
ହରଭଙ୍ଗା :(ଚିତ୍ତରଞ୍ଜନ ସିଂହ ) ହରଭଙ୍ଗା ବ୍ଲକ୍ ପୁରୁଣାକଟକ ସ୍ଥିତ ଲକ୍ଷ୍ମୀ ନାରାୟଣ ମନ୍ଦିର ଠାରେ ପୁରୁଣାକଟକ ବ୍ରାହ୍ମଣ ସମାଜ ମାନଙ୍କ ଦ୍ବାରା ଭଗବତ ଗୀତା ପାଠ, ବିଷ୍ଣୁ ସହସ୍ରନାମ ପାଠ, ହନୁମାନ ଚାଳିଶା ପାଠ ସହ ବିଶ୍ଵ ଶାନ୍ତି ମହାଯଜ୍ଞ ଅନୁଷ୍ଟିତ ହୋଇଥିଲା। ଏହି କାର୍ଯ୍ୟ ଟିକୁ ପୁରୁଣାକଟକ ର ଶମ୍ଭୁ ପ୍ରସାଦ ଡାଙ୍ଗ ଙ୍କ ପୁତ୍ର ଓ ପୁତ୍ରବଧୂ ଶ୍ରୀ ସୁବ୍ରତ ଦାଙ୍ଗ ଓ ଶ୍ରୀମତୀ ସ୍ନେହଲତା ଡାଙ୍ଗ ପରିଚାଳନା କରିଥିଲେ। ପୁରୋହିତ ଭାବେ ବୀରକିଶୋର ଚାନ୍ଦ ଓ କୃଷ୍ଣ ଚନ୍ଦ୍ର ପାଢ଼ୀ ଯୋଗଦାନ୍ ଦେଇଥିଲେ।
ଉକ୍ତ ମାଙ୍ଗଳିକ କାର୍ଯ୍ୟରେ ବୀର କିଶୋର ଚାନ୍ଦ, ସଚ୍ଚିଦାନନ୍ଦ ପଣ୍ଡା, ନିରଞ୍ଜନ ମିଶ୍ର, ସୁଧାଂଶୁ ଶେଖର ଆଚାର୍ଯ୍ୟ, ରଘୁନାଥ ବିଶି, ଗୋପାଳ ପଣ୍ଡା, ସନ୍ତୁନୁ ବିଶି, ଅଭିମନ୍ୟୁ ହୋତା, ବିନୋଦ ପାଢ଼ୀ, ବୈଦ୍ୟନାଥ ଯୋଶୀ, ମୀନକେତନ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ଗୀତା, ହନୁମାନ ଚାଳିଶା ଓ ବିଷ୍ଣୁ ସହସ୍ରନାମ ପାଠ କରିଥିଲେ। ଶେଷରେ ସଭାପତି ଅଭିମନ୍ୟୁ ହୋତା ସମସ୍ତଙ୍କୁ ଧନ୍ୟବାଦ୍ ଦେବା ସହ ଆଗମୀ ବୈଠକ ସମ୍ପର୍କ ରେ ଆଲୋଚନା କରିଥଲେ ଏବଂ ସମସ୍ତେ ମିଳି ମିଶି ପ୍ରସାଦ ସେବନ କରିଥିଲେ