
ଖପ୍ରାଖୋଲ: ୯/୧୦(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ୍ ଭାନପୁର ପଞ୍ଚାୟତ ତୁର୍ଲା ଗାଁ ର ଜ୍ୟୋତିରଂଜନ ପଣ୍ଡା ଙ୍କୁ ଉପଖଣ୍ଡ ସ୍ତରୀୟ ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ସୁରକ୍ଷା ସମ୍ମାନ ମିଳିଛି।
ଏନେଇ ଜିଲ୍ଲା ସ୍ତରୀୟ ବନ୍ୟପ୍ରାଣୀ ସଂରକ୍ଷଣ ସପ୍ତାହ ପାଳନ ଅବସରରେ ବଲାଙ୍ଗିର ବନଖଣ୍ଡ ଅଧିକାରୀ ନୀତିନ କୁମାର ମାନପତ୍ର ଓ ୫ ହଜାର ଟଙ୍କାର ଚେକ୍ ପ୍ରଦାନ କରିଥିବା ଜଣାଯାଇଛି।
କୋଭିଡ ସମୟ ରେ ମାଙ୍କଡ ମାନଙ୍କୁ ଖାଦ୍ୟ ଦେବା ଓ ବନ୍ୟପ୍ରାଣୀ ଙ୍କ ସୁରକ୍ଷା ପାଇଁ ସଚେତନ କରିବାକୁ ଏହି ସମ୍ମାନ ମିଳିଛି। ଏହାକୁ ନେଇ ଜ୍ୟୋତି କୁ ବିଭିନ୍ନ ମହଲ ରେ ଶୁଭେଚ୍ଛା ମିଳିଥିବା ବେଳେ ବନ୍ୟପ୍ରାଣୀ ସୁରକ୍ଷା ପାଇଁ ପ୍ରେରଣା ମିଳିଲା ବୋଲି ଜ୍ୟୋତି ପ୍ରକାଶ କରିଛନ୍ତି।