
କଣ୍ଟାବାଞ୍ଜି:୧୪/୧୦(ନରେନ୍ଦ୍ର ନେଗୀ)ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଚଟୁଅନକା ଗ୍ରାମ ର ମାଝୀ ପଡ଼ା ପ୍ରାଥମିକ ବିଦ୍ୟାଳୟ କୁ ଯାଉଥିବା ଏହି ରାସ୍ତା ମରଣଯନ୍ତା ପାଲଟିଥିବା ଯୋଗୁଁ ଗ୍ରାମବାସୀ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ନାହିଁ ନଥିବାର ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି।
ଏଣୁ ଏହାର ତୁରନ୍ତ ମରାମତି କରାଇବା ପାଇଁ ଜିଲ୍ଲାପାଳ ଙ୍କ ପାଖରେ ସମାଜସେବୀ ବିଶିକେସନ ମାଝୀ ଗତ ୨୮/୦୬/୨୦୨୩ ତାରିଖରେ ଟିକେଟ ଆଇଡି DM2023237658 ଅନୁସାରେ ଜନଶୁଣାଣିରେ ଅଭିଯୋଗ କରିଥିଲେ ।
ଏହି ଅଭିଯୋଗର ଫଏସଲା ଗତ ୨୬ ଜୁଲାଇ ୨୦୨୩ ରେ ହୋଇଛି । ହେଲେ ଆଜିକୁ ତିନିମାସ ପରେ ମଧ୍ୟ କୌଣସି କାର୍ଯ୍ୟନୁଷ୍ଠାନ ହୋଇ ନାହିଁ। ଏଣୁ ଏହି ରାସ୍ତାର ତୁରନ୍ତ ମରାମତି ପାଇଁ ଜିଲ୍ଲାପାଳ ଙ୍କୁ ଅନୁରୋଧ କରିଛନ୍ତି ଗ୍ରାମବାସୀ।