କାଶୀପୁର:(ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଦୋରଗୁଡା ଥାନା ଅନ୍ତର୍ଗତ ଉତ୍କଳ ଆଲୁମିନା କମ୍ପାନୀ ଦ୍ୱାରା ବିସ୍ଥାପିତ ଓ କ୍ଷତିଗ୍ରସ୍ତ ପ୍ରଭାବିତ ଅଞ୍ଚଳ ର ୨୪ ଖଣ୍ଡ ଗ୍ରାମବାସୀ ଙ୍କର ପ୍ରତିନିଧି ଦ୍ୱାରା ଆଜି ସଂଘ ର ପୁନର୍ଗଠନ ନିମନ୍ତେ ଦୋରଗୁଡା ସ୍ଥିତ ଉତ୍କଳ ଆଲୁମିନା ୱାର୍କର ୟୁନିଅନ ସମ୍ମୁଖ ପଡିଆ ରେ ତୃତୀୟ ତଥା ଅନ୍ତିମ ବୈଠକ ଅନୁଷ୍ଠିତ କରିଥିବା ଦେଖିବାକୁ ମିଳିଥିଲା।କାର୍ଯ୍ୟକ୍ରମ କୁ ସଂଘ ର ସଦସ୍ୟ ଜୟଦେବ ନାଏକ ଙ୍କର ଆଭାନ କ୍ରମେ ଆଜି ୨୪ ଖଣ୍ଡ ପ୍ରଭାବିତ ଗ୍ରାମର ସଂଘ ର ପୂର୍ବତନ ସଭ୍ୟ ସଂଘ କୁ ପୁନର୍ଗଠନ ସକାଶେ ୩ତୃତୀୟ ତଥା ଅନ୍ତିମ ବୈଠକରେ ଉପସ୍ଥିତ ଥିଲେ ।

ପ୍ରକାଶ ଥାଉକି ଅଞ୍ଚଳରେ ଉତ୍କଳଆଲୁମିନା କାରଖାନା ପ୍ରତିଷ୍ଠା ପରେ ଏଥିରେ ଉନ୍ନତି ତଥା ବିକାଶ ର ତ୍ୱରିତ ନିମନ୍ତେ ତତ୍କାଳୀନ ଜିଲ୍ଲାପାଳ ଙ୍କ ତାତ୍ପବଧନ ବିସ୍ଥାପିତ/କ୍ଷତିଗ୍ରସ୍ତ ତଥା ପ୍ରଭାବିତ ଲୋକଙ୍କ ପାଇଁ ଏକ ସଂଘ ର ଗଠନ ୨୦୦୭ ମସିହାରେ ଠାରୁ ଆରମ୍ଭ କରାଯାଇଥିଲା । ଉକ୍ତ ସଂଘ ସୁରୁଖୁରୁ ଭାବେ ୨୦୦୭ ଠାରୁ ୨୦୧୫ ପର୍ଯ୍ୟନ୍ତ ପ୍ରଭାବିତ ଲୋକଙ୍କ ବିକାଶ ଦିଗରେ ଜାରୀରହିଥିବା ବେଳେ କୌଣସି କାରଣରୁ ଉକ୍ତ ସଂଘ ୨୦୧୫ ରୁ ୨୦୧୯ ପର୍ଯ୍ୟନ୍ତ ସଂଘ ର ବିକାଶ ଉଦ୍ଧେଶ୍ୟ କୁ ଧିମେଇଗତି ପରିଣତ ଦେଇଥିଲା ।

ପରବର୍ତ୍ତୀ ସମୟରେ ” କରନା ଭଳି ମହାମାରୀ ” ର ପ୍ରଭାବ ରେ ସଂଘ ଏଯାବତ ସମ୍ପୂର୍ଣ୍ଣ ଭାବେ ଅକାମି ହେଇପଡି ଥିଲା । ଫଳରେ ସଂଘ ର ମୂଳ ଉଦ୍ଧେଶ୍ୟ ତଥା ବିସ୍ଥାପିତ/କ୍ଷତିଗ୍ରସ୍ତ ଓ ପ୍ରଭାବିତ ଲୋକଙ୍କ ମଧ୍ୟ ରେ ଉନ୍ନତି/ବିକାଶ ର ଦିଗହିଁନ ହେଇପଡିଥିଲା । ଏହାକୁ ନେଇ ପୂର୍ବ ସଂଘ ର ସଦସ୍ୟ ମାନେ ପୁନର୍ବାର ଏକତ୍ରିତ ହୋଇ ଉକ୍ତ ସଂଘ ର ପୁନର୍ଗଠନ ଓ ପରବର୍ତ୍ତୀ ସମୟରେ କମ୍ପାନୀ/ପ୍ରଶାସନ ଓ ପ୍ରଭାବିତ ଲୋକଙ୍କ ମଧ୍ୟରେ ତ୍ରିପାକ୍ଷିକ ସୁସମ୍ପର୍କ ରଖି ଆଗକୁ ବିକାଶ ର ଦିଗ ଦେବା କୁ ଦୁଇଥର ବୈଠକ ରେ ଆଲୋଚନା କରିଥିବା ବେଳେ ଆଜି ତାହାର ତୃତୀୟ ତଥା ଅନ୍ତିମ ବୈଠକ ଅନୁଷ୍ଠିତ ହେଇଯାଇଥିଲା ।

ଆଜିର ବୈଠକ ର ବିଶୃତ ତଥ୍ୟ ଗଣମାଧ୍ୟମ କୁ ସଂଘ ର ସଭ୍ୟ ଜତୀନ୍ଦ୍ର ନାଏକ ଓ ଜୟଦେବ ନାଏକ ମତପ୍ରକାଶ କରିଥିବା ବେଳେ ବୈଠକ ର ଆଲୋଚନା ରେ ଗ୍ରହଣ କରିଥିବା ନିଷ୍ପତ୍ତି ର ବିବରଣୀ ର ଏକକିତା ନକଲ କୁ ଆରଡିସି ବ୍ରହମପୁର , ଆରକ୍ଷୀ ଅଧିକ୍ଷକ ରାୟଗଡା, ତହସିଲଦାର କାଶୀପୁର ଓ ଉତ୍କଳ ଆଲୁମିନା ଅଧିକାରୀ ଙ୍କୁ ପ୍ରଦାନ କରାଯିବା କାର୍ଯ୍ୟକ୍ରମ ରହିଥିବା ଜଣାଇଥିଲେ ।ଆଜିର ବୈଠକରେ ସଂଘ ର ଶତାଧିକ ଅନ୍ୟ ସଦସ୍ୟଙ୍କ ମଧ୍ୟରୁ ଚିତ୍ରସେନ ନାଏକ, ରାଜି ନାଏକ, ବିଷ୍ଣୁ ମାଝି ,ଚନ୍ଦ୍ର ଝଡ଼ିଆ ଓ ଅନ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।