
କଳାହାଣ୍ଡି: (ନରେନ୍ଦ୍ର ନେଗୀ)ମିଶନ ଶକ୍ତି ବିଭାଗ ଓଡିଶା ସରକାରଙ୍କ ଆନୁକୁଲ୍ୟ ରେ ଆୟୋଜିତ ସଭାରେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସାରା ରାଜ୍ୟରେ ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ କରିଛନ୍ତି ।ଗତିଶୀଳତା ହିଁ ସଶକ୍ତିକରଣ ଆଭିମୁଖ୍ୟରେ ମିଶନ ଶକ୍ତି ମା ହିତାଧିକାରୀମାନଙ୍କୁ ସ୍କୁଟର ଯୋଜନାରେ ୧ ଲକ୍ଷ ପର୍ଯ୍ୟନ୍ତ ବିନା ସୁଧରେ ରୂଣ ସହାୟତା ଏସ ଏଚ ଜି ମାନଙ୍କୁ ସୁଧ ଫେରସ୍ତ , ବି.ଏଲ.ଏଫ. ଓ ଡି.ଏଲ.ଏଫ. ନିମନ୍ତେ ଗାଡି ବ୍ୟବସ୍ଥା , ଜି.ପି.ଏଲ.ଏଫ ଅଫିସ ଗୃହର ସୁବ୍ୟବସ୍ଥା କରାଯାଇଛି ।
ଏହି ପରିପ୍ରେକ୍ଷୀରେ ଆଜି ଭବାନୀପାଟଣା ଓସୱାନ ହଲରେ ଜିଲ୍ଲାପାଳ ପି.ଅନ୍ଵେଷା ରେଡ୍ଡୀ , ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ , ପୌରପରିଷଦ ଅଧ୍ୟକ୍ଷା ସଞ୍ଜୁକ୍ତା ବେହେରା , ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସଚିନ ପାୱାର ପ୍ରକାଶ , ବି ସି ସି ବ୍ୟାଙ୍କ୍ ସଭାପତି ଗିରିଶ ଚନ୍ଦ୍ର ବେହେରା, ଡିଆଇପିଆରଓ ମନୋଜ କୁମାର ବେହେରା ପ୍ରମୁଖ ଭର୍ଚୁଆଲ ମୋଡ୍ ରେ ଯୋଡି ହୋଇଥିଲେ । ଜିଲ୍ଲାରେ ମିଶନ ଶକ୍ତି ସ୍କୁଟର ଯୋଜନା ଅନ୍ତର୍ଗତ ୧୩ ଟି ବ୍ଲକ ରୁ ୨୩୨୭ ଟି ଆବେଦନ ଗ୍ରହଣ କରାଯାଇ ୨୨୩୦ ଟି ଆବେଦନକୁ ବ୍ଯାଙ୍କ ଋଣ ପାଇଁ ସୁପାରିଶ କରଯାଇଥିଲା l ଆଜି ଏହି ଅବସରରେ ଜିଲ୍ଲାର ୩୬୪ ଜଣ ହିତାଧିକାରୀଙ୍କୁ ନୂତନ ସ୍କୁଟର ହସ୍ତାନ୍ତର କରଯାଇଥିଲା ।
ଓସୱାନ ହଲ ପ୍ରାଙ୍ଗଣରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଏବଂ ଜିଲ୍ଲାପାଳ ପତାକା ଦେଖାଇ ସ୍କୁଟର ଆରୋହଣକାରୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଭବାନୀପାଟଣା ଗ୍ରାମାଞ୍ଚଳରୁ ୧୧୦ ଜଣଙ୍କୁ ସ୍କୁଟର ହସ୍ତାନ୍ତର କରାଗଲା । ଏହି ସ୍କୁଟର ଦ୍ଵାରା ହିତାଧିକାରୀ ନିଜର ବ୍ୟବସାୟିକ ଦିଗକୁ ଆହୁରି ସମୃଦ୍ଧ କରିବା ସହ ମହିଳା ସଶକ୍ତିକରଣ ଦିଗରେ ସହାୟକ ହେବେ ।