
ହରଭଙ୍ଗା :୨୭/୦୯ (ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ ପୁରୁଣାକଟକ ମିନି ଷ୍ଟାଡିୟମ ଠାରେ ଚଳିତବର୍ଷ ଦୁଇ ଦିନ ଧରି ଚାଲିଥିବା ଜିଲ୍ଲା ସ୍ତରୀୟ ଖେଳକୁଦ ପ୍ରତିଯୋଗିତା ବୁଧବାର ଦିନ ଉଦଯାପିତ ହୋଇଯାଇଛି l ବୌଦ୍ଧ ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦ୍ରା କୁଜୁର ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଉଦଯାପିତ ଦିବସ ରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସମାଜ ସେବି ସୁବାସ ପ୍ରଧାନ ଯୋଗଦେଇଥିଲେ l
ଅନ୍ୟତମ ଅତିଥି ଭାବେ ,,ବିଇଓ ହରଭଙ୍ଗା ଅଜୟ ଲୁହା,,ସଂଗଠନିକ ସମ୍ପାଦକ କୃଷଚନ୍ଦ୍ର ମଲ୍ଲିକ, ବ୍ଳକ ସମ୍ପାଦକ ଉମା ଶଙ୍କର ରାଉତ ପ୍ରମୁଖ ମଞ୍ଚସୀନ ଥିଲେ , l ସଭା ର ମଞ୍ଚ ପରିଚାଳନା କରିଥିଲେ ଶିକ୍ଷୟତ୍ରୀ ପ୍ରିୟ ଦର୍ଶିନୀ ପରିଜା , ଓ ଆଦିତ୍ୟ ନାଥ ଦାସ କ୍ରୀଡା ର ଧାରା ବିବରଣୀ ପ୍ରଦାନ କରିଥିଲେ , ଶେଷରେ ଶିକ୍ଷୟତ୍ରୀ ମିତାଞ୍ଜଳି ଜେନା ଧନ୍ୟବାଦ ଅର୍ପଣ କରିଥିଲେ l
ଉକ୍ତ ପ୍ରତିଯୋଗିତା ଜିଲ୍ଲାର ହରଭଙ୍ଗାବ୍ଳକ, ବୌଦ୍ଧ ଓ କଣ୍ଟାମାଲ ବ୍ଳକ ପ୍ରତ୍ୟକ ହାଇସ୍କୁଲ ରୁ ମୋଟ ୩୦୦ ଜଣ ପ୍ରତିଯୋଗିତା ବିଭିନ୍ନ ଖେଳ ରେ ଭାଗ ନେଇଥିଲେ l ଖେଳ ରେ ଦୌଡ଼, ହାଇଜମ୍ପ, ଲମ୍ବ ଡିଆଁ, ଜାଭଲିଙ୍ଗ ଥ୍ରୋ, ଲୁହା ଗୋଲା ଫିଙ୍ଗା,ଫୁଟବଲ ଆଦି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ୩୦୦ ସହ ପ୍ରତିଯୋଗିତାରୁ ୮୫ ଜଣ ଙ୍କୁ ରାଜ୍ୟସ୍ତରୀୟ କ୍ରୀଡା ରେ ଭାଗ ନେବା ପାଇଁ ମନୋନୀତ କରାଯାଇଛି lଖେଳକୁ ମୁଖ୍ୟ ପରିଚାଳନା କରିଥିଲେ ଉମା ଶଙ୍କର ରାଉତ ଙ୍କ ସମେତ ୫୦ ଜଣ ଖେଳ ଶିକ୍ଷକ ସହଯୋଗ କରିଥିଲେ l ଶେଷରେ ଉକ୍ତ କ୍ରୀଡା କାର୍ଯ୍ୟକ୍ରମ କୁ ଜିଲ୍ଲା ର ବିଭିନ୍ନ ହାଇସ୍କୁଲ ରୁ ଆସିଥିବା ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ କର୍ମଚାରୀ ମାନେ ସହଯୋଗ କରିଥିଲେ l