ମୁନିଗୁଡା :(ରମାକାନ୍ତ ପୋଡାଲ)ରାୟଗଡ଼ା ଜନସ୍ବାସ୍ଥ୍ୟ ବିଭାଗ (ପିଏଚଡ଼ି) ଏଷ୍ଟିମେଟର ରମାକାନ୍ତ ମଲ୍ଲିକ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଜଣେ ଠିକାଦାରଙ୍କ ଠାରୁ ୭ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନସ୍ ହାତରେ ଆଜି ଧରାପଡିଲେ। ଝଞ୍ଜାବତି ନଦୀରେ ଥିବା ପମ୍ପ ହାଉସ ମରାମତି ବାବଦର ଏଷ୍ଟିମେଟ କରିବା ପାଇଁ ଠିକାଦାର ସୁମନ୍ତ ପରିଡ଼ାଙ୍କ ଠାରୁ ଆଜି ସେ ଲାଞ୍ଚ ନେଉଥିଲେ।

ଗତ ଫେବୃୟାରୀ ଓ ମାର୍ଚ୍ଚ ମାସରେ ଏହାର ମରାମତି କାର୍ଯ୍ୟ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏଷ୍ଟିମେଟ ହୋଇନଥିଲା। ଏଷ୍ଟିମେଟ କରିବା ପାଇଁ ବାରମ୍ବାର ଲାଞ୍ଚ ମାଗିବାରୁ ଠିକାଦାର ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ଏହାପରେ ଆଜି ଏଷ୍ଟିମେଟର ରମାକାନ୍ତ ମଲ୍ଲିକ ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟାଳୟ ପରିସରରେ ଥିବା ନିଜ ପ୍ରକୋଷ୍ଠରେ ଲାଞ୍ଚ ଟଙ୍କା ନେବାବେଳେ ଭିଜିଲାନସ୍ ହାତରେ ଧରାପଡିଥିଲେ।

ଭିଜିଲାନ୍ସ ଅତିରିକ୍ତ ଏସପି ଅରୁଣ କୁମାର ନାୟକ ଓ ଇନ୍ସପେକ୍ଟର ତରୁଲତା ବେହେରା ଚଢ଼ାଉ କରି ଧରିଥିଲେ। ଏହାପରେ ସିରିକଣା ସ୍ଥିତ ତାଙ୍କ ଭଡାଘରେ ମଧ୍ୟ ଚଢ଼ାଉ କରିଥିଲେ। ସେଠାରୁ ତାଙ୍କୁ ରାୟଗଡ଼ା ଭିଜିଲାନ୍ସ ଡିଏସପି କାର୍ଯ୍ୟାଳୟ ନିଆଯାଇଛି। ଏହି ସଂପର୍କରେ, କୋରାପୁଟ ଭିଜିଲାନ୍ସ P.S ମାମଲା ନମ୍ବର 30/2023 U / s 7 P.C ସଂଶୋଧନ ଅଧିନିୟମ, 2018 ରେଜିଷ୍ଟ୍ରେସନ୍ ହୋଇଛି | ଆସିଷ୍ଟାଣ୍ଟ ଇଞ୍ଜିନିୟର ଅଭିଯୁକ୍ତ ଶ୍ରୀ ରମାକାନ୍ତ ମଲ୍ଲିକଙ୍କ ବିରୋଧରେ ତଦନ୍ତ ଚାଲିଛି।