
କଣ୍ଟାବାଞ୍ଜି ବ୍ୟୁରୋ :୨୮/୦୯(ନରେନ୍ଦ୍ର ନେଗୀ)ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ୱାର୍ଡ ନମ୍ବର ୧ ଠିକାଦାର ପଡ଼ାର ମୋହନ ଟାଙ୍ଗଙ୍କ ଘରେ ବଲାଙ୍ଗୀର ସ୍ଵତନ୍ତ୍ର ଏନଫର୍ସମେଣ୍ଟ ଟିମର ଚଢାଉ । ଏହି ଚଢାଉ ରେ ୨ ଜଣ ଏସିଏଫ୍ ବଲାଙ୍ଗୀର ପାଟଣାଗଡ ଦେଓଗାଁ କଣ୍ଟାବାଞ୍ଜି ବଙ୍ଗୋମୁଣ୍ଡା ମୋବାଇଲ ସ୍କ୍ୱାର୍ଡ ପାରା ସ୍କୁଆର୍ଡ, ବଲାଙ୍ଗୀର ପୋଲିସ୍ ଏହି ଟିମ୍ ରେ ସାମିଲ ହୋଇଥିବା ଜଣା ପଡ଼ିଛି। ମୋହନ ଟାଙ୍ଗଙ୍କ ଘରୁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ର କାଠ ପଟା , କାଠରେ ବ୍ୟବହୃତ ସାମଗ୍ରୀ ଡାଇନିଂ , ଟେୁବୁଲ କୁର୍ଚି, ପଲଙ୍ଗ ,ରେକ୍ କାଠ ବନେଇବା ସାମଗ୍ରୀ ଜବତ। ମୋହନ ଙ୍କ ଦୁଇଟି ଘର ଓ ଗୋଟିଏ ଗୋଦାମ ରେ ଏକ ବଡ଼ ଧରଣର ଚଢାଉ ଜାରି ରହିଛି।
ଦୁଇ ବର୍ଷ ଆଗରୁ ମଧ୍ୟ ତାଙ୍କ ଘରେ ଚଢ଼ାଉ ବେଳେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ସାମାନ ଜବତ ହୋଇଥିଲା ।ମୋହନ ତାଙ୍କ ଦୀର୍ଘ ଅନେକ ବର୍ଷ ହେଲା ତୁରେକେଲା ଜଙ୍ଗଲ ରୁ କାଠ ଆଣି ନିଜ ଘରେ କାରଖାନା ଖୋଲି କାଠ ବ୍ୟବସାୟ କରୁଥିଲେ । କଣ୍ଟାବାଞ୍ଜି ଅଞ୍ଚଲରେ ଏଭଳି ଅନେକ ବେଆଇନ୍ କାଠ କାରଖାନା ରହିଛି। ରାସ୍ତା ଉପରେ ଅନେକ ଜାଗାରେ ଶାଗୁଆନ କାଠରେ ତିଆରି ସାମଗ୍ରୀ ଖରିଦ ବିକ୍ରି କରାଯାଉଛି । ହେଲେ ସବୁ ଦେଖି ପ୍ରଶାସନ ଚୁପ୍ ରହିଛି । ଦିନକୁ ଦିନ କଣ୍ଟାବାଞ୍ଜି ଅଞ୍ଚଲରେ ଥିବା ଜଙ୍ଗଲ ସଫା ହେବାରେ ଲାଗିଛି ।
କଣ୍ଟାବାଞ୍ଜି ଅଞ୍ଚଳରେ ଏଭଳି ଅନେକ ବେଆଇନ୍ କାଠ କାରଖାନା ରହିଛି କିନ୍ତୁ ଏହି ରେଡ କେବଳ ଗୋଟିଏ କାରଖାନା ରେ ହେଇଥିବା ଦେଖିବାକୁ ମିଳିଛି । ଏହି ରେଡ କେବଳ ଗୋଟିଏ କାରଖାନା ପାଇଁ ରଖା ଯାଇଥିଲା ନା ଅନ୍ୟ କାରଖାନା ସବୁ ରେଡ ହେବ ତାହା ଆଲୋଚନାର ବିଷୟ ପାଲଟିଛି।ଚଢ଼ାଉ ଜାରି ରହିଥିବା ବେଳେ ବେଆଇନ କାଠ ସାମଗ୍ରୀ ନିର୍ମିତ କରୁଥିବା ମୋହନ ଟାଙ୍ଗକୁ ଅଟକ ରଖାଯାଇଥିଲା । ଏହି ଚଢାଉରେ ମାଜିଷ୍ଟ୍ରେଟ ଦାୟିତ୍ୱରେ କଣ୍ଟାବାଞ୍ଜି ତହସିଦାର ଅମୃତଲାଲ ବେହେରା ଉପସ୍ଥିତ ରହିଥିବା ବେଳେ ବଲାଙ୍ଗିର ଏ.ସି.ଏଫ. ଘନଶ୍ୟାମ ମହାନ୍ତ, ଏ.ସି.ଏଫ. ଜିତେନ୍ଦ୍ର ସାହୁ, ବଲାଙ୍ଗିର ସ୍କ୍ଵାର୍ଡଙ୍କ ସମେତ ଦେଓଗାଁ, ପାଟଣାଗଡ଼, ମୁରିବାହାଲ, କଣ୍ଟାବାଞ୍ଜିର ବନ ବିଭାଗ କର୍ମଚାରୀ ସାମିଲ ଥିଲେ।