ଢେଙ୍କାନାଳ:ଢେଙ୍କାନାଳ ଗାନ୍ଧୀ ମନ୍ଦିର ରୋଡ଼ ସ୍ଥିତ ମା ତାରିଣୀଙ୍କ ପିଠରେ ନବ ରାତ୍ରୀ ପୂଜା ଆରମ୍ଭ ହୋଇଯାଇଛି।ତା ୧୪/୧୦/୨୦୨୩ରିଖ କଳସ ପୂଜା ଓ ବେଳବରଣୀ ପୂଜା ହୋଇଯାଇଛି। ଆଜି ପ୍ରାତଃ ରୁ ସୂର୍ଯ୍ୟ ପୂଜା, ଗୋ ପୂଜା, ଷୋଡ଼ଶ ଉପଚାରରେ ପୂଜା, ଚଣ୍ଡୀ ପାଠ ପୂଜା ଓ ଯଜ୍ଞର ଅଧିବାସ ପୂଜା ଆରମ୍ଭ ହୋଇଥିଲା। ଆଜି ନବ ରାତ୍ରୀ ର ପ୍ରଥମ ଦିନରେ ମା’ଙ୍କୁ ଶୈଳପୁତ୍ରୀ ବେଶରେ ସୁସଜ୍ଜିତ କରାଯାଇଥିଲା।

ପ୍ରତ୍ୟେକ ଦିନ ୧୦୦୮ ବେଲପତ୍ର ଲାଗି କରାଯିବ ମା’ଙ୍କୁ ଓ ବିଭିନ୍ନ ପ୍ରକାରର ଭୋଗ ଲାଗି କରାଯାଇଥିଲା। ପୂଜକ ଲିଙ୍ଗରାଜ ପତି ଶର୍ମା, ସୈାମ୍ୟବ୍ରତ ପତି, ପବିତ୍ର ପାଣିଗ୍ରାହୀ ଓ ମନ୍ଦିର ର ପୂଜକ ଆପୁଲି ରଣା ଏବଂ କର୍ତ୍ତା ଅଭିଷେକ ସାହୁ ପତ୍ନୀ ଇସାନୀ ମହାନ୍ତି, ମନ୍ଦିର କର୍ମକର୍ତ୍ତା ବ୍ରଜ ମୋହନ ସାହୁ,ରବିନ୍ ଗାନ୍ଧୀ, ଅଭିମନ୍ୟୁ ବେହେରା ଓ କମିଟି ର ସମସ୍ତ କର୍ମକର୍ତ୍ତାଙ୍କ ଉପସ୍ଥିତ ଏହି ନବରାତ୍ର ପୂଜା ପାଳନ
କରାଯାଇଥିଲା।