Breaking News
10:10 amଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର: ୨୭ ଏକର ଜମିକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଅନୁମତି ୧୧୬୪ ଏକର ଜମିରେ ନିର୍ମାଣ ହେବ ବିମାନବନ୍ଦର 10:10 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଢ଼େଇବର ଗ୍ରାମରେ ଚରିତ୍ର ଉପରେ ସନ୍ଦେହରୁ ଦୁଃଖଦ ପରିଣାମ: ବିଷଧର ନାଗ ଆଣି ପତ୍ନୀ ଓ ଶିଶୁକନ୍ୟାକୁ ହତ୍ୟା ଅଭିଯୁକ୍ତ ସ୍ବାମୀ ଗିରଫ 10:08 amଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗର ସୁପରିଟେଣ୍ଟେଡ଼ ଗଙ୍ଗା ପାଇକରାୟଙ୍କ ନବରଙ୍ଗପୁର ସ୍ଥିତ ଭଡାଘରେ ଆଜି ଭିଜିଲାନ୍ସ ରେଡ଼ କରିଛି 1:47 pmବୌଦ୍ଧ: ବୌଦ୍ଧ ବୁଟୁପାଲିରେ ଥିବା ପୁଲିସ କଲୋନୀର କ୍ୱାଟର୍ସରୁ ଜଣେ ମହିଳା କନେଷ୍ଟବଳଙ୍କ ମୃତଦେହ ଜବତ,ସ୍ୱାମୀ ଅଟକ 1:46 pmଭୁବନେଶ୍ବର: ସର୍ବଦଳୀୟ ବୈଠକ ପରେ ବି ଚାଲିପାରିଲାନି ଗୃହ। ଅପରାହ୍ଣ ୪ଟା ଯାଏ ବିଧାନସଭା ମୁଲତବୀ।

ଶୋଚନୀୟ ଅବସ୍ଥାରେ ମୁଖ୍ୟ ରାସ୍ତା,ସବୁ ଦେଖିକି ଚୁପ ପୂର୍ତ୍ତ ବିଭାଗ

47 0

କଣ୍ଟାବାଞ୍ଜି ବ୍ୟୁରୋ :(ନରେନ୍ଦ୍ର ନେଗୀ)ସହରାଞ୍ଚଳରେ ବିକାଶଧାରା ବିକଶିତ କରିବା ପାଇଁ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । ବର୍ଷ କୁ ହଜାର ହଜାର କୋଟି ଖର୍ଚ୍ଚ କରି ନିର୍ମାଣ କରୁଛନ୍ତି ରାସ୍ତା କିନ୍ତୁ କଣ୍ଟାବାଞ୍ଜି ସହରରୁ କୁର୍ଲୀ ଗ୍ରାମ ଦେଇ ବେଲପଡ଼ା ଅଭିମୁଖେ ଯାଇଥିବା ରାସ୍ତା ଅବସ୍ଥା ଅତି ଶୋଚନୀୟ ହୋଇପଡିଥିବା ବେଳେ ରାସ୍ତା ସାରା ଗାତ ହୋଇ ଏହା ଏକ ପ୍ରକାର ମରଣଯନ୍ତା ପାଲଟିଛି । କଣ୍ଟାବାଞ୍ଜି ଠାରୁ ବଲାଙ୍ଗିର ଯିବା ପାଇଁ ମୁଖ୍ୟ ରାସ୍ତା ଭାବେ ଲୋକେ ଏହି ରାସ୍ତା ଦେଇ ଯିବା ଆସିବା କରନ୍ତି ।

ଏହି ରାସ୍ତାରେ ଏକ ସିନେମା ହଲ ଏବଂ ବିଦ୍ୟାଳୟ ମଧ୍ୟ ରହିଛି । ଯାହା ଫଳରେ ପ୍ରତ୍ୟେକ ଦିନ ସକାଳୁ ଏବଂ ସନ୍ଧ୍ୟାରେ ସ୍କୁଲ୍ ଛାତ୍ର ଛାତ୍ରୀ ମାନେ ଯିବା ଆସିବା କରୁଛନ୍ତି । ଏହି ସିନେମା ହଲ ଏବଂ ବିଦ୍ୟାଳୟର କିଛିଟା ଦୂରରେ ରାସ୍ତା ଫାଟି ମରଣଜନ୍ତା ପାଲଟି ସାରିଛି । ସେହି ରାସ୍ତାର ଅବସ୍ଥା ଖରାପ ରହିଛି । ଅଳ୍ପ ବର୍ଷା ମାତ୍ରେ ରାସ୍ତା ସାରା ପାଣି ଭର୍ତି ହୋଇ ଯାଉଛି । ଦିନକୁ ଦିନ ଅନେକ ଲୋକ ସେହି ରାସ୍ତା ରେ ଦୁର୍ଘଣାଗ୍ରସ୍ତ ହେଉଛନ୍ତି । ଏହା ଦେଖି ମଧ୍ୟ ପୂର୍ତ୍ତ ବିଭାଗ କିଛି କରୁନ ଥିବାରୁ ଅନେକ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଅନେକ ବାର ଅଭିଯୋଗ ଆସୁଛି ଯେ କଣ୍ଟାବାଞ୍ଜି ପୁର୍ତ୍ତ ବିଭାଗରେ ଅନେକ ଘୋଟଲା ଚାଲିଛି ।

ଅନେକ ସୂଚନା କର୍ମୀ ଏହାର ତଦନ୍ତ ପାଇଁ ଆର.ଟି.ଆଇ ମାଧ୍ୟମରେ ଅପିଲ ମଧ୍ୟ କରିଛନ୍ତି କିନ୍ତୁ ଅଫିସରଙ୍କ ଉପରେ ବଡ଼ ବଡ଼ିଆ ଲୋକଙ୍କ ହାତ ଥିବାରୁ ସୁଚନା ନ ଦେଇ ସବୁକୁ ଚାପି ଦିଆଯାଉଛି । ମାର୍ଚ୍ଚ ମାସରେ ନୂଆ ନୂଆ ଖରାପ ହେଇନଥିବା ରାସ୍ତା ଉପରେ ରାତା ରାତି ପିଚୁ ପକେଇ ଦେଇ ଠିକାଦାର ଏବଂ ଅଫିସର ମାନଙ୍କ ମଧୁଚନ୍ଦ୍ରିକରେ କୋଟି କୋଟି ଟଙ୍କା ହଡପ କରାଯାଇଛି କିନ୍ତୁ କଣ୍ଟାବାଞ୍ଜି ଠୁ ଅଳ୍ପ ଦୂରରେ ଥିବା ମୁଖ୍ୟ ରାସ୍ତା ଅବସ୍ଥା ଶୋଚନୀୟ ।ଏହି ରାସ୍ତା ଦେଇ ଭାରି ଯାନ ଗଲେ ଗାଡିର ଟାୟାର ସଙ୍ଗେ ସଙ୍ଗେ ଖରାପ ହେଇଯାଉଛି । କିଛି ସମ୍ବେଦନଶୀଳ ଦୁର୍ଘଟଣା ହେବା ଆଗରୁ ଯଥା ଶୀଘ୍ର ଏହି ରାସ୍ତାର ମରାମତି କରାଯାଉ ବୋଲି ଦାବି କରାଯାଇଛି ।

Related Post

ଟିଟିଲାଗଡକୁ ଜିଲ୍ଲା ମାନ୍ୟତା ଦାବିରେ ଆସନ୍ତା ଗୁରୁବାର ୧୨ ଘଣ୍ଟିଆ ଟିଟିଲାଗଡ ବନ୍ଦ ଡାକରା ଦେଲା ଜିଲ୍ଲା କ୍ରିୟାନୁଷ୍ଠାନ କମିଟି

Posted by - August 13, 2023 0
ଟିଟିଲାଗଡ :(ସଞ୍ଜୟ କୁମାର ନାୟକ)ରବିବାର ଦିନ ସ୍ଥାନୀୟ ମହାବୀର ପଞ୍ଚାୟତି ଧର୍ମଶାଳା ଠାରେ ଟିଟିଲାଗଡ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର କୋର କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ।…

ବ୍ରଜ ମୋହନ ଉଚ୍ଚ ଵିଦ୍ୟାଳୟର ଶହେ ଶଯ୍ୟା ଛାତ୍ରlବlସ ଉଦଘାଟିତ

Posted by - July 15, 2023 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ)ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ପଶ୍ଚିମ ଓଡ଼ିଶାର ବିଭିନ୍ନ ପ୍ରକଳ୍ପ କୁ ଆଭାସୀ ମାଧ୍ୟମରେ ଉଦଘାଟନ କରିଥିଲେ l ଏହି ଅବସରରେ ପଶ୍ଚିମ ଓଡିଶା…

ହାଇଦ୍ରାବାଦରେ ଆଇ ଆଇ ଟି ଛାତ୍ରୀ ଙ୍କ ଆତ୍ମ ହତ୍ୟା

Posted by - August 9, 2023 0
ସୁବର୍ଣ୍ଣପୁର :(ଅଜିତ କୁମାର ପୁଜାହାରୀ)ହାଇଦ୍ରାବାଦ ଆଇଆଇଟିରେ ଓଡିଆ ଛାତ୍ରୀଙ୍କ ମୃତ୍ୟୁ । ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକର ଡୁମୁରି ଗାଁର ଦୁଖିଶ୍ୟାମ ନାଏକଙ୍କ ଝିଅ ମମିତା ନାଏକଙ୍କ…

ବୌଦ୍ଧରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ଜନଜୀବନ ଅସ୍ତବ୍ୟସ୍ତ

Posted by - April 20, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ) ଜିଲ୍ଲାରେ ବଢ଼ିବାରେ ଲାଗିଛି ତାପମାତ୍ରା । ବିଗତ କିଛିଦିନ ହେଲା ଦିନବେଳା ପ୍ରବଳ ଖରା ଅନୁଭୂତ ହେଉଛି । ସୋମବାର ୪୩.୫ ଡ଼ିଗ୍ରୀ ସେଲସିଅସ…

ଯାଜପୁର ଜିଲ୍ଲାର କେତେକ ଅଂଚଳରେ ହୋଲି ପର୍ବ ପାଳନ

Posted by - March 8, 2023 0
ଯାଜପୁର:୦୭/୦୩ ପବିତ୍ର ଦୋଳ ପୂର୍ଣ୍ଣିମା। ଦେଶ ରେ ଆସନ୍ତା କାଲି ରଙ୍ଗର ପର୍ବ ହୋଲି ଖେଳାଯିବାକୁ ଥିବା ବେଳେ ଆଜି ଯାଜପୁର ଜିଲ୍ଲାର କେତେକ ଅଂଚଳରେ ହୋଲି…