Breaking News
10:10 amଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର: ୨୭ ଏକର ଜମିକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଅନୁମତି ୧୧୬୪ ଏକର ଜମିରେ ନିର୍ମାଣ ହେବ ବିମାନବନ୍ଦର 10:10 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଢ଼େଇବର ଗ୍ରାମରେ ଚରିତ୍ର ଉପରେ ସନ୍ଦେହରୁ ଦୁଃଖଦ ପରିଣାମ: ବିଷଧର ନାଗ ଆଣି ପତ୍ନୀ ଓ ଶିଶୁକନ୍ୟାକୁ ହତ୍ୟା ଅଭିଯୁକ୍ତ ସ୍ବାମୀ ଗିରଫ 10:08 amଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗର ସୁପରିଟେଣ୍ଟେଡ଼ ଗଙ୍ଗା ପାଇକରାୟଙ୍କ ନବରଙ୍ଗପୁର ସ୍ଥିତ ଭଡାଘରେ ଆଜି ଭିଜିଲାନ୍ସ ରେଡ଼ କରିଛି 1:47 pmବୌଦ୍ଧ: ବୌଦ୍ଧ ବୁଟୁପାଲିରେ ଥିବା ପୁଲିସ କଲୋନୀର କ୍ୱାଟର୍ସରୁ ଜଣେ ମହିଳା କନେଷ୍ଟବଳଙ୍କ ମୃତଦେହ ଜବତ,ସ୍ୱାମୀ ଅଟକ 1:46 pmଭୁବନେଶ୍ବର: ସର୍ବଦଳୀୟ ବୈଠକ ପରେ ବି ଚାଲିପାରିଲାନି ଗୃହ। ଅପରାହ୍ଣ ୪ଟା ଯାଏ ବିଧାନସଭା ମୁଲତବୀ।

ବିଜୁ ଜନତା ଦଳର ପଦ ଯାତ୍ରା

76 0

ବୌଦ୍ଧ:(ଚିତ୍ତ ରଂଜନ ସିଂ) ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ର ୭  ନମ୍ବର ଜୋନ ରେ ବିଜୁଜନତା ଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭହୋଇଥିଲା। ଏହି ଜନସଂପର୍କ ପଦ ଯାତ୍ରା ଅକ୍ଟୋବର ୨  ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୧୧  ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ପଦଯାତ୍ରା ରେ ବିଜେଡ଼ି ର ସମସ୍ତ କର୍ମୀ ମାନେ ଏକତ୍ରିତ ହୋଇ ଗାଁ କୁ ଗାଁ ବୁଲି ଘରେ ଘରେ ବିଜୁଜନତା ଦଳର ଓଡ଼ିଶା ରେ ୨୩  ବର୍ଷ ଶାସନ ର ବିକାଶ ର ବାର୍ତ୍ତା ପହଞ୍ଚାଇବା ପାଇଁ ପ୍ରତିଶୃତି ବଧ ହୋଇଛନ୍ତି।

ଏହା ଦ୍ବାରା ଗାଁ ର ସମସ୍ତ ଭୋଟର ମାନଙ୍କ ସହିତ ମଧ୍ୟ ସିଧାସଳଖ ସମ୍ପର୍କ ସ୍ଥାପନ କରିବା ଆଉ ଏକ ଲକ୍ଷ ବୋଲି ଦଳ ତରଫରୁ ସୁଚନା ମିଳିଛି। ଆଜି ର ଏହି ପଦଯାତ୍ରା ରେ ଜିଲ୍ଲା ପର୍ଯ୍ୟବେଖ୍ୟକ ଷୌଭାଗ୍ୟ ରଞ୍ଜନ ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଭାସିନୀ ଦାସ, ସାତ ନମ୍ବର ଜୋନ ର ଜିଲ୍ଲାପରିଷଦ ସଭ୍ୟ ଜିତୁ ମିଶ୍ର, କଣ୍ଟାମାଳ ର ପୂର୍ବତନ ବିଧାୟକ ଭଗବାନ କହଁର , ବିଜେଡ଼ି ର ବରିଷ୍ଟ ନେତା ଅଶୋକ୍ କୁମାର ସାହୁ, ବୌଦ୍ଧ କୋପରେଟିଭ ବ୍ୟାଙ୍କ୍ ସଭାପତି ଅରୁଣ କୁମାର ସାହୁ, ପଶ୍ଚିମ ଓଡିଶା ବିକାଶ ପରିଷଦ ର ସଭ୍ୟ ସୁବୋଧ ପ୍ରଧାନ, ଜିତୁ ଦାସ , ଗରୁଡ଼ ପ୍ରଧାନ, ରବି ପ୍ରଧାନ, ଶୁଶାନ୍ତ କୁମାର ପ୍ରଧାନ ଙ୍କ ସହିତ ବହୁ ବିଜେଡ଼ି କର୍ମୀ ସାମିଲ ହୋଇଥିଲେ। ଆଗକୁ ଏହି ପଦଯାତ୍ରା ଜୋରଦାର ଚାଲିବା ନେଇ ଦଳ ପକ୍ଷରୁ ସୁଚନା ମିଳିଛି।

Related Post

ଭାରତୀୟ ଜନତା ପାର୍ଟି ର ପୁରୁଣାକଟକ ମଣ୍ଡଳ ସ୍ତରୀୟ ପ୍ରବାସ ବୈଠକ

Posted by - January 23, 2023 0
ହରଭଙ୍ଗା :(ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ମଣ୍ଡଳ ସ୍ତରୀୟ ଭାରତୀୟ ଜନତା ପାର୍ଟି ର ପ୍ରବାସ ବୈଠକ ଆଜି ପୁରୁଣାକଟକ କଲ୍ୟାଣୀ ମଣ୍ଡପ ଠାରେ…

ଜିଲ୍ଲା କଂଗ୍ରେସ ର “ଘରେ ଘରେ କଂଗ୍ରେସ, ଘରେ ଘରେ ହାତ” କାର୍ଯକ୍ରମ ଆରମ୍ଭ

Posted by - September 25, 2023 0
ବୌଦ୍ଧ:( ଚିତ୍ତରଞ୍ଜନ ସିଂହ )ପ୍ରଦେଶ କଂଗ୍ରେସ କମିଟି ର ସଭାପତି ଶ୍ରୀ ଶରତ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ ଆଜି ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ସଭାପତି…

ସୁବର୍ଣ୍ଣପୁର ଜିଲ୍ଲା ନୂତନ ଟାଉନ ହଲ ଠାରେ ବିଜୁ ଜନତା ଦଳର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

Posted by - July 2, 2023 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ନୂତନ ଟାଉନ ହଲ ଠାରେ ବିଜୁ ଜନତା ଦଳର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜେଡିର ସାଙ୍ଗଠାନିକ…

ପ୍ରଧାନମନ୍ତ୍ରୀ ବିଶ୍ଵକର୍ମା ଯୋଜନା ଲୋକାର୍ପଣ ଉତ୍ସବରେ ଯୋଗଦେଲେ ସାଂସଦ,ବିଜେପି କାର୍ଯ୍ୟାଳୟ ଉଦଘାଟିତ

Posted by - September 18, 2023 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ସେପ୍ଟେମ୍ବର ୧୭ ତାରିଖ ଅର୍ଥାତ ଆଜି ଭାରତର ଯଶସ୍ଵି ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ। ଏହି ଦିବସକୁ ପାଳନ କରିବା ସହ…

କଣ୍ଟାମାଳ ବ୍ଲକ ଘେରାଓ ପାଇଁ ବିଜେପି ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Posted by - January 20, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଣରେ ରାଜ୍ୟ ସରକାର କରିଥିବା ଅନିୟମିତତା ଓ ଦୁର୍ନୀତି ବିରୋଧରେ କଣ୍ଟାମାଳ ବ୍ଲକ ଘେରାଓ ପାଇଁ ଆଜି ଦହ୍ୟାଠାରେ ବିଜେପି…