
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଆସନ୍ତା ଅକ୍ଟୋବର ୧୫ ତାରିଖ ଦିନ ଶ୍ରୀ ଶ୍ରୀ ମହାରାଜା ଅଗ୍ରସେନ ଜୟନ୍ତି ପାଳନ ପାଇଁ ଚଳିତ ବର୍ଷ ବ୍ୟାପକ ପ୍ରସ୍ତୁତି କରାଯାଉଛି। ଅକ୍ଟୋବର ୬ ତାରିଖରୁ ବିଭିନ୍ନ ବିଷୟରେ ଅଗ୍ରୱାଲ ସମାଜର ସମସ୍ତ ପରିବାର ସଦସ୍ୟଙ୍କୁ ନେଇ ପ୍ରତିଯୋଗୀତା ଆୟୋଜନ କରାଯାଉଅଛି। ୯ ତାରିଖ ଦ୍ୱିପହର ଦୁଇଟା ସମୟରେ ଟ୍ରେଜର ହଣ୍ଟ ପ୍ରତିଯୋଗୀତା, ଅଢେଇ ଟ।ରେ ମଣ୍ଡଲା ଆର୍ଟ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
ପୁଣି୩.୩୦ ରୁ ୪.୩୦ ଯାଏଁ ନ୍ୟୁଜ ରିପୋରଟିଂ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ଏଥିରେ ଜଜ ଭାବରେ ଟିଟିଲାଗଡର ଯୁବ ସାମ୍ୱାଦିକ ଶ୍ରୀ ସଞ୍ଜୟ କୁମାର ନାୟକ, ରୂପ ଚାନ୍ଦ ଜୈନ ଏବଂ ରମେଶ କନୋ ଡିଆ ଉପସ୍ଥିତ ରହି ଭଲ ପ୍ରଦର୍ଶନ କରିଥିବା ପ୍ରତିଯୋଗୀଙ୍କୁ ସମ୍ମାନୀତ କରିଥିଲେ। ଏହି ଅବସରରେ ଅଗ୍ରୱାଲ ସଭାର ସଭାପତି ଶ୍ରୀ ପ୍ରେମ ଚାନ୍ଦ ଜୈନ, ସଚିବ ଶ୍ରୀ ଦୀପକ ଗୋଏଲ ଉପସ୍ଥିତ ଥିବା ବେଳେ ପରିଚାଳନା କରିବାରେ ରାହୁଲ ଜୈନ, ଆଶିଷ ଅଗ୍ରୱାଲ, ଭିକି ଅଗ୍ରୱାଲ, ସଂସ୍କାର ଅଗ୍ରୱାଲଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ।
ସନ୍ଧ୍ୟା ସମୟରେ ସୁର ସରଗମ ସଂଗୀତ ସଂଧ୍ୟା ପ୍ରତିଯୋଗୀତା ଆୟୋଜିତ ହୋଇଯାଇଛି। ସେଥିରେ ଜଜ ଭାବରେ କଣ୍ଠଶିଳ୍ପୀ ଶ୍ରୀ ପଙ୍କଜ ଜାଲ, କଣ୍ଟାବାଞ୍ଜିର ପଙ୍କଜ ଜୈନ ଏବଂ କେଶବ ଅଗ୍ରୱାଲ ଉପସ୍ଥିତ ରହି କୃତି ପ୍ରତିଯୋଗୀଙ୍କୁ ଚୟନ କରିଥିଲେ। ଏହି ସଙ୍ଗୀତ ସନ୍ଧ୍ୟାରେ ବହୁତ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିବା ବେଳେ ଅଗ୍ରୱାଲ ପରିବାରର ଶହ ଶହ ସଦସ୍ୟ ଉପସ୍ଥିତ ରହି ଆନନ୍ଦ ଉଠାଇଥିଲେ। ସମସ୍ତ ଜଜଙ୍କୁ ଟ୍ରଫି ପ୍ରଦାନ କରି ସମ୍ମାନିତ କରିଥିଲେ।