ଖପ୍ରାଖୋଲ: ୯/୧୦ ( ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଯୁବ ପତ୍ରକାର ସଂଘ ପକ୍ଷରୁ ନୂଆଖାଇଁ ଭେଟଘାଟ ଖପ୍ରାଖୋଲ ବ୍ଳକ ଲୁହାସିଂହା ପଞ୍ଚାୟତ କୁସୁମକାନୀ ଗ୍ରାମ ଠାରେ ଅନୁଷ୍ଠିତ ହୋଇଯାଇଛି । ସଭାପତି କରୁଣାକର ବୁଡେକ ଙ୍କ ଅଧ୍ୟକ୍ଷତା ଓ ସାମ୍ବାଦିକ ଚନ୍ଦ୍ରଶେଖର ବରିହା ଙ୍କ ତତ୍ତ୍ବବଧାନରେ ଅନୁଷ୍ଠିତ ନୂଆଁଖାଇ ଭେଟଘାଟ ରେ ପରସ୍ପର ମଧ୍ୟରେ ଭାବ ଆଦାନ ପ୍ରଦାନ ସହ ଜୁହାର ଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା
ସଂଘର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିବା ବେଳେ ବିଭିନ୍ନ ସମସ୍ୟା ଭିତ୍ତିକ ଖବର ସଂଗ୍ରହ କରିବାକୁ ଗୁରୁତ୍ବ ଦେଇ ଖବର ପରିବେଷଣ କରିବାକୁ ସମସ୍ତ ସଦସ୍ୟ ମାନଙ୍କୁ ତତ୍ପର ହେବାପାଇଁ ସଭାପତି ପରାମର୍ଶ ଦେଇଥିଲେ ।
ଏହି ଅବସରରେ ଜଗଦୀଶ ଭୋଇ , କୋଷାଧ୍ୟକ୍ଷ ଘନ ଭୋଇ , ଭୋଜ ରାଜ ବରିହା ,ଲଲିତ ମଲ୍ଲିକ , ଗୁଣନିଧି ପୁଟେଲ , ଭଜଶଙ୍କର ଦୀପ ,ଗୌରୀଶଙ୍କର ବରିହା ,ରଙ୍ଗାଧର ପୁଟେଲ , ଅଭିମନ୍ୟୁ ବାଗ ,ପତିରାଜ ଧରୁଆ ,ପ୍ରତ୍ୟୁଷ ରଞ୍ଜନ ଖମାରୀ ,ଚୁଡାମଣି ଭୁଏ ,ନରୋତ୍ତମ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।