ଟିଟିଲାଗଡ :(ସଞ୍ଜୟ କୁମାର ନାୟକ)ଦିନକୁ ଦିନ ସରକାର ଗର୍ଭବତୀ ମହିଳାଙ୍କ ପାଇଁ ବିଭିନ୍ନ ସୁବିଧା ତଥା ଯୋଜନା ପ୍ରଣୟନ କରୁଥିବା ବେଳେ ନିଜର ଖାମ୍ ଖିଆଲ ମନୋଭାବ ତଥା ହାଲୁକାରେ ସବୁକୁ ନେଉଥିବା ଯୋଗୁଁ ଏତେ ସୁବିଧା କଲାପରେ ବି ରାସ୍ତା କଡ଼ରେ ଗର୍ଭବତୀ ମହିଳା ଜନ୍ମ କଲେ ଦୁଇ ଯାଆଁଳା ଶିଶୁ।

ଟିଟିଲାଗଡରୁ କେନ୍ଦୁମୁଣ୍ଡି ଯିବା ରାସ୍ତା କୁମୁଡା ଗ୍ରାମ ନିକଟରେ ଆଜି ଜଣେ ଗର୍ଭବତୀ ମହିଳା ଦୁଇଟି ଯାଆଁଳା ଶିଶୁକୁ ଜନ୍ମ ଦେଇଛନ୍ତି, ମେଡିକାଲକୁ ଯାଉଥିବା ସମୟରେ ଅତ୍ୟଧିକ ଯନ୍ତ୍ରଣା ହେବାରୁ ସେଠାରେ ହିଁ ସେ ବସି ପଡ଼ିଥିଲେ। ରାସ୍ତା କଡ଼ରେ ଭିଡ ଦେଖି ସେହିପଟୁ ଯାଉଥିବା ଟିଟିଲାଗଡ଼ ପୋଲିସ ଗାଡି ଅଟକାଇ କଣ ହେଉଛି ଏଠି ବୋଲି ଉପସ୍ଥିତ ଲୋକଙ୍କୁ ପଚାରିଥିଲେ, ଗର୍ଭବତୀ ମହିଳାକୁ ପୋଲିସ ପିସିଆରରେ ବସାଇ ଆଣିବାକୁ ଚେଷ୍ଟା କରିଥିଲେ, ହେଲେ ମହିଳାଙ୍କୁ ଅତ୍ୟଧିକ ଯନ୍ତ୍ରଣା ଯୋଗୁଁ ସେଠାରେ ହିଁ ଛୁଆ ଜନ୍ମ କରିଥିଲେ।

ତେବେ ଲୋକଙ୍କ ସାହାଯ୍ୟରେ ଟିଟିଲାଗଡ଼ ପୋଲିସ ମାନବିକତାର ପରିଚୟ ଦେବା ସହ ସେହି ମହିଳାଙ୍କୁ ଅନ୍ୟ ଗାଡ଼ି ଯୋଗେ ସରକାରୀ ଡାକ୍ତରଖାନାକୁ ଆଣିଥିଲେ। ଏବେ ସରକାରୀ ଡାକ୍ତରଖାନାରେ ମାଁ ଓ ଉଭୟ ଶିଶୁଙ୍କୁ ଭର୍ତି କରିବା ସହ ପରବର୍ତ୍ତୀ ଚିକିତ୍ସା ପ୍ରଦାନ କରାଯାଇଛି ବୋଲି ସୂଚନା ମିଳିଛି। ଭଗବାନଙ୍କ କୃପାରୁ ଦୁଇଟି ସୁସ୍ଥ ଛୁଆ ଜନ୍ମ ହେଲେ, ସେଠାରେ ଟିଟିଲାଗଡ଼ ପୋଲିସର ଉଦ୍ୟମକୁ ସ୍ଥାନୀୟ ଲୋକେ ପ୍ରଶଂସା କରୁଛନ୍ତି। ପୋଲିସର ମାନବିକତା ସହ ରୋଗୀଙ୍କୁ ସେଠାରୁ ଡାକ୍ତରଖାନାକୁ ପଠାଇବା ସମସ୍ତ ବ୍ୟବସ୍ଥା କରିଥିଲେ ।

ଏ ହେଉଛି ସରକାରଙ୍କ ଆମ ପୋଲିସର ସଫଳ ରୂପାୟନ। ଏହି ସମୟରେ ଟିଟିଲାଗଡ଼ ଥାନାର ଏସ ଆଇ ନରେନ୍ଦ୍ର ଛତ୍ର ଏବଂ ପୋଲିସ ଟିମ ଉପସ୍ଥିତ ଥିଲେ। ଏଥିରୁ ଗୋଟିଏ କଥା ଲୋକ ଗୋଟିଏ ଶିକ୍ଷା ଗ୍ରହଣ କରିବା କଥା ଯେ ଗର୍ଭବତୀ ମହିଳାଙ୍କ ଯତ୍ନ ନ ନେବା, ଯନ୍ତ୍ରଣା ହେବା ମାତ୍ରେ ଯଦି ମେଡିକାଲକୁ ଅଣା ଯାଇଥାନ୍ତା ତାହେଲେ ରାସ୍ତା କଡ଼ରେ ପ୍ରସବ ହୋଇନଥାନ୍ତା। ଦ୍ୱିତୀୟତ ରୋଗୀ ଯେତିକି ବଢ଼ୁଛନ୍ତି ଆମ୍ବୁଲାନ୍ସ ସଂଖ୍ୟା ବୃଦ୍ଧି ନ କରିବା ଯୋଗୁଁ ଘଣ୍ଟା ଘଣ୍ଟା ଧରି ରୋଗୀଙ୍କୁ ଅପେକ୍ଷା କରିବାକୁ ପଡୁଛି, ଇୟେ ବି ଗୋଟେ ଅନ୍ୟତମ ମୁଖ୍ୟ କାରଣ। ସରକାର ଏ ଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।