Breaking News
10:10 amଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର: ୨୭ ଏକର ଜମିକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଅନୁମତି ୧୧୬୪ ଏକର ଜମିରେ ନିର୍ମାଣ ହେବ ବିମାନବନ୍ଦର 10:10 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଢ଼େଇବର ଗ୍ରାମରେ ଚରିତ୍ର ଉପରେ ସନ୍ଦେହରୁ ଦୁଃଖଦ ପରିଣାମ: ବିଷଧର ନାଗ ଆଣି ପତ୍ନୀ ଓ ଶିଶୁକନ୍ୟାକୁ ହତ୍ୟା ଅଭିଯୁକ୍ତ ସ୍ବାମୀ ଗିରଫ 10:08 amଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗର ସୁପରିଟେଣ୍ଟେଡ଼ ଗଙ୍ଗା ପାଇକରାୟଙ୍କ ନବରଙ୍ଗପୁର ସ୍ଥିତ ଭଡାଘରେ ଆଜି ଭିଜିଲାନ୍ସ ରେଡ଼ କରିଛି 1:47 pmବୌଦ୍ଧ: ବୌଦ୍ଧ ବୁଟୁପାଲିରେ ଥିବା ପୁଲିସ କଲୋନୀର କ୍ୱାଟର୍ସରୁ ଜଣେ ମହିଳା କନେଷ୍ଟବଳଙ୍କ ମୃତଦେହ ଜବତ,ସ୍ୱାମୀ ଅଟକ 1:46 pmଭୁବନେଶ୍ବର: ସର୍ବଦଳୀୟ ବୈଠକ ପରେ ବି ଚାଲିପାରିଲାନି ଗୃହ। ଅପରାହ୍ଣ ୪ଟା ଯାଏ ବିଧାନସଭା ମୁଲତବୀ।

ଭୁତ କୋଠୀର ପରିଣତ ବୁଲୁରା ବିଟ

45 0

ବୌଦ୍ଧ: (ଚିତ୍ତରଞ୍ଜନ ସିଂହ )ଜିଲ୍ଲା ହରଭଙ୍ଗା ବ୍ଳକ ପୁରୁଣାକଟକ ରେଞ୍ଜ ବୁଲୁରା ବିଟ ବର୍ତମାନ ଭୁତ କୋଠୀର ପରିଣତ ହେବାକୁ ବସିଲାଣି l ସରକାର ଜଙ୍ଗଲ ପରିବେଶ ଜୀବଜନ୍ତୁ ଙ୍କ ସୁରକ୍ଷା ଦୃଷ୍ଟି ରୁ ଉକ୍ତ ରେଞ୍ଜ ର ବୁଲୁରା ଠାରେ ଏକ ଫରେଷ୍ଟ ବିଟ ର ଆବଶ୍ୟକତା କୁ ଦେଖି ବିଭାଗ ପକ୍ଷରୁ ଉକ୍ତ ବିଟ ଗତ 10ବର୍ଷ ତଳେ ନିର୍ମାଣ ହୋଇଥିଲା l ଏହି ବିଟ ହେବା ଦ୍ୱାରା ନିକଟସ୍ତ, ଖରସଂକୁଳେଇ ଜଙ୍ଗଲ, ଅରାଗଡ଼, ମଲ୍ଲିକପଡା , କୁଚିଲା ଖାଇ,ଭେଜିଗରା, ଡିଆଁଘାଟ,ଆଦି ଜଙ୍ଗଲ ଏହି ବିଟ ଅଧୀନ ରେ ରହିଥିବା ବେଳେ ଏହାର ସୁରକ୍ଷା ନେଇ ବୁଲୁରା ବିଟ ନିର୍ମାଣ ହୋଇଥିବା ଜଣାପଡିଛି l

କିନ୍ତୁ ବିଟ ନିର୍ମାଣ ର 2ବର୍ଷ ଠିକଠାକ ବିଭାଗୀୟ କର୍ମଚାରୀ ଙ୍କ କାର୍ଯ୍ୟଶୈଳୀ ଚାଲିଥିବା ଦେଖିବାକୁ ମିଳିଥିଲା l ପରବର୍ତୀ ସମୟ ଠାରୁ ଆଜିପର୍ଯ୍ୟନ୍ତ ବିଭାଗ ପକ୍ଷରୁ କୌଣସି ଅଧିକାରୀ ସେଠାରେ ଦେଖିବାକୁ ମିଳୁନାହିଁ l ନାମକୁ ମାତ୍ର ବିଟ ରେ କର୍ମଚାରୀ ଙ୍କୁ ନିଯୁକ୍ତି ଦିଆଯାଉଥିଲେ ମଧ୍ୟ କର୍ମଚାରୀ ମାନେ ଆସି ଦିନେ ଦୁଇଦିନ ବୁଲି ଦେଇ ଅନ୍ୟତ୍ର ସ୍ଥାନ ରେ ରହି ନିଜର କାର୍ଯ୍ୟ କରୁଥିବା ଜଣାପଡିଛି l ଏପଟେ ବିଟ ରେ କୌଣସି କର୍ମଚାରୀ ରହୁନଥିବାରୁ ଦିନକୁ ଦିନ ଉକ୍ତ ବିଟ ର ଚତୁର୍ପାଶ୍ୱ ବୃକ୍ଷଳତା ରେ ପରିପୂର୍ଣ ହେବା ସହ ଭୁତ କୋଠି ପାଲଟି ମୁଖ୍ୟ ଫାଟକ ରେ ବର୍ଷ ତମାମ ତାଲା ଝୁଲୁଛି l

ଏପଟେ ବନ ବିଭାଗର ଅପାରଗତା କୁ ଦେଖି ଜଙ୍ଗଲ ମାଫିଆ ମାନେ ବିଭିନ୍ନ ସମୟ ରେ ସୁଯୋଗ ନେଇ ଜଙ୍ଗଲ ରୁ ଗଛ କାଟିବା, ପଟା ପ୍ରସ୍ତୁତ କରିବା, ଏପରିକି ଜଙ୍ଗଲ ଜନ୍ତୁ ବାରହା ଠୁ ଆରମ୍ବ କରି ବିଭିନ୍ନ ବନ୍ୟ ଜନ୍ତୁ ଙ୍କୁ ଶିକାର ଖୁଲମ ଖୁଲା ହେଉଥିଲେ ମଧ୍ୟ ବିଭାଗ ପାଖରେ କୌଣସି ଖବର ରହୁନଥିବାରୁ ବିଭାଗର ଏଭଳି ଦାୟିତ୍ୱ ହୀନତା କାର୍ଯ୍ୟକୁ ପରିବେଶ ବିତିମାନଙ୍କ ଭିତରେ ଅସନ୍ତୋଷ ବୃଦ୍ଧି ପାଉଛି l ଉକ୍ତ ରେଞ୍ଜ ର କେବଳ ବୁଲୁରା ବିଟନୁହେଁ, ଛତ୍ରଙ୍ଗ ବିଟ ରେ ମଧ୍ୟ ସମାନ ଅବସ୍ଥାବୋଲି ସାଧାରଣ ରେ ଅଭିଯୋଗ ହେଉଛି l ବନ କର୍ମଚାରୀଙ୍କ ଏଭଳି ଢିଲା କାର୍ଯ୍ୟ କୁ ଦେଖି ଜଙ୍ଗଲ ମାଫିଆ ମାନଙ୍କ ପାଇଁ ଉକ୍ତ ଜଙ୍ଗଲ ଗୁଡିକ ଭୁସର୍ଗ ହୋଇଥିବା କୁହାଯାଇଛି l ତେଣୁ ଏଥିପ୍ରତି ବନ ବିଭାଗ ଦୃଷ୍ଟି ଦେଇ ଉକ୍ତ ବିଟ ରେ କର୍ମଚାରୀ ଙ୍କ ନିୟୋଜିତ କରିବାସହ ଜଙ୍ଗଲଓ ବନ୍ୟଜନ୍ତୁ ଶିକାର ଉପରେ ରୋକ ଲଗାଇବାକୁ ସାଧାରଣ ରେ ମତପ୍ରକାଶ ପାଉଛି l

Related Post

୧୨ ଘଣ୍ଟିଆ ସୁବଳୟା ବନ୍ଦ

Posted by - July 7, 2023 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ସୁବଳୟା ଉନ୍ନୟନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ସୁବଳୟା ବନ୍ଦ ଓ ରାଜ ରାସ୍ତା ଅବରୋଧ। ଜିଲ୍ଲା…

ପୋଲିସ ଅତ୍ୟାଚାରରେ ଆତ୍ମହତ୍ୟା ଘଟଣା ପଡିଲା ମହଙ୍ଗା,ବଦଳିଲେ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅଧିକାରିଣୀ

Posted by - June 1, 2023 0
ଯାଜପୁର :ପୋଲିସ ଅତ୍ୟାଚାରରେ ଆତ୍ମହତ୍ୟା ଘଟଣା ପଡିଲା ମହଙ୍ଗା। ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନେଲେ ଯାଜପୁର ଆରକ୍ଷୀ ଅଧିକ୍ଷକ। ବଦଳିଲେ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅଧିକାରିଣୀ…

ସ୍ୱତନ୍ତ୍ର କୋଶଲ ରାଜ୍ୟ ଦାବିରେ କଳାହାଣ୍ଡି ବନ୍ଦ

Posted by - November 18, 2023 0
କଳାହାଣ୍ଡି: ( ନରେନ୍ଦ୍ର ନେଗୀ)ସ୍ୱତନ୍ତ୍ର କୋଶଲ ରାଜ୍ୟ ଗଠନ ଦାବିରେ ଶନିବାର ପଶ୍ଚିମ ଓଡିଶା ବନ୍ଦ ପାଳନ କରାଯାଇଛି l କୋଶଲ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟି…

ମନ୍ତ୍ରୀ ଙ୍କ କରକମଳରେ ୨ଗୋଟି ପ୍ରକଳ୍ପର ଶିଳାନ୍ୟାସ

Posted by - November 3, 2023 0
ହରଭଙ୍ଗା:( ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ସାମ୍ପୋଚ ପଞ୍ଚାୟତ ଶ୍ୟାମସୁନ୍ଦରପୂର ଠାରେ ଔଷଧୀୟ ବୃକ୍ଷ ଉଦ୍ୟାନ ଓ ଉଠା ଜଳସେଚନ ପ୍ରକଳ୍ପ ପାଇଁ ଓଡିଶା ସରକାରଙ୍କ…

ଧର୍ମଗଡ଼ ଉପଖଣ୍ଡ କୁ ଏକ ନୂତନ ଜିଲ୍ଲା ଗଠନ ଉଦ୍ଦେଶ୍ୟରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ୧୦ ଦଫା ଦାବି ପତ୍ର ପ୍ରଦା

Posted by - August 28, 2023 0
ଧର୍ମଗଡ଼:( ହେମନ୍ତ କୁମାର ମାଝୀ)ଧର୍ମଗତ ଉପଖଣ୍ଡ କୁ ଜିଲ୍ଲା ଦାବି କୁ ନେଇ ତ୍ଵରାନିତ କରିବା ପାଇଁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୦ ଦଫା ଏକ ଦାବି…