
ଟିଟିଲାଗଡ଼ ଆସନର ଆଶାୟୀ ପ୍ରାର୍ଥୀଙ୍କୁ ସାଂସଦଙ୍କ ବାର୍ତ୍ତା
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ସୋମବାର ଦିନ ଟିଟିଲାଗଡ ଗସ୍ତରେ ଆସିଥିଲେ ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ। ରାଜ୍ୟ ସଭାପତିଙ୍କୁ ସ୍ୱାଗତ କରିବା ପାଇଁ ସହର ସାରା ବିଜେପି ନେତା ମାନଙ୍କ ଦ୍ଵାରା ଲଗା ଯାଇଥିବା ସ୍ବାଗତମ ଗେଟ, ବ୍ୟାନର, ପୋଷ୍ଟର ସବୁଆଡେ ଛାଇ ଯାଇଥିଲା।
ସିଟିସ୍କୁଲ ଠାରେ ପ୍ରଥମେ ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ବଲାଙ୍ଗିର ସାଂସଦ ଶ୍ରୀମତି ସଙ୍ଗୀତା ସିଂ ଦେଓ, ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓ, ବିଜେପି ଜିଲ୍ଲା ସଭାପତି ଶ୍ରୀ ଶିବାଜି ମହାନ୍ତିଙ୍କୁ ଟିଟିଲାଗଡ଼ର ପୌରା ଧ୍ଧକ୍ଷା ଶ୍ରୀମତି ମମତା ଦେବି ଜୈନ, ବିଜେପି ନେତା ନବିନ ଜୈନ୍, ଯୁବନେତା ନରସିଂହ ସିଂ, ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ମୁକେଶ ଜୈନ, କୃଷକ ମୋର୍ଚ୍ଚା ରାଜ୍ୟ ସମ୍ପାଦକ ମହେନ୍ଦ୍ର ଠାକୁର ସ୍ବାଗତ ଜଣାଇବା ସହ ଏକ ବିରାଟ ବାଇକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ସଭା ସ୍ଥଳ ଗୋବିନ୍ଦ ବାଟିକା ଠାରେ ପହଞ୍ଚିଥିଲା।
ବିଜେପି ନେତା ଶୁଭ୍ରାଂଶୁ ଦାସ ଏବଂ ତାଙ୍କର ସମର୍ଥକ ମାନେ ବାଜା ବଜାଇ ଏକ ନିଆରା ଢଙ୍ଗରେ ଗୋବିନ୍ଦ ବାଟିକା ଭିତରକୁ ପ୍ରବେଶ କରିବା ସହ ବିଜେପି ରାଜ୍ୟ ସଭାପତିଙ୍କ ସହ ସମସ୍ତ ଅତିଥିଙ୍କୁ ଫୁଲତୋଡ଼ା ଦେଇ ଫୁଲମାଳ ପିନ୍ଧାଇ ସ୍ୱାଗତ କରିଥିଲେ। ମଞ୍ଚରେ ମଞ୍ଚାସିନ ହେବା ପରେ ଭାରତମାତା, ଦିନ ଦୟାଲ ଉପାଧ୍ୟ।ୟଙ୍କ ଫଟୋ ଚିତ୍ରରେ ଦ୍ବୀପ ପ୍ରଜ୍ବଳନ କରିବା ସହ ମାଲ୍ୟାର୍ପଣ କରିବା ପରେ ସଭାକାର୍ଯ୍ୟ ନଗର ସଭାପତି ଶ୍ରୀ ପ୍ରଶାନ୍ତ ଷଡଙ୍ଗୀ ଆରମ୍ଭ କରିଥିଲେ। ଜଣେ ଜଣେ କରି ସମସ୍ତ ଅତିଥି ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।
ରାଜ୍ୟ ସଭାପତିଙ୍କ ଗସ୍ତ ଅବସରରେ ସାଂସଦ ଶ୍ରୀମତି ସଙ୍ଗୀତା ସିଂ ଦେଓ ଟିଟିଲାଗଡ ବିଧାନସଭା ଆସନ ପାଇଁ ଆଶାୟୀ ଥିବା ସମସ୍ତ ପ୍ରାର୍ଥୀଙ୍କୁ ଗୋଟିଏ ସନ୍ଦେଶ ଦେଇ କହିଲେ ଯେ ଯିଏ ଦଳ ଅନୁଗତ ଥିବ, ପାର୍ଟି ପାଇଁ ଶୃଙ୍ଖଳା ସହିତ ଆଚରଣ ବ୍ୟବହାର ପ୍ରଦର୍ଶନ କରି ପାର୍ଟି ପାଇଁ ପରିଶ୍ରମ କରିଥିବା ସହ ଯୋଗ୍ୟତା ଭିତ୍ତିରେ ପ୍ରାର୍ଥୀ ଚୟନ କରାଯିବ, ମୋର ପସନ୍ଦ ନା ପସନ୍ଦ କି ମୋର କାହାର ପ୍ରତି ସେମିତି ପକ୍ଷପାତିତା ନାହିଁ ବୋଲି ସିଧା ସିଧା କହିଦେଲେ । ମୁଖ୍ୟ ଅତିଥି ମନ ମୋହନ ସାମଲ ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମ ଯୋଗୁଁ ଆଜି ସାରା ବିଶ୍ୱରେ ଭାରତ ବିଶ୍ଵ ଗୁରୁ ହେବାକୁ ଯାଉଛି, ଓଡ଼ିଶାକୁ ସଦାବେଳେ ସହଯୋଗ ର ହାତ ବଢ଼ାଇବା ସଙ୍ଗେ ଗରିବ ଲୋକଙ୍କ ନିମନ୍ତେ ସବୁ ପ୍ରକାର ଯୋଜନା କରୁଛନ୍ତି ତେଣୁ ଆଗାମୀ ନିର୍ବାଚନରେ ବିଜେପି ର ଡବଲ ଇଞ୍ଜିନ ସରକାର ପାଇଁ ବିଜେପି କୁ ସମର୍ଥନ କରି ବିଜୟୀ କରନ୍ତୁ ବୋଲି ଆହ୍ଵାନ ଦେଇଥିଲେ।