
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଓଡିଶା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆଜି ରାଜ୍ୟ ମୁଖ୍ୟାଳୟରେ ରାଜ୍ୟର ମାଁ ମାନଙ୍କ କାର୍ଯ୍ୟଧାରାକୁ ଦକ୍ଷତାପୂର୍ଣ୍ଣ ଓ ସଶକ୍ତିକରଣ କୁ ଗତିଶୀଳ କରିବା ସହ ମାଁ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଲକ୍ଷ୍ୟରେ ମିଶନ ଶକ୍ତି ସ୍କୁଟର ଯୋଜନା ର ଶୁଭାରମ୍ଭ କରିଛନ୍ତି l
ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ସୁବର୍ଣ୍ଣପୁର ଦ୍ୱାରା ଆୟୋଜିତ ଜିଲ୍ଲା ସ୍ତରୀୟ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସଂସଦୀୟ ବ୍ୟାପାର ଶ୍ରୀଯୁକ୍ତ ନିରଞ୍ଜନ ପୂଜାରୀ ଏହି ଯୋଜନାରେ ଆଜି ୧୬୨ ଗୋଟି ସ୍କୁଟର ଜିଲ୍ଲାର ମିଶନ ଶକ୍ତି ଫେଡେରେସନ ଲିଡର ଓ ମିଶନ ଶକ୍ତି ସହାୟକ କର୍ମଚାରୀ ଙ୍କୁ ଜିଲ୍ଲାପାଳଙ୍କ କାର୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିତରଣ କରିଛନ୍ତି l
ପରେ ପରେ ମାନ୍ୟବର ମନ୍ତ୍ରୀ ଶ୍ରୀ ପୂଜାରୀଙ୍କ ଦ୍ୱାରା ପରିବେଶ ସୁରକ୍ଷା ଓ ଇଲେକ୍ଟ୍ରି ସ୍କୁଟର ର ପ୍ରୋତ୍ସାହନ ନିମନ୍ତେ ଇ – ସ୍କୁଟର ଚାର୍ଜିଂ ଷ୍ଟେସନ ର ଲୋକାର୍ପଣ ସୋନପୁର ବ୍ଲକ ଛକ ଠାରେ ମିଶନ ଶକ୍ତି କଫେ ପରିସରରେ ଉଦ୍ଘାଟନ ହୋଇଯାଇଛି l ଯାହାକି ବି ଏଲ ଏଫ ମାଧ୍ୟମରେ ପରିଚାଳିତ ହେବା ସହିତ ନୂଆ ଆୟ ର ସ୍ରୋତ ହୋଇପାରିବ।
ଏହି ଅବସରରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀଯୁକ୍ତ ବିମଳେନ୍ଦୁ ରାୟ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟ ନାରାୟଣ ଦାଶ, ଆଞ୍ଚଳିକ ପରିବହନ ଅଧିକାରୀ ଅକ୍ଷୟ କୁମାର ଜେନା, ଏଲ ଡି ଏମ, ଡି ପି ଏମ, ଡି ପି ସି ମିଶନ ଶକ୍ତି, ବ୍ୟାଙ୍କ ଅଧିକାରୀ, ମିଶନ ଶକ୍ତି ର ମାଁ ମାନେ, ବି ଏଲ ଏଫ ସଦସ୍ୟା ତଥା ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।