ଧର୍ମଗଡ଼:୧୧/୧୦( ହେମନ୍ତ କୁମାର ମାଝୀ)କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଚାଷୀ ଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇଦେବା ପାଇଁ ସରକାର ସବୁ ବେଳେ ଚିନ୍ତିତ ଥିବାବେଳେ ।ଏଠାକାର ଯନ୍ତ୍ରୀ ନିର୍ବାହୀ ଯନ୍ତ୍ରୀ ଓ ସରକାରୀ ଵାଵୁ ମାନେ ଚାଷୀ ଙ୍କ ଜୀବନ ଉପରେ କେମିତି ଖୋଲ ଖୋଲିଛନ୍ତି ତା’ର ଏକ ଜ୍ଜଲନ୍ତ ଉଦାହରଣ ଦେଖିବାକୁ ମିଳୁଛି। ଇନ୍ଦ୍ରାବତୀ ଵାମ କେନାଲ ଅଧିନସ୍ଥ କୁସୁମ ଖୁଣ୍ଟି ଡିଭିଜନ ଅଧିନରେ ଥିବା ଧର୍ମଗତ ନଗର ସ୍ଥିତ ଭିମଖୋଜ ପଡ଼ା ଅଞ୍ଚଳରେ ଏକର ଏକର ଚାଷ ଜମିରେ କେନାଲ ପାଣି ନ ପହଞ୍ଚିବାରୁ ଏକର ଏକର ଚାଷଜମି ପଡ଼ିଆ ହେଉଥିବା ଅଭିଯୋଗ ହେଉଛି ।

ଯେଉଁ ଜମି ଉପରେ କେନାଲ ଖୋଲିବା ପାଇଁ ଅନେକ ଚାଷୀ ଜମିରେ କେନାଲ ଖୋଲିବା ପାଇଁ ସରକାରଙ୍କ ତରଫ ରୁ ଟଙ୍କା ମଧ୍ୟ ପୂର୍ବରୁ ପାଇଥିବା ମଧ୍ୟ ଅଭିଯୋଗ ହେଉଛି। ହେଲେ ଆଜି ପର୍ଯ୍ୟନ୍ତ କେନାଲ ଖୋଲାଯାଇ ନଥିବାରୁ କେନାଲ ପାଇଁ ଚିହ୍ନଟ କରାଯାଇଥିବା ଜମି ଉପରେ ଘର ତିଆରି ହୋଇଗଲେ ଆଗାମୀ ଦିନରେ ଚାଷୀ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେବା ଏକ ପ୍ରକାର ଶୁନିଷଚିତ ବୋଲି ଚାଷୀ ଙ୍କ ମନରେ ଅସନ୍ତୋଷ ଦେଖା ଦେଉଛି ।

ବାରମ୍ବାର ଏ ବିଷୟ ରେ ଅଭିଯୋଗ କରିଥିଲେ ମଧ୍ୟ ଏଯାଏଁ କୋୖଣସି ସୁଫଳ ମିଳିନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଜଳ ସମ୍ପଦ ଵିଭାଗ ର ମାନଚିତ୍ରରେ ଏ ଅଞ୍ଚଳକୁ କେନାଲ ଯାଇଥିବା ଦର୍ଶାଇ ଚାଷୀ ଙ୍କ ଠାରୁ ଜଳକର ଆଦାୟ କରାଯାଇଥିବା ଅଭିଯୋଗ ହେଉଛି ! କେବେ ଖୋଲାଯିବ କେନାଲ କେବେ ଚାଷୀ ପାଇବ ପାଣି ତାହା ଦେଖିବା କୁ ବାକି ରହିଲା। ଏ ନେଇ ବିଭାଗୀୟ ଅଧିକାରୀ ଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ ହେଲେ ଯୋଗାଯୋଗ ହୋଇ ପାରିଲା ନାହିଁ।