ମୁନିଗୁଡା:୬।୧୦(ରମାକାନ୍ତ ପୋଡାଲ ) ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ବାଦଳା ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବା ସହ କମିଟି ଗଠନ ହୋଇଯାଇଛି। ମାଙ୍କ ପୂଜା ପାଇଁ ଚଳିତ ମାସ ୯ ତାରିଖ ଦିନ ମାଟି ଅନୁକୂଳ ସହ ଶୁଭ ସ୍ତମ୍ଭ ସ୍ଥାପନ କରାଯିବ ଓ ୨୮ ତାରିଖ ଦିନ କଳସ ଯାତ୍ରା ଅନୁଷ୍ଠିତ ହେବ ବୋଲି ନିଷ୍ପତି ନିଆଯାଇ ଥିବା ବେଳେ ପୁରୋହିତ ବିପିନ ବିହାରୀ କର, ବିଜୟ ମିଶ୍ର, ଅକ୍ଷୟ କୁମାର ରଥ, ଶିବାଶିଷ ମିଶ୍ର ଙ୍କ ଦ୍ଵାରା ପୂଜାର୍ଚ୍ଚନା କରାଯିବ ବୋଲି ଜଣା ପଡିଛି।

ଉକ୍ତ ବୈଠକରେ କମିଟିର ସର୍ବ ସମ୍ମତି କ୍ରମେ ସଭାପତି ଭାବେ ରମେଶ ଚନ୍ଦ୍ର ସାମନ୍ତ, ଉପସଭାପତି ଭାବରେ ଶିବାଶିଷ ପାଣିଗ୍ରାହୀ, ସମ୍ପାଦକ ତପନ କୁମାର ବିଶ୍ଵାଳ, ସହ ସଂପାଦକ ସୋମନାଥ ଦଣ୍ଡସେନା, କୋଷାଧ୍ୟକ୍ଷ ମୁନା ପ୍ରଧାନଙ୍କୁ ଦାୟିତ୍ବ ଦିଆଯାଇ ଥିବା ବେଳେ ଜଗନ୍ନାଥ ଦଣ୍ଡସେନା ପୂଜାର କର୍ତ୍ତା ଭାବେ କାର୍ଯ୍ୟ ତୁଲାଇବେ, ସେହିପରି ଉପଦେଷ୍ଟା ଦାୟିତ୍ଵରେ ଦେବରାଜ ବିଶ୍ଵାଳ, କୈଳାସ ଲେଙ୍କା, ତପନ କୁମାର ସାହୁ, ଦିଲେଶ୍ୱର ଗୌଡ, କବିରାଜ ପ୍ରଧାନ, ପ୍ରମୋଦ ରାଉତ, ସୁଶାନ୍ତ କୁମାର ରଥ, ଉମେଶ ସାମନ୍ତ, ଚକ୍ରଧର ପ୍ରଧାନ, ବାଲାଜୀ ଗୁରୁ, ବିଦ୍ୟାଧର ପ୍ରଧାନ, ରାମ ଭୋଇ, ଭିକାରୀ ଭୋଇ, ସିମାଞ୍ଚଲ ତ୍ରିପାଠୀ, ଶତ୍ରୁଘ୍ନ ଭୋଇ, ପ୍ରଶାନ୍ତ ପାଣିଗ୍ରାହୀ, ଡମ୍ବୁର୍ ମହାନନ୍ଦିଆ, ସୁନାସିର କରକରିଆ, ବନମାଳୀ ମହାନ୍ତି, ମଣ୍ଡଳ ମହାପାତ୍ର ଦାୟିତ୍ବ ତୁଲାଇବେ। ପୂଜାର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, କଳସ ଯାତ୍ରା, ପ୍ରସାଦ ସେବନ ଦାୟିତ୍ବରେ ଜଗା ପାଣିଗ୍ରାହୀ, ଜିତୁ ଗୌଡ,ପିଣ୍ଟୁ, ରଞ୍ଜନ ବିଶ୍ଵାଳ, ଦିବାକର, ଦନେଇ, ବାବୁନି ପ୍ରମୁଖ ସହଯୋଗ କରିବେ ବୋଲି କମିଟି ପକ୍ଷରୁ ନିଷ୍ପତି ନିଆଯାଇଛି।