ଭୁବନେଶ୍ୱର:ବର୍ଷ ଶେଷ ଟଙ୍କା ସରିବ ଦରକାର ସେଥି ପାଇଁ ଚାଲିଛି ତଳ ଠୁ ଉପର ପର୍ଯ୍ୟନ୍ତ ଗୁପ୍ତ ମନ୍ତ୍ରଣା ଯାହାର ପ୍ରମୁଖ ମାଧ୍ୟମ ପାଲଟିଛ ଭଲ ଡ୍ରେନ କୁ ଖରାପ କରିବା ତା ସହିତ ଡ୍ରେନ ଓସାର ହେବ ଏହି ପରି କିଛି ଯୋଜନା ବଧ ଚକ୍ରାନ୍ତ ଏହି ପରି ଅଜଣା ନିୟମ ଅନୁସାରେ ଚାଲିଛି ଶାସ୍ତ୍ରୀ ନଗର ସମ୍ମୁଖ ଭାଗ ପାୱାର ହାଉସ ରୁ ନିକୋ ପାର୍କ ପର୍ଯ୍ୟନ୍ତ ପାଖାପାଖି ୧.୫ କିମି ଡ୍ରେନକୁ ଗତ ୫ ବର୍ଷ ମଧ୍ୟରେ ୧୫ ଥର ବିଭିନ୍ନ ପ୍ରକାର ର ପୁନଉଦ୍ଧାର ସହିତ ନବୀକରଣ କାର୍ଯ୍ୟ ସମ୍ପାଦନ କରାଯାଇଛି ରାଜ୍ୟ ରାଜା କୋଷ ରୁ କୋଟି କୋଟି ଡ୍ରେନ ପୁନଉଦ୍ଧାର କାର୍ଯ୍ୟ ରେ ଖର୍ଚ୍ଚ ହେଉଥିବା ବେଳେ କିଛି ଆସାଧୁ ଅଧିକାରୀ ଙ୍କ ସହଯୋଗ ରେ ଠିକାଦାର ମାଲେ ମାଲେ ହେଉଥିବାଅ ଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା
ସେମାନ ଙ୍କ କହିବା କଥା ଯେ ବିଭାଗୀୟ ଅଧିକାରୀ ଙ୍କ ଉଦାସୀନତା ଏବଂ ଠିକାଦାର ପ୍ରେମ ପାଇଁ ଗୋଟିଏ କାମ କୁ ଶହେ ଥର କରିବା ପାଇଁ ପଡୁଛି ଡିଭିଜନ ୩ ବରିଷ୍ଠ ଅଧିକାରୀ ଠାରୁ ମିଳିଥିବା ସୂଚନା ଅନୁସାରେ ଏହି ଡ୍ରେନ ରେ ଯେତିକି ପରିମାଣ ରେ ପାଣି ନିଷ୍କାସନ ହେବା କଥା ତା ଠୁ ଅଧିକ ପାଣି ନିଷ୍କାସନ ହେବାରୁ ବିଭାଗ ବାଧ୍ୟ ହୋଇ ଡିଭିଜନ ର ଏହି ପ୍ରମୁଖ ଡ୍ରେନ କୁ ଓସାର ସହିତ ଅଧିକ ଉଚ୍ଚତା କରାଯିବ କିନ୍ତୁ ବତ୍ତମାନ ଏହି ଡ୍ରେନ ଯେଉଁ ହିସାବରେ କରା ଯାଉଛି ତା ମଧ୍ୟ ଆଗମୀ ବର୍ଷା ଦିନରେ ଭାଙ୍ଗି ଯିବ କାରଣ ଗୋଟିଏ ପଟରେ ନିମ୍ନ ମାନର କାର୍ଯ୍ୟ ତା ସହିତ ଅନ୍ୟ ପଟରେ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ କୌଣସି କାର୍ଯ୍ୟ କରାଯାଉ ନାହିଁ କହିବାକୁ ଗଲେ କୋଟି କୋଟି ଟଙ୍କାର ଡ୍ରେନ କାର୍ଯ୍ୟ ମିଳି ଭଗତ ଖାଇ ଦେବାକୁ ବସିଛନ୍ତି ଉଭୟ ଅଧିକାରୀ ଓ ଠିକାଦାର । ଆଗାମୀ ଦିନରେ ଯଦି ବିଭାଗୀୟ ଅଧିକାରୀ ଡ୍ରେନ କାର୍ଯ୍ୟ ନିୟମ ଅନୁସାରେ ଶେଷ କରା ନଯାଏ ତାହା ହେଲେ ଏହି କାର୍ଯ୍ୟ ର ସମ୍ପୂର୍ଣ୍ଣ ବିବରଣୀ ବିଭାଗ ଠାରୁ ହସ୍ତଗତ କରି ବିଭାଗୀୟ ମନ୍ତ୍ରୀ,ମୁଖ୍ୟମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଶାସ୍ତ୍ରୀ ନଗରର ବରିଷ୍ଠ ନାଗରିକ ଓ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମାନେ କହିଛନ୍ତି ।
ଏହି ଘଟଣା ସମ୍ପର୍କରେ ବିଭଗୀୟ ଯନ୍ତ୍ରୀ ଙ୍କୁ ଡ୍ରେନ ବିଷୟରେ ମତାମତ ନେବାକୁ ଚେଷ୍ଟା କରିଥିଲେ ସୁଦ୍ଧା ସେ ଏହି ଘଟଣା ସମ୍ପର୍କରେକିଛି କହି ପାରିବେ ନାହିଁ ଏବଂ ଡ୍ରେନ ନିର୍ମାଣ ର ଆବଶ୍ୟକ ରହିଛି ସେଥି ପାଇଁ କରାଯାଇଛି ବୋଲି ସେ ପରୋକ୍ଷ ରେ କହିଥିଲେ ଏବଂ ଅନ୍ୟ କିଛି କହି ପାରିବେ ନାହିଁ କିମ୍ବା ତାଙ୍କ ନିକଟକୁ ଡ୍ରେନ ବିଷୟ କୁ ନେଇ କୌଣସି ଅଭିଯୋଗ ଆସି ନାହିଁ ଏବଂ ଶାସ୍ତ୍ର ନଗର ମୁଖ୍ୟ ଡ୍ରେନ ନିମ୍ନ ମାନର ହେଉନାହିଁ ବୋଲି ସେ କହିଥିଲେ
ଡ୍ରେନ କାର୍ଯ୍ୟ ଯାହା ହେଉଛି ତାହା ଭଗବାନ ଙ୍କୁ ଜଣା କିନ୍ତୁ ଡ୍ରେନ କାର୍ଯ୍ୟ ପାଇଁ ଉକ୍ତ ରାସ୍ତା ଦିନ ରାତି ଏକ ପ୍ରକାର ବନ୍ଦ ରହୁଛି ସେହି ବାଟ ଦେଇ ଯିବା ଆସିବା ବିପଦ ଜନକ ପାଲଟି ଯାଇଛି ତା ସାଙ୍ଗକୁ ଡ୍ରେନ ନିର୍ମାଣ ସ୍ଥାନରେ କୌଣସି ଆବଦ୍ଧ କରା ଯାଇ ନାହିଁ ଯାହା ଦୃଘଟଣା କୁ ଆମନ୍ତ୍ରଣ କରୁଛି
ଏହି ରାସ୍ତା ଦେଇ ଶହ ଶହ ଗାଡି ହଜାର ହଜାର ଲୋକ ପ୍ରତିଦିନ ଯିବା ଆସିବା କରୁଛନ୍ତି ଏବଂ ଏହି ରାସ୍ତା ସହରର ଏକ ପ୍ରମୁଖ ରାସ୍ତା ହୋଉଥିବା ବେଳେ ବିଭଗୀୟ ଅଧିକାରୀ ସବୁ ଜାଣି ନଜାଣିଲ ପରି ଅଭିନୟ କରିଛନ୍ତି ଏହି ରାସ୍ତା ଦେଇ ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ବିଭିନ୍ନ କାର୍ଯ୍ୟକ୍ରମ ରେ ଯିବା ଆସିବା କରୁଛନ୍ତି ତା ସାଙ୍ଗ କୁ କଳିଙ୍ଗ ଷ୍ଟାଡିୟମରେ ବିଭିନ୍ନ ଆନ୍ତର୍ଜାତିକ କ୍ରୀଡା ପ୍ରତିଯୋଗିତା ଚାଲୁଛି ତଥାପି ଉଭୟ ପକ୍ଷ ନିରବ ଯାହା ସାଧାରଣ ରେ ଅନେକେ ପ୍ରଶ୍ନ ଇ ସନ୍ଦେହ ସୃଷ୍ଟି କରୁଛି ବୋଲି ସାଧାରଣ ଲୋକ ଅଭିଯୋଗ କରିଛନ୍ତି ।