
କଳାହାଣ୍ଡି :(ନରେନ୍ଦ୍ର ନେଗୀ)ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଯୁଗସାଇପାଟଣା ପଞ୍ଚାୟତ ସିକେରଗୁଡା ଗାଁରେ ଆଜି ଏକ ବିଭତ୍ସ ହତ୍ୟା କାଣ୍ଡ ଘଟିଛି lପୋଲିସ ଠାରୁ ମିଳିଥିବା ସୂଚନା ମୁତାବକ ସିକେରଗୁଡ଼ାର ଜଳ ନାଏକ (୫୫) ଙ୍କୁ ତାଙ୍କ ଭାଇ ଏବଂ ପୁତୁରା ମାନେ ମିଶି ହତ୍ୟା କରିଥିବା ଅଭିଯୋଗ ହେଇଛି ।
ଜଳ ଏବଂ ତାଙ୍କ ଭାଇ ଙ୍କ ପରିବାର ମଧ୍ୟରେ ଗୁଣିଗାରେଡି କୁ ନେଇ ପୂର୍ବରୁ ଅନେକ ଥର ଝଗଡା ହେlଇ ଆସୁଥିଲା । ଆଜି ସକାଳେ ଜଳ ନିଜ ଚାଷ ଜମି କୁ ଯାଉଥିବା ବେଳେ ତାଙ୍କ ସାନ ଭାଇ ପରବେଶ ନାଏକ ଓ ତାଙ୍କ ଦୁଇ ପୁଅ ନକୁଳ ନାଏକ ଓ ସହଦେବ ନାଏକ ମିଶି ଜଳ ଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରଦର ଥାନା ପୋଲିସ ଘଟଣାସ୍ଥଳ ରେ ପହଞ୍ଚି ତଦନ୍ତ କରି ଶବ ଜବତ କରିବା ସହ ଅଭିଯୁକ୍ତ ମାନଙ୍କୁ ଥାନାରେ ଅଟକ ରଖିଛି । ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି