ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ବକେୟା ପାଉଣା ମିଳୁନଥିବା କାରଣରୁ ଧର୍ମଶାଳା କୃଷକ ସାଥୀଙ୍କ ଉପ କୃଷି ନିଦେର୍ଶକଙ୍କ କାର୍ଯ୍ୟାଳୟ ଆଗରେ ଧାରଣା । କୃଷକ ମାନଙ୍କ ନିକଟରେ ସରକାରୀ ଯୋଜନା ପହଚାଂଇବା ଲାଗି ନିଯୁକ୍ତ ଥିବା କୃଷକ ସାଥୀ ମାନେ ୧୦୦୦ ଟଙ୍କା ବେତନ ରେ କାର୍ଯ୍ୟ କରୁଛନ୍ତି । ନିକଟ ରେ ସରକାର ସାଥୀ ମାନଙ୍କ ଦରମା ବୃଦ୍ଦି କରିଥିବାରୁ ବକେୟା ବର୍ଦ୍ଦିତ ରାଶି ୫୦୦୦ ଟଙ୍କା ଅନ୍ୟ ସବୁ ବ୍ଲକ ରେ କୃଷକ ସାଥୀ ମାନେ ପାଇସାରିଥିବା ବେଳେ ଧର୍ମଶାଳା ବ୍ଲକ ରେ କାର୍ଯ୍ୟରତ ସାଥୀ ମାନେ ଏହା ପାଇବାରୁ ବଂଚିତ ହୋଇଛନ୍ତି ।
ମାସ ମାସ ଧରି ଧର୍ମଶାଳା କୃଷି ବିଭାଗ ସହ ଜିଲ୍ଲା ଉପ କୃଷି ନିର୍ଦ୍ଦେଶକ ଙ୍କୁ ଜଣାଇଲା ପରେ ଏହା ମିଳିପାରୁନାହିଁ । ତୁରନ୍ତ ଏହି ବର୍ଦ୍ଦିତ ପ୍ରାପ୍ୟ ପ୍ରଦାନ ଲାଗି କୃଷକସାଥୀ ମାନେ ଦାବୀ କରି ଧାରଣା ଦେଇଛନ୍ତି । ଅନ୍ୟପଟେ କୃଷି ଉପନିର୍ଦ୍ଦେଶକ କହିଛନ୍ତି ବୈଷୟିକ ତ୍ରୁଟି କାରଣରୁ ତାହା ମିଳିପାରିନାହିଁ । ଖୁବ ଶୀଘ୍ର ଧର୍ମଶାଳା କୃଷକ ସାଥୀ ମାନଙ୍କୁ ସେମାନଙ୍କ ବକେୟା ପାଉଣା ପ୍ରଦାନ କରାଯିବ ।