ଢେଙ୍କାନାଳ: ୭।୧୦: ସିକିମ୍‌ରେ ବାଦଲ ଫଟା ବର୍ଷା ହୋଇଥିବା ଫଳରେ ତିସ୍ତା ନଦୀରେ ଅଚାନକ ବନ୍ୟା ଯୋଗୁଁ ଆମର ସୈନ୍ୟ ବାହିନୀର ୨୩ଜଣ ଯବାନ୍ ଯେଉଁମାନେ ସମର ଅଭ୍ୟାସ କରିବା ପାଇଁ ଯାଇଥିଲେ, ସେମାନେ ନିଖୋଜ ହୋଇଯାଇଥିଲେ । ସେମାନଙ୍କ ମଧ୍ୟରୁ ୬ଜଣଙ୍କର ସହୀଦ ଯବାନଙ୍କର ପତା ମିଳିଥିଲା । ଆମ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଦିଲ୍ଲୀ ପଂଚାୟତ କେନ୍ଦୁଢିପ ଗ୍ରାମର ହାବିଲ୍ଦାର ସରୋଜ କୁମାର ଦାଶ ଅନ୍ୟତମ ।

ତାଙ୍କର ପାର୍ଥିବ ଶରୀରକୁ ଭୁବନେଶ୍ବର ବିମାନ ବନ୍ଦରରୁ ଅଣାଯାଇ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଅଣାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ପୂର୍ବତନ ସୈନିକ ସଂଘର କର୍ମକର୍ତା ଏବଂ ଅନେକ ସଭ୍ୟ ଯୋଗଦାନ କରି ସହିଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ସଭାପତି କୈଳାସ ଚନ୍ଦ୍ର ରାଉତ, ଉପଦେଷ୍ଟା ଭ୍ରମରବର ଦଳାଇ, ଦୁର୍ଯ୍ୟୋଧନ ବେହେରା, ଉପସଭାପତି ବିମଳ କୁମାର ଶତପଥୀ, ସମ୍ପାଦକ ସୁଭାଷ ଚନ୍ଦ୍ର ହୋତା, ବଟକୃଷ୍ଣ ସାହୁ, ଆର୍ତତ୍ରାଣ ସାହୁ, କୋଷାଧ୍ୟକ୍ଷ ଅଖୁଳ କୁମାର ରାଉତ, ବିଶେଶ୍ୱର ପଟ୍ଟନାୟକ, ସଭ୍ୟ ଜୀବନ ବାଗ୍, ମନୋରଞ୍ଜନ ପଣ୍ଡା, ଭଞ୍ଜ ବାବୁଙ୍କ ସହିତ ୫୦ରୁ ଉର୍ଦ୍ଧ୍ବ ସଭ୍ୟ ଯୋଗଦାନ କରିଥିଲେ ।