ବୌଦ୍ଧ:୦୬/୧୦ (ଚିତ୍ତ ରଞ୍ଜନ ସିଂ ) ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ଅନ୍ତର୍ଗତ ସୁରୁଣ୍ଡି ମହାନଦୀ ଘାଟରୁ ଉଠୁଥିବା ବାଲି କୁ ବାଲି ମାଫିଆ ମାନେ ମନଇଛା ଏଣେତେଣେ ଗୋଦାମ କରି ରାଜସ୍ୱ ଲୁଟି ଚାଲିଥିବା ବେଳେ ତହସିଲ ପ୍ରଶାସନ ନୀରବ ଦ୍ରଷ୍ଟା କୁ ସାଧାରଣ ରେ ବିସ୍ମୟ ସୃଷ୍ଟି କରିବା ସହ ଠିକାଦାର ଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ବଦଳ ରେ ଅନୁକମ୍ପା କାହିଁକି ବୋଲି ସାଧାରଣ ରେ ମତ ପ୍ରକାଶ ପାଉଛି l

ଏପରିକି ବାଲି ମାଫିଆଙ୍କ ଦୌରାତ୍ମ୍ୟ ଦିନକୁଦିନ ବଢ଼ିବାରେ ଲାଗିଛି l ଅନାବାଦୀ, ଗୋଚର ଜମିକୁ ଜୋର ଜବରଦସ୍ତ ଜବରଦଖଲ କରି ସେଠାରେ ନଦୀରୁ ବାଲି ଉଠାଇ ଗୋଦାମ କରି ବେଆଇନ ଭାବେ ଜାଗାକୁ ମାଡ଼ିବସିଥିବା ସହ ଚଢ଼ା ଦରରେ ବିକ୍ରି କରିବା ଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି l ଘଟଣା କୁ ନେଇ ପ୍ରଶାସନକୁ ବାରମ୍ବାର ଅବଗତ କରିବା ସତ୍ତ୍ୱେ ହରଭଙ୍ଗା ତହସିଲ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବା ରୁ ସରକାର ଙ୍କ ରାଜସ୍ୱ ହାନି ହେବାସହ ଉକ୍ତ ବାଲି ମାଫିଆ ଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସାଧରଣ ରେ ଦାବି ହେଉଛି l