
ବୌଦ୍ଧ :(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଆଇଆରବି ପଂଚମ ବାଟାଲିଅନ ପରିସରରେ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କମାଣ୍ଡେଣ୍ଟ ଦୁର୍ବାସା ନାୟକ ଓ ତାଙ୍କ ସହଧର୍ମିଣୀ ଶ୍ରୀମତୀ ସବିତା ନାୟକ ଯୋଗଦେଇଥିଲେ l ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ କୁ ମୁଖ୍ୟ ଅତିଥି ପ୍ରଦୀପ ପ୍ରଜ୍ଵଲନ କରି ଶୁଭାରମ୍ଭ କରିଥିଲେ ।
ସମ୍ମାନିତ ଅତିଥିଭାବେ ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ଲଳିତ କୁମାର ମେହେର ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ଗୋପବନ୍ଧୁ ତ୍ରିପାଠୀ , ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ଶ୍ରଦ୍ଧାକର ଧାରୁଆ ପ୍ରମୁଖ ଯୋଗଦେଇଥିଲେ l
କାର୍ଯ୍ୟକ୍ରମ ରେ ବିଭିନ୍ନ ଅନୁଷ୍ଠାନର କଳାକାର ମାନେ ଯୋଗଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ l ଏହି ଅବସରରେ ମୁଖ୍ୟଅତିଥି ସୁନାମଧନ୍ୟ କଳାକାର ଓ ବ୍ୟକ୍ତିମାନଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ l କାର୍ଯ୍ୟକ୍ରମ ରେ IRB ଯବାନଙ୍କ ସମତେ ଅନ୍ୟ ଅଧିକାରୀ, କର୍ମଚାରୀ ଓ ସାଧାରଣ ଲୋକେ ସାମିଲ ହୋଇ ସାଂସ୍କୃତିକ କାର୍ଯ୍ୟକ୍ରମ ସବୁକୁ ଦେଖିଥିଲେ l