Breaking News
10:10 amଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର: ୨୭ ଏକର ଜମିକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଅନୁମତି ୧୧୬୪ ଏକର ଜମିରେ ନିର୍ମାଣ ହେବ ବିମାନବନ୍ଦର 10:10 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଢ଼େଇବର ଗ୍ରାମରେ ଚରିତ୍ର ଉପରେ ସନ୍ଦେହରୁ ଦୁଃଖଦ ପରିଣାମ: ବିଷଧର ନାଗ ଆଣି ପତ୍ନୀ ଓ ଶିଶୁକନ୍ୟାକୁ ହତ୍ୟା ଅଭିଯୁକ୍ତ ସ୍ବାମୀ ଗିରଫ 10:08 amଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗର ସୁପରିଟେଣ୍ଟେଡ଼ ଗଙ୍ଗା ପାଇକରାୟଙ୍କ ନବରଙ୍ଗପୁର ସ୍ଥିତ ଭଡାଘରେ ଆଜି ଭିଜିଲାନ୍ସ ରେଡ଼ କରିଛି 1:47 pmବୌଦ୍ଧ: ବୌଦ୍ଧ ବୁଟୁପାଲିରେ ଥିବା ପୁଲିସ କଲୋନୀର କ୍ୱାଟର୍ସରୁ ଜଣେ ମହିଳା କନେଷ୍ଟବଳଙ୍କ ମୃତଦେହ ଜବତ,ସ୍ୱାମୀ ଅଟକ 1:46 pmଭୁବନେଶ୍ବର: ସର୍ବଦଳୀୟ ବୈଠକ ପରେ ବି ଚାଲିପାରିଲାନି ଗୃହ। ଅପରାହ୍ଣ ୪ଟା ଯାଏ ବିଧାନସଭା ମୁଲତବୀ।

ଧର୍ମଗଡ଼ ବ୍ଲକ ରେମିଡ଼ିଆଲ, ପାର୍ଟ ଟାଇମ ଶିକ୍ଷକ ସଂଘର ବୈଠକ

157 0

ଧର୍ମଗଡ଼:କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ରେମିଡ଼ିଆଲ,ପାର୍ଟ ଟାଇମ ଶିକ୍ଷକ ସଂଘ ଦ୍ୱାରା ସମସ୍ତ ରେମିଡ଼ିଆଲ ପାର୍ଟ ଟାଇମ ଶିକ୍ଷକ ମାନଙ୍କୁ ନେଇ ବୋଡେ଼ନ ବଜାର ପ୍ରାଙ୍ଗଣରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ସୂଚନା ମତେ ଓଡ଼ିଶାରେ ଶିକ୍ଷକର ଅଭାବ ଥିବା ସମୟରେ ରାଜ୍ୟରେ ଶିକ୍ଷାଦାନ ପ୍ରତି ସୁଧାର ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଦତ୍ତ ନେପଜଲ ସ୍କିମ ମାଧ୍ୟମରେ ଓଡ଼ିଶାରେ ରାଜ୍ୟ ସରକାର କେବିକେ ଜିଲ୍ଲାରେ ଥିବା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ସନ ୨୦୦୬-୨୦୦୭ ମସିହାରେ ଏନ.ପି.ଇ.ଜି. ଇ.ଏଲ ସ୍କିମ ଜରିଆରେ ମାଳତୀ ଚୌଧୁରୀ ବିକାଶ କେନ୍ଦ୍ର ଜରିଆରେ ସରକାରଙ୍କ ନିର୍ଦେଶ କ୍ରମେ ବିଦ୍ୟାଳୟ ଭି.ଇ.ସି କମିଟି ଓ ସି.ଏଲ.ସି.ସି ସଦସ୍ୟ ମାନଙ୍କ ସୁପାରିଶ କ୍ରମେ ୩ମାସ ଲେଖାଏଁ ମାସକୁ ୫୦୦ଟଙ୍କା ବେତନରେ ସକାଳ ଘ.୧୦ ରୁ ଅପରାହ୍ନ ୪ଟା ଯାଏ ଶିକ୍ଷାଦାନ ଦେବା ପାଇଁ ନିଯୁକ୍ତି ଦିଆ ଯାଇଥିଲା । ଓ ପରେ ୨୦୧୧ ମସିହାରେ ଛଟେଇ କରାଯାଇଥିଲା ।

ତେଣୁ ନିଯୁକ୍ତି ହୋଇଥିବା ସମସ୍ତ ରେମିଡ଼ିଆଲ, ପାର୍ଟ ଟାଇମ ଶିକ୍ଷକ ମାନଙ୍କୁ ପୁନଃ ନିଯୁକ୍ତି ଦେଇ ନିୟମିତ ଶିକ୍ଷକ ଭାବେ ବିବେଚିତ କରିବା ପାଇଁ ରାଜ୍ୟ ସରକାରଙ୍କ ଗ୍ରୀଭେନ୍ସ ରେ ତା -୨୪/୧୧/୨୦୧୨ ରେ.ନଂ.- ସି.ଏମ. ଓ ଏଫ.ଏଫ/ପି/୨୦୧୨/୦୩୯୪୯ ଲିଖିତ ଜଣାଇବା ପରେ ଓଡିଶା ପ୍ରାଇମେରୀ ଏଜୁକେସନ ପ୍ରୋଗ୍ରାମ ଅଥୋରେଟି ଶିକ୍ଷା ସୌଧ ଭୁବନେଶ୍ୱର ଚିଠି ନଂ- ୧୧୨୧୯(୭)/ଜି. ଇ/୧୨ ତା-୧୦/୧୨/୨୦୧୨ ରେ ରେମିଡ଼ିଆଲ, ପାର୍ଟ ଟାଇମ ଶିକ୍ଷକ ମାନଙ୍କ ଷ୍ଟାଟସ ରିପୋଟ କେବିକେ ଜିଲ୍ଲା କଳାହାଣ୍ଡି,ନବରଙ୍ଗପୁର, କୋରାପୁଟ,ରାୟଗଡା,ନୂଆପଡା,ବଲାଙ୍ଗୀର,ସୋନପୁର ଗୁଡିକର ଡ଼ିପିସି ମାନଙ୍କୁ ରିପୋଟ ମାଗିଥିଲେ ।

ତଥାପି ଆଜି ଯାଇ ଛଟେଇ ଶିକ୍ଷକ ମାନଙ୍କୁ କୌଣସି ସୁଫଳ ମିଳିଲା ନାହିଁ । ତେଣୁ ଗତ ୨୧ମେ ୨୦୨୩ ଦିନ ଓଡିଶା ସରକାରଙ୍କ ୫-ଟି ସଚିବ ଭି.କେ.ପାଣ୍ଡିଆନ ଧର୍ମଗଡ଼ ଗସ୍ତ ସମୟରେ ଧର୍ମଗଡ଼ ବ୍ଲକ ରେମିଡ଼ିଆଲ, ପାର୍ଟ ଟାଇମ ଶିକ୍ଷକ ସଙ୍ଘ ତରଫରୁ ଛଟେଇ ଶିକ୍ଷକ ମାନଙ୍କୁ ପୁନଃ ନିଯୁକ୍ତି ଦେଇ ନିୟମିତ ଶିକ୍ଷକ ଭାବେ କାର୍ଯ୍ୟ କରିବା ଅନୁମତି ଦେବା ପାଇଁ ଲିଖିତ ଜଣାଇଥିଲେ । ପରେ କଳାହାଣ୍ଡି ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଧର୍ମଗଡ଼ ରେମିଡ଼ିଆଲ ଶିକ୍ଷକ ସଙ୍ଘ ଦ୍ୱାରା ଛଟେଇ ଶିକ୍ଷକ ମାନଙ୍କୁ ପୁନଃ ନିଯୁକ୍ତି ଦେଇ ନିୟମିତ ଶିକ୍ଷକ ଭାବେ ପରି ଗଣିତ କରିବା ପାଇଁ ଏକ ଦାବି ଜଣେଇ ଥିଲେ । ପରେ ଜିଲ୍ଲା ଶିକ୍ଷା ଅଧିକାରୀ ଧର୍ମଗଡ଼ ରେମିଡ଼ିଆଲ ଶିକ୍ଷକ ସଂଘର ଦରଖାସ୍ତକୁ ବିଚାର କରିବା ପାଇଁ ଓଡିଶା ସରକାରଙ୍କ ପ୍ରଜେକ୍ଟ ଡାରେକ୍ଟରଙ୍କୁ ଚିଠି ମାଧ୍ୟମରେ ଜଣାଇଥିବା ପ୍ରକାଶ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ରେମିଡ଼ିଆଲ ଶିକ୍ଷକ ସୁଧୀର ଗୋପାଳ, ରୋହିତ ଛତ୍ରୀଆ,ପ୍ରଦୀପ ନାଏକ,ସୁରମା ବାଗ,ଭୂମିସୁତା ଦୁର୍ଗା, ହାରାମଣି ନାଏକ,ସରିତା ସେନାପତି,ଅନୁଛୟା ପୁଝାରି, ଲଳିତା ଗୋପାଳ, ପ୍ରଭାସିନୀ ସେନାପତି,ବନିତା ମାଝୀ, ଅମ୍ବିକା ସାଗର,ତପଶ୍ୱନି ନାଏକ, ପ୍ରମିଳା ସୁନାନୀ, ପୁଣ୍ୟବତୀ ନାଏକ ପ୍ରମୁଖ ଯୋଗଦାନ କରିଥିଲେ ।ଶିକ୍ଷକ ଅଭାବ ସମୟରେ ବିଦ୍ୟାଳୟ ମାନଙ୍କରେ ଶିକ୍ଷା ଦାନ କରିଥିବା ରେମିଡ଼ିଆଲ, ପାର୍ଟ ଟାଇମ ଶିକ୍ଷକ ମାନଙ୍କୁ ସରକାର ପୁନଃ ନିଯୁକ୍ତି ଦେବା ପାଇଁ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେବା ସହ ସାଧାରଣରେ ଦାବି ହେଉଛି ।

Related Post

ରାୟଗଡାରେ ଶ୍ରୀ ଜୟଦେବ ଜୟନ୍ତୀ ସମାରୋହ

Posted by - April 24, 2023 0
ରାୟଗଡା :(ରମାକାନ୍ତ ପୋଡାଲ)ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରାୟଗଡା ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦ ସୌଜ୍ୟନ୍ୟତାରେ ଆଜି ସ୍ଥାନୀୟ ଜିଲ୍ଲା…

ରାଜସ୍ୱମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ଜନ୍ମଦିନ ପାଳନ

Posted by - March 5, 2023 0
 ଯାଜପୁର:ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବିଂଝାରପୁର ବିଧାୟିକା ତଥା ରାଜସ୍ୱ ମନ୍ତ୍ରୀ  ପ୍ରମିଳା ମଲ୍ଲିକଙ୍କ ଜନ୍ମଦିନ  ପାଳନ କରାଯାଇଛି l ଯାଜପୁର ବିଂଝାରପୁର ର ବାବା ବରୁଣେଶ୍ୱର ମନ୍ଦିରରେ…

ରାୟଗଡ଼ା ଗାୟତ୍ରୀ ନଗର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଜନ୍ମାଷ୍ଟମୀ ଉତ୍ସବ ପାଳନ

Posted by - September 6, 2023 0
କାଶୀପୁର:( ଅଞ୍ଜନ କୁମାର ନାଏକ)ରାୟଗଡ଼ା ଗାୟତ୍ରୀ ନଗର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।ଶିଶୁ ମନ୍ଦିର ପରିଚାଳନା…

ନାବାଳିକା ଦୁଷ୍କର୍ମ ଘଟଣା ରେ ୧୦ବର୍ଷ କାରାଦଣ୍ଡ ଶୁଣାଇଲେ ଅତିରିକ୍ତ ଜିଲ୍ଲା ଜର୍ଜ

Posted by - July 12, 2023 0
ଧର୍ମଗଡ଼:୧୧/୭(ହେମନ୍ତ କୁମାର ମାଝୀ)ଜୁନାଗଡ଼ ଥାନା ଅନ୍ତର୍ଗତ ଏକ ଗ୍ରାମରେ ଗତ ୩୦-୯-୨୦୦୫ତାରିଖ ଦିନ ଶୌଚ କରିବା କୁ ଯାଇ ଥିବାବେଳେ ବ୍ରହାନନ୍ଦ ବାଗ, କୁଲମଣି ଠାକୁର ଓ…

ଟିଟିଲାଗଡ ଠାରେ ଡବଲୁଏସସି ତରଫରୁ ଉଦ୍ୟୋଗୀ ଦକ୍ଷତା ବିକାଶ କାର୍ଯ୍ୟକ୍ରମ

Posted by - August 19, 2023 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ) ଆଜିର ଦୁନିଆରେ ବିଶେଷ ଭାବରେ ଭାରତୀୟ ଅର୍ଥନୀତି ପାଇଁ ଉଦ୍ୟୋଗର ମହତ୍ତ୍ଵକୁ ଦୃଷ୍ଟିରେ ରଖି ନିଯୁକ୍ତି ସୃଷ୍ଟି ନୂତନତ୍ୱକୁ ପ୍ରୋତ୍ସାହିତ କରିବା ତଥା…