
ଅମ୍ବାଦଳା:୧।୧୦(ରାମାକାନ୍ତ ପୋଡାଳ)ଦେଶ ମେଗା ସ୍ବଚ୍ଛତା ଅଭିଯାନ ଦିବସ ପାଳନ କରୁଥିବା ବେଳେ ଆମ୍ବଦଳା ଲାଇଫ ଲାଇନ ହସ୍ପିଟାଲ ପକ୍ଷରୁ ମଧ୍ୟ ସ୍ଵଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ସ୍ବଚ୍ଛ ଭାରତ ଅଭିଯାନର ୯ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଲାଇଫ ଲାଇନ ହସ୍ପିଟାଲର ଡାକ୍ତର ଙ୍କ ସମେତ ସମସ୍ତ କର୍ମଚାରି ସ୍ବଚ୍ଛତା ପାଇଁ ଆଜି ୧ ଘଣ୍ଟା ସାମୂହିକ ଶ୍ରମଦାନ କରିଥିବା ବେଳେ ଆମ୍ବାଦଳା ସରକାରୀ ଡାକ୍ତରଖାନାର ଡାକ୍ତର ଜଗବନ୍ଧୁ ସାହୁଙ୍କ ସମେତ ସମସ୍ତ କର୍ମଚାରୀ ମଧ୍ୟ ସ୍ଵଚ୍ଛତା ଦିବସ ପାଳନ କରିଥିବା ଦେଖିବାକୁ ମିଳିଛି।
ଲାଇଫ ଲାଇନ ହସ୍ପିଟାଲର ମାଲିକ ସଂଯୁକ୍ତା ସାହୁଙ୍କ ଆୟୋଜିତରେ ଡାକ୍ତର ଉତ୍କଳ କେଶୋରି ସାହୁ, ଦିଲୀପ କୁମାର ସାହୁ, ରଞ୍ଜନା ପାତ୍ର, ନିହାର ରଞ୍ଜନ ଦାସ, ଆଦିତ କୁମାର, କିଶୋର ପରିଡ଼ା, ଭାର୍ଗବୀ ବିଶି, ଭାନୁମତୀ ବାଗ ପ୍ରମୁଖ ଉପସ୍ଥିତ ରହି ଡାକ୍ତରଖାନା ପରିସର ସଫା ସୁତୁରା କରିବା ସହ ଚତୃପାର୍ଶ୍ୱରେ ଥିବା ଅଳିଆ ଆବର୍ଜ୍ଜନା ଝାଡୁ ମାରି ସଫା କରିଥିବା ବେଳେ ଅଞ୍ଚଳ ବାସୀଙ୍କୁ ସ୍ଵଚ୍ଛତା ଦିବସ ବିଷୟରେ ସଚେତନତା କରାଇଥିଲେ