
ଧର୍ମଗଡ: ୫/୧୦(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ ବିଜ୍ଞାପିତ ଅଞ୍ଚଳପରିଷଦ ତେନ୍ତୁଳିଆପଡ଼ା ସ୍କୁଲରେ ଶିକ୍ଷକ ପଦବୀ ପୂରଣ ଦାବୀ ନେଇ ସ୍କୁଲ ଗେଟ ରେ ତାଲା ପକାଇ ଛାତ୍ରଛାତ୍ରୀ, ଅଭିଭାବକ ଓ ପରିଚାଳନା କମିଟି ଧାରଣାରେ ବସିଛନ୍ତି।ଏହା ଯୋଗୁଁ ସ୍କୁଲ ରେ ପଠା ପଢା ଠପ ହୋଇ ଯାଇଛି।
ମିଳିଥିବା ସୂଚନା ଅନୁସାରେ ତେନ୍ତୁଳିଆପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ଯାଏଁ ୧୩୦ ଜଣ ଛାତ୍ର ଛାତ୍ରୀଙ୍କ ଶିକ୍ଷାଦାନ ଦେବା ପାଇଁ ମାତ୍ର ୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ରହିଛନ୍ତି।
ଫଳରେ ଶ୍ରେଣୀ ଅନୁଯାଇ ଶିକ୍ଷକ ନ ଥିବାରୁ ପାଠ ପଢା ରେ ବ୍ୟାହତ ସୃଷ୍ଟି ହେଉଛି।.ସ୍କୁଲ ରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ଦାବୀ ନେଇ ସ୍କୁଲ ପରିଚାଳନା କମିଟି ସଦସ୍ୟ, ଅଭିଭାବକ ମାନେ ଧର୍ମଗଡ ଉପଜିଲ୍ଲାପାଳ, ଧର୍ମଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ଏକ ଲିଖିତ ଅଭିଯୋଗ କରିଥିଲେ। ହେଲେ ୭ ଦିନରୁ ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ କୌଣସି ସୁଫଳନ ମିଳିବାରୁ ସେମାନେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ରେ ବସିଛନ୍ତି।