ଭଦ୍ରକ: ଲାଞ୍ଚ ନେଉଥିବା ବେଳେ ଭଦ୍ରକ ଗ୍ରାମ୍ୟ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଜନୈକ ଡାଟା ଏଣ୍ଟ୍ରି ଅପରେଟର୍ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଥିବା ଘଟଣା ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।ଭଦ୍ରକ ଜିଲ୍ଲା ଗ୍ରାମ୍ୟ ନିର୍ମାଣ ଡିଭିଜନର ଜଣେ ଲାଞ୍ଚୁଆ କମ୍ପ୍ୟୁଟର ଅପରେଟର ପ୍ରିୟବ୍ରତ ପଣ୍ଡା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ।
ଭଦ୍ରକ ଜିଲ୍ଲାର ସାଳନ୍ଦୀ ନଦୀ ବନ୍ଧ ନିକଟରୁ ତୁମ୍ବାପଦି ପର୍ଯ୍ୟନ୍ତ ଚାଲିଥିବା ସିସି ରୋଡ଼ କାମ ହୋଇଛି ।କାମ ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ଭଦ୍ରକ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି। ପ୍ରିୟବ୍ରତ ପଣ୍ଡା ୨ଟି ଠିକା କାମର ବିଲ୍ ପାସ୍ କରାଇବାକୁ ଦିଗମ୍ବର ଦାସ ନାମକ ଜଣେ ଠିକାଦାରଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ |
Facebook Notice for EU!
You need to login to view and post FB Comments!