ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ ଗ୍ରାମରେ ଗତ କାଲି ଅପରାହ୍ନ ରେ ବିଲରେ କାମ କରୁଥିବା ସମୟରେ ହଠାତ୍ ବଜ୍ରାଘାତ ହୋଇଥିଲା l ଯାହା ଫଳରେ ୪ ଜଣ ମହିଳା ଗୁରୁତର ଅବସ୍ଥାରେ ଅଚେତ ହୋଇ ପଡ଼ିଥିଲେ l

ଗାଁ ଲୋକଙ୍କ ଦ୍ବାରା ସେହି ମହିଳା ମାନଙ୍କୁ ଉଦ୍ଧାର କରାଯାଇ ଅଗ୍ନିଶମ ବାହିନୀ ଓ ଆମ୍ବୁଲାନ୍ସ ସାହାଯ୍ୟରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା l

ତେବେ ସେମାନଙ୍କ ମଧ୍ୟରୁ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ରାତିରେ ଜଣଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି l ମୃତ ମହିଳା ଜଣକ ହେଲେ ସୁଵାସିନି ନାୟକ l ଆଜି ପୋଷ୍ଟମଟମ ସରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ l ଏ ନେଇ ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି l