
କଳାହାଣ୍ଡି:(ନରେନ୍ଦ୍ର ନେଗୀ)କଳାହାଣ୍ଡି ଜିଲ୍ଲା କଲମପୁର ଧାନ ମଣ୍ଡିରେ ରବିବାର ବିଜେପିର ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ସ୍ତରୀୟ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଭେଟ ଘାଟ କାର୍ଯ୍ୟକ୍ରମରେ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା, ବର୍ଷିୟାନ ନେତା ତଥା ପୂର୍ବତନ ଜିଲ୍ଲା ସଭାପତି ଗୌର ଚନ୍ଦ୍ର ପଣ୍ଡା, ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର, ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି, ବରିଷ୍ଠ ନେତା ଭବେନ୍ଦ୍ର ପଣ୍ଡା, ଭାରତ ଭୂଷଣ ଦେଓ, ସୁଧୀର ପଟ୍ଟଯୋଶୀ, ଜନାର୍ଦନ ପଣ୍ଡା, ଲକ୍ଷ୍ମୀକାନ୍ତ ବାଗ, ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟ କର୍ତ୍ତା ଦୀପଜ୍ୟୋତି ମୁଣ୍ଡ ଏବଂ ଅନେକ ଦଳୀୟ କର୍ମକର୍ତ୍ତା ଯୋଗ ଦେଇଥିଲେ l
ମଞ୍ଚାସିନ ଅତିଥି ମାନେ ଆଗାମୀ ନିର୍ବାଚନରେ ସମସ୍ତେ ଭାରତୀୟ ଜନତା ପାର୍ଟିକୁ ବିଜୟୀ କରିବା ପାଇଁନିଜ ନିଜ ଅଭିଭାଷଣ ମାଧ୍ୟମରେ ଆହ୍ୱାନ ଦେଇଥିଲେ l ଏହା ସହ ଦଳକୁ ସମସ୍ତେ ମିଶି ମଜଭୁତ କରିବାପାଇଁ ନିବେଦନ କରିଥିଲେ l
ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ବିଜୟଦେବ ସାହୁ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ l ବରିଷ୍ଠ ନେତା ଭବେନ୍ଦ୍ର ପଣ୍ଡା ନୁଆଁ ଖାଇ ଭେଟ ଘାଟ କାର୍ଯ୍ୟକ୍ରମ ମାଧ୍ୟମରେ ଟିକେଟ ଯାହାକୁ ମିଳିଲେ ମଧ୍ୟ ଆମେ ସମସ୍ତେ ଏକ ହୋଇ ନିର୍ବାଚନ ଲଢ଼ିବା ଏବଂ ବିଜେପି କୁ ଜିତେଇବା ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ l