ଖପ୍ରାଖୋଲ: ୦୩/୧୦( ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ରେ ନୂତନ ଭାବେ ବିଡ଼ିଓ ଆକାଶ ରଞ୍ଜନ ସାହୁ ଯୋଗ ଦେଇଛନ୍ତି । ପୂର୍ବରୁ ସେ ଲୋଇସିଂହା ବ୍ଲକ ରେ କାର୍ଯ୍ୟଭାର ନେଇଥିଲେ ।

ଖପ୍ରାଖୋଲ ରେ ବିଡ଼ିଓ ଭାବେ ଯୋଗ ଦେଲେ ପରେ ବ୍ଲକ ଅଞ୍ଚଳରେ ରହିଥିବା ଗରିବ ଶ୍ରେଣୀର ଲୋକଙ୍କ ପାଇଁ ରାସନ କାର୍ଡ, ଭତ୍ତା , ଆବାସ ଗୃହ ସମସ୍ୟା ପ୍ରତି ଗୁରୁତର ସହ ନେଇ କାର୍ଯ୍ୟ କରିବେ ବୋଲି କହିଥିଲେ ।

ଏହାସହ ବ୍ଲକ ଦାଦନ ପ୍ରବଣ ଅଞ୍ଚଳ ହୋଇଥିବାରୁ ଶ୍ରମିକ ମାନଙ୍କୁ ମନୋରେଗାଁ ୟୋଜନାରେ ତିନି ଶହ ଦିନର କାର୍ଯ୍ୟ ଦିବସ ସୃଷ୍ଟି କରି ଦାଦନ ରୋକିବା ପାଇଁ ପ୍ରୟାସ କରିବେ ବୋଲି ପ୍ରକାଶ କରିଥିଲେ। ବିଡ଼ିଓ ଙ୍କ ଯୋଗ ଦେବା ପରେ ସ୍ବଚ୍ଛତା ର ଶହ ଅଞ୍ଚଳର ବିକାଶ ହେବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।