Breaking News
10:10 amଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର: ୨୭ ଏକର ଜମିକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଅନୁମତି ୧୧୬୪ ଏକର ଜମିରେ ନିର୍ମାଣ ହେବ ବିମାନବନ୍ଦର 10:10 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଢ଼େଇବର ଗ୍ରାମରେ ଚରିତ୍ର ଉପରେ ସନ୍ଦେହରୁ ଦୁଃଖଦ ପରିଣାମ: ବିଷଧର ନାଗ ଆଣି ପତ୍ନୀ ଓ ଶିଶୁକନ୍ୟାକୁ ହତ୍ୟା ଅଭିଯୁକ୍ତ ସ୍ବାମୀ ଗିରଫ 10:08 amଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗର ସୁପରିଟେଣ୍ଟେଡ଼ ଗଙ୍ଗା ପାଇକରାୟଙ୍କ ନବରଙ୍ଗପୁର ସ୍ଥିତ ଭଡାଘରେ ଆଜି ଭିଜିଲାନ୍ସ ରେଡ଼ କରିଛି 1:47 pmବୌଦ୍ଧ: ବୌଦ୍ଧ ବୁଟୁପାଲିରେ ଥିବା ପୁଲିସ କଲୋନୀର କ୍ୱାଟର୍ସରୁ ଜଣେ ମହିଳା କନେଷ୍ଟବଳଙ୍କ ମୃତଦେହ ଜବତ,ସ୍ୱାମୀ ଅଟକ 1:46 pmଭୁବନେଶ୍ବର: ସର୍ବଦଳୀୟ ବୈଠକ ପରେ ବି ଚାଲିପାରିଲାନି ଗୃହ। ଅପରାହ୍ଣ ୪ଟା ଯାଏ ବିଧାନସଭା ମୁଲତବୀ।

ଘୁମୁସର ଜିଲ୍ଳା ଦାବିରେ ଆସନ୍ତା ଏଗାରରେ ବେଲଗୁଣ୍ଠା ବନ୍ଦ ପାଇଁ ପ୍ରସ୍ତୁତି ବୈଠକ

70 0

ବେଲଗୁଣ୍ଠା:୦୬/୧୦ (ସୁଶାନ୍ତ କୁମାର ବେହେରା )ଘୁମୁସର ଜିଲ୍ଳା ଦାବି ନେଇ ଆସନ୍ତା ଏଗାର ତାରିଖରେ ବେଲଗୁଣ୍ଠା ବନ୍ଦ ଡାକରା ଦିଆଯାଇଛି I ଏନେଇ ଆଜି ବେଲଗୁଣ୍ଠା ବଣିକ ସଂଘ କାର୍ଯ୍ୟାଳୟରେ ବଣିକ ସଂଘ ସଭାପତି ସନତ୍ କୁମାର ସୁବୁଦ୍ଧିଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I

ଏଥିରେ ଅତିଥି ରୂପେ ଘୁମୁସର ଜିଲ୍ଳା ଆନ୍ଦୋଳନ କ୍ରିୟାନୁଷ୍ଠାନ କମିଟି ସଭାପତି ତଥା ବରିଷ୍ଠ ଆଇନଜୀବୀ ସୋମନାଥ ନାୟକ,ଉପେନ୍ଦ୍ର ଭଞ୍ଜ ସାହିତ୍ୟ ପରିଷଦ ସଭାପତି ଗୋପାଳ ଚନ୍ଦ୍ର ଲେଙ୍କା, ରୋଟାରୀ କ୍ଲବ୍ ଉପପ୍ରାନ୍ତପାଳ ଭି ଦେବୀ ପ୍ରସାଦ ପାତ୍ର, ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର,ବଣିକ ସଂଘ ସମ୍ପାଦକ କୈଳାସ ମହାପାତ୍ର,କୋସାଧକ୍ଷ କେ ବୁଲୁ ପାତ୍ର,ଅବସରପ୍ରାପ୍ତ କର୍ମଚାରୀ ସଂଘ ସଭାପତି ଅଭିମନ୍ୟୁ ପଟ୍ଟନାୟକ , ସମ୍ପାଦକ ବିଜୟ କୁମାର ସାମଲ ,ଉପସଭାପତି କୈଳାସ ପାତ୍ର,କୋସାଧକ୍ଷ ଅଶୋକ କୁମାର ପଣ୍ଡା,ପ୍ରମୁଖ ଅତିଥି ଯୋଗ ଦେଇ ଏଗାର ତାରିଖରେ ଶାନ୍ତି ଶୃଙ୍ଖଳାରେ ବନ୍ଦ ପାଳନ ସହିତ ଘୁମୁସର ଜିଲ୍ଳା ଗଠନ ହେଲେ ଅଞ୍ଚଳବାସୀ କେଉଁ କେଉଁ ସୁବିଧା ସୁଯୋଗ ପାଇବେ ସେହି ସମ୍ପର୍କରେ ଆଲୋଚନା କରିଥିଲେ I

ଆଜିର କାର୍ଯ୍ୟକ୍ରମରେ ଅଟୋ ଚାଳକ ସଂଘର ସଭାପତି,ସମ୍ପାଦକଙ୍କ ସମେତ ବେଲଗୁଣ୍ଠା ପରିବା ମାର୍କେଟ ସଙ୍ଘ ସମ୍ପାଦକ ଲକ୍ଷଣ ପ୍ରଧାନ ଓ ବହୁ ସଦସ୍ୟ, ପ୍ରେସକ୍ଲବ ଉପସଭାପତି ପ୍ରଭାତ କୁମାର ସାହୁ, କଳିଙ୍ଗ ବଶ୍ୟ ସଙ୍ଘ ସଭାପତି ଏ ଟ୍ରିପତି ପାତ୍ର,ଯୁବ ସଭାପତି ଅଶୋକ କୁମାର ସୁବୁଦ୍ଧି ଙ୍କ ସହ ବିଭିନ୍ନ ସଂଗଠନର ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ I ଏଗାର ତାରିଖ ସକାଳ ଛଅ ଘଣ୍ଟା ଠାରୁ ସନ୍ଧ୍ୟା ଛଅ ଘଣ୍ଟା ପର୍ଯ୍ୟନ୍ତ ବେଲଗୁଣ୍ଠାରେ ଯାନବାହନ,ଦୋକାନ ବଜାର ସମେତ ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ବନ୍ଦ ରହିବ I ଆନ୍ଦୋଳନକାରୀ ମାନେ ବେଲଗୁଣ୍ଠାର ବିଭିନ୍ନ ଛକରେ ପିକେଟିଂ କରିବା ସହିତ ରାସ୍ତା ଉପରେ ଶାନ୍ତିପୂର୍ଣ୍ଣଭାବେ ଆନ୍ଦୋଳନ କରିବେ I

Related Post

ଟିଟିଲାଗଡ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଆୟୋଜିତ

Posted by - July 30, 2023 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଶନିବାର ଦିନ ସ୍ଥାନୀୟ ଟିଟିଲାଗଡ଼ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି ।…

ଶ୍ରୀକ୍ଷେତ୍ର ରୁ ପାତାଳି ଶ୍ରୀକ୍ଷେତ୍ର କୁ ଆସିଲା ସୁଭଦ୍ରା ରଥ ଚକ

Posted by - November 24, 2023 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଶ୍ରୀକ୍ଷେତ୍ର ପୁରୀ ରୁ ଆସିଲା ଦେବୀ ସୁଭଦ୍ରା ଙ୍କ ରଥ ଚକ। ଏହି ରଥ ଚକ ପାତାଳୀ କ୍ଷେତ୍ର ସୁବର୍ଣ୍ଣପୁର ଜିଲ୍ଲା କୋଟସମଲେଇ ଠାରେ…

ହକି ବିଶ୍ଵକପ ପାଇଁ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ରେ ବିଭିନ୍ନ କାର୍ଯ୍ୟକ୍ରମ

Posted by - January 12, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ପୁରୁଣା କଟକ ରେ ହକି ବିଶ୍ଵକପ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଅନଷ୍ଠିତ ହୋଇଯାଇଛି। ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ହକି ସଚେତନତା…

ଆଶ୍ରମ ସମ୍ପାଦକଙ୍କ ମୁଥମାଡ଼ରେ ଛାତ୍ର ଆହତ

Posted by - February 15, 2023 0
ହରଭଙ୍ଗା; ୧୪/୦୨(ଚିତ୍ତରଞ୍ଜନ ସିଂ)ଆଶ୍ରମ ଭଳି ସ୍ଥାନରେ ଛାତ୍ର ଙ୍କୁ ନିର୍ଯାତନା ଘଟଣା ଏବେ ପଦାକୁ ଆସିଛି!ଆଶ୍ରମ ସମ୍ପାଦକ ଙ୍କ ମାଡ଼ରେ ଛାତ୍ର ଚେତାଶୂନ୍ୟ ଭଳି ଅଭାବନୀୟ ଘଟଣା…

ଉତକେଲା ରୁ ବିମାନ ଉଡାଣ ଲାଇସେନ୍ସ ପାଇଁ ୨ ଜାଣିଆ ଡିଜିସିଏ କତ୍ତୃପକ୍ଷ ଙ୍କ ସମୀକ୍ଷା।ବିମାନ ଚାଳିବା ଆଶା ଦିଶିଲା

Posted by - March 17, 2023 0
ଉକେସିଙ୍ଗା :(ରୁ ପ୍ରିଟେସ ପଟେଲ) ଉତକେଲା ରୁ ବିମାନ ଉଡିବା  ଟୁ ବି ଲାଇସେନ୍ସ ଦେବା ପାଇଁ ଶୁକ୍ରବାର ଦିନ ଡି ଜି ସି ଏ ର…