ଟିଟିଲାଗଡ:(ସଞ୍ଜୟ କୁମାର ନାୟକ) ଅକ୍ଟୋବର ଦୁଇ ତାରିଖକୁ ଦେଶ ବ୍ୟାପି ଜାତୀୟ ପିତା ମହାତ୍ମା ଗାନ୍ଧୀ ତଥା ଦେଶର ପୁର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତି ସ୍ଥାନୀୟ ପୌର ପରିଷଦ କଲ୍ୟାଣ ମଣ୍ଡପ ଠାରେ ଗାନ୍ଧି ଜୟନ୍ତି ଉତ୍ସବ କମିଟି ଓ ଉପଖଣ୍ଡ ପ୍ରଶାସନ ପକ୍ଷରୁ କମିଟିର ସଭାପତି ଶ୍ରୀ ଦୟାମୟ ପାଢୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ର ବିଧାୟିକା ତଥା ବାଣିଜ୍ୟ ପରିବହନ ଓ ଜଳ ସମ୍ପଦ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ , ସମ୍ମାନିତ ଅତିଥି ଭାବେ ଟିଟିଲାଗଡ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦୟାମୟ ପାଢୀ, ପୌର ଉପାଧ୍ୟକ୍ଷ ଶ୍ରୀମତି ପୁଷ୍ପ ମଞ୍ଜରି ଜାଲ, ବ୍ଲକ ଉପାଧକ୍ଷ ଜଗତ ରାମ ରଣା,ମୁଖ୍ୟ ବକ୍ତା ଭାବେ କେସିଙ୍ଗା ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁଶାନ୍ତ ପାଢ଼ୀ, ପୌର ନିର୍ବାହୀ ଅଧିକାରୀ ଶ୍ରୀ ବିପିନ ଦ୍ଵିପ ମଞ୍ଚାସିଁନ ଥିଲେ।

ପ୍ରଥମେ ଦୁଇ ମହାପୁରୁଷଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଦ୍ଵୀପ ପ୍ରଜ୍ବଳନ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ସଭା ପରିଚାଳନା କରିଥିଲେ ପୌର ନିର୍ବାହୀ ଅଧିକାରୀ ବିପିନ ଦ୍ଵିପ। ଏହି ଜୟନ୍ତୀରେ ସହରର ବିଭିନ୍ନ ଧର୍ମର ଧର୍ମଗୁରୁ ମାନଙ୍କୁ ନିମନ୍ତ୍ରଣ କରଯାଇଥିଲା , ସେମାନେ ଅହିଂସା ବିଷୟରେ ନିଜ ଧର୍ମରେ କଣ କୁହାଯାଇଛି ସେ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଜୟନ୍ତି ପାଳନ ଅବସରରେ ସହରର ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ, ସମାଜସେବୀ, ଶିକ୍ଷାବିତ, ଆଇନଜୀବୀ, ସ୍କୁଲ ଛାତ୍ର ଛାତ୍ରୀ, ସ୍ବଚ୍ଛ ସାଥୀ ମାନେ ଯୋଗ ଦେଇଥିଲେ।