ବ୍ରହ୍ମପୁର: ଗୋଷାଣୀ ନୂଆଗାଁ ଉତ୍କଳ ବାଳାଶ୍ରମରୁ ୧୩ ଛାତ୍ରୀ ଚମ୍ପଟ ମାରିବା ଘଟଣାରେ ୭ ଛାତ୍ରୀ ଉଦ୍ଧାର ହୋଇଛନ୍ତି। ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦରୁ ଜଣେ, ଚିକିଟିରୁ ଜଣେ ଏବଂ ଭୁବନେଶ୍ୱରରୁ ୫ ନାବାଳିକାଙ୍କୁ ଉଦ୍ଧାର କରିଛି ବ୍ରହ୍ମପୁର ପୁଲିସ।ଉଦ୍ଧାର ନାବାଳିକାଙ୍କ ଜରିଆରେ ଅନ୍ୟମାନଙ୍କୁ ଉଦ୍ଧାର ପାଇଁ ଚେଷ୍ଟା ଚାଲିଛି। ପରିବାର ଲୋକେ ଘରକୁ ନେଉନଥିବାରୁ ଛାତ୍ରୀମାନେ ପଳାଇଥିବା ଜଣାପଡ଼ିଛି।ପିଲାମାନେ ନିଜ ନିଜ ଭିତରେ ଗଣ୍ଡଗୋଳ କରି ପାଚେରୀ ଡେଇଁ ପଳାଇଥିଲେ। ଏ ସଂପର୍କରେ ଉପ-ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏହା ପରେ ଆଶ୍ରମର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରି ଦିଆଯାଇଛି। ଏହା ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛନ୍ତି।
Facebook Notice for EU!
You need to login to view and post FB Comments!