ବରୀ ଗୋଳକୁଣ୍ଡ ବଜାର ନିକଟରେ ବସ ଓଲଟି ୭ଯାତ୍ରୀ ଗୁରୁତର

1918 0

ବରୀ:୭/୦୧(ସ୍ନେହାଂଶୁ ଶେଖର ମହାନ୍ତି)ଯାଜପୁର ଜିଲ୍ଲା ବରୀ ଗୋଳକୁଣ୍ଡ ବଜାର ନିକଟରେ ବସ ଓଲଟି ୭ଯାତ୍ରୀ ଗୁରୁତର । ଗୋଳକୁଣ୍ଡ ରୁ କଟକ ଅଭିମୁଖେ ଯାଉଥିବା ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଗୋଳକୁଣ୍ଡ ରୁ କଟକ ଅଭିମୁଖେ ଯାଉଥିବାବେଳେ ମା ମଙ୍ଗଳା ନାମକ ଏକ ଘରୋଇ ବସ ଯାହାର ଗାଡ଼ି ନମ୍ବର OR- 05-T-0075 ଯାତ୍ରୀ ନେଇ ଯାଉଥିବା ସମୟରେ ଗୋଳକୁଣ୍ଡ ବଜାର ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡିବାରୁ ୭ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି ।

ଆହତ ଯାତ୍ରୀମାନଙ୍କୁ ପ୍ରଥମେ ବ୍ରହ୍ମବରାଦା ସ୍ୱାସ୍ତକେନ୍ଦ୍ର ଓ ପରେ ଗୁରୁତ୍ୱର ହେବାରୁ ଧର୍ମଶାଳା ଗୋଷ୍ଟି ସ୍ୱାସ୍ଥକେନ୍ଦ୍ରକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି । ଏପରିକି ବରୀ ଏବଂ ତାହାର ପାଖାପାଖି ଅଞ୍ଚଳରେ ଅଧିକାଂଶ ଘରୋଇ ବସରେ ପରମିଟ ଓ ଫିଟନେଶ ନଥିବାସହ ଗାଡିର ଧାର୍ଯ୍ୟସୀମା ଠାରୁ ଅତ୍ୟାଧିକ ଯାତ୍ରୀ ପରିବନ କରିବା ସାଧରଣରେ ଅଭିଯୋଗ ହେଉଛି ।

ତେବେ ବର୍ତ୍ତମାନ ସୁଧା କୌଣସି ଯାତ୍ରୀ ମୃତାହତ ହୋଇଥିବାର ସୂଚନା ମିଲିଛି । କେଉଁ କାରଣରୁ ବସଟି ଓଲଟି ପଡ଼ିଛି ତାହା ଏବେ ସ୍ପଷ୍ଟ ହୋଇନାହିଁ ।

Facebook Notice for EU! You need to login to view and post FB Comments!

Related Post

ସମ୍ବଲପୁର ବ୍ରହ୍ମପୁର ରେଳପଥ ସୋନପୁର ଦେଇ ଯିବାପାଇଁ ଦାବି

Posted by - February 14, 2022 0
ସୋନପୁର::(ଅଜିତ କୁମାର ପୂଝlରୀ)ସୁବର୍ଣ୍ଣପୁର ସହର ର ସଚେତନ ନାଗରିକ ତଥା ବୁଦ୍ଧିଜୀବୀ ମାନଙ୍କର ଏକ ବୈଠକ ସିତାଂଶୁ ଶେଖର ମିଶ୍ରଙ୍କ ଅଧ୍ୟକ୍ଷତାରେ ମେହେର ପାର୍କ୍ସ ରେ ଅନୁଷ୍ଠିତ…

ଟିଟିଲାଗଡ ଶ୍ରୀ ସତ୍ୟସାଇ ସେବା ସମିତି ତରଫରୁ ସତ୍ୟ ସାଇ ବାବାଙ୍କ ୯୬ ତମ ଜନ୍ମମହୋତ୍ସବ

Posted by - November 24, 2021 0
ଟିଟିଲାଗଡ:( ସଞ୍ଜୟ କୁମାର ନାୟକ) ଶ୍ରୀ ସତ୍ୟ ସାଇ ସେବା ସମିତି ତରଫରୁ ସ୍ଥାନୀୟ ମହାବୀର ପଞ୍ଚାୟତି ଧର୍ମଶାଳା ଠାରେ ଶ୍ରୀ ସତ୍ୟସାଇ ବାବାଙ୍କ ୯୬ ତମ…

କବି ଚକ୍ରବର୍ତ୍ତୀ ଲାଲ ରତ୍ନାକର ସିଂହ ଶ୍ରଦ୍ଧାଞ୍ଜଳୀ ସଭା

Posted by - January 9, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ୱାଳ)ରେଙ୍ଗାଲି ମହାବୀର ଛକ ହନୁମାନ ମନ୍ଦିର ପ୍ରାଙ୍ଗଣରେ ସ୍ଵାଧୀନ ଏକତା ସଂଗଠନ ପକ୍ଷରୁ ରାଜିବ କୁମାର ମିଶ୍ର ଙ୍କ ସଭାପତିତ୍ବ ରେ କବି ଚକ୍ରବର୍ତ୍ତୀ ଲାଲ…

କତାବଗା ଗ୍ରାମରେ କୁରାଲ ପଞ୍ଚମି ଉତ୍ସବ ପାଳିତ

Posted by - December 9, 2021 0
ବରଗଡ/ଅତାବିରା:ଆଜି ହେଉଛି ପବିତ୍ର ମାର୍ଗଶିର ମାସ ।କୁମ୍ଭାର ସମ୍ପ୍ରଦାୟ ର ଲୋକମାନେ ଏହି ମାସରେ ଆଜିର ଦିନରେ ଗାଁ ମାନଙ୍କରେ ପାଲନ କରିଥାନ୍ତି କୁରାଲ ପଞ୍ଚମି ଉତ୍ସବ।ଏହି…

ବେଲଗୁଣ୍ଠାରେ ୱାର୍ଡ୍ ବୈଠକ,ଦୀପିକା ରାଣୀଙ୍କୁ ଆମ୍ବାସାଡର୍ ନିଯୁକ୍ତି

Posted by - January 9, 2022 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦର ପାଞ୍ଚ ଏବଂ ଛଅ ନମ୍ବର୍ ୱାର୍ଡ୍ କୁ ନେଇ କୋଭିଡ ମାର୍ଗଦର୍ଶିକା ଏବଂ ସ୍ଵଚ୍ଛ ସର୍ବେକ୍ଷଣ 2022…

Leave a comment

Your email address will not be published.