍ଥିତ ରାଜବାଟିକା ଆପାର୍ଟମେଣ୍ଟରୁ ସିନ୍ଧିଚୋରମାନେ କୋଟିଏରୁ ଊର୍ଧ୍ବ ଟଙ୍କାର ଗହଣା ସହ ନଗଦ ୪ ଲକ୍ଷ ଟଙ୍କା ଲୁଟି ନେଇ ଛୁ’ ମାରିଛନ୍ତି।

ସିସିଟିଭି ଫୁଟେଜ୍‌ରେ ୪ ମୁଖାପିନ୍ଧା ଦୁର୍ବୃତ୍ତଙ୍କୁ ଦେଖିବାକୁ ମିଳିଛି। କିନ୍ତୁ ପୁଲିସ ଡଗ୍‌ ସ୍କ୍ବାଡ୍‌ ସହ ଛାନ୍‌ଭିନ୍‌ କରିଥିଲେ ବି ସିନ୍ଧିଚୋରଙ୍କ ଟେର୍‌ ପାଇନାହିଁ। ଆପାର୍ଟମେଣ୍ଟର ସବୁପ୍ରକାର ସୁରକ୍ଷା ବ୍ୟବସ୍ଥା ସତ୍ତ୍ବେ ଏଭଳି ବଡ଼ଧରଣର ସିନ୍ଧିଚୋରିକୁ ନେଇ ନାନା କଥା ଆଲୋଚନା ହେଉଛି।