କଣ୍ଟାବାଞ୍ଜି ବ୍ୟୁରୋ:(ନରେନ୍ଦ୍ର ନେଗୀ)ତୁରେକେଲା ବ୍ଲକ ଚାଉଲଶୁଖା ପଞ୍ଚାୟତ ଚାଉଲଶୁଖା ଗ୍ରାମରେ ନୂଆଖାଇ ଭେଟ ଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଚାଉଲଶୁଖା ସମିତି ସଭ୍ୟ ଯୁବ ବିଜେଡ଼ି ନେତା ଗିରିରାଜ ସିଂ ମାଝୀ ଯୋଗ ଦେଇଥିଲେ । ଏହି ଭେଟ ଘାଟ ଉପଲକ୍ଷେ ଡାନ୍ସ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ।
ମୂଖ୍ୟ ଅତିଥି ଗିରି ରାଜ ସିଂ ମାଝୀ ଏହି କାର୍ଯ୍ୟକ୍ରମରେ ବିଜୟୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ତୁରେକେଲା ବିଜେଡି ବ୍ଲକ ସଭାପତି ଆଶାଦୁଲ୍ଲା ଖାନ ଏବଂ ବିଜେଡି ତୁରେକେଲା ବ୍ଲକ ଯୁବ କାର୍ଯ୍ୟକାରି ସଭାପତି ଉତ୍ତର କୁମାର ପନିକା, ବିଟୁ ସାଙ୍ଗା ସମ୍ମାନିତ ଅତିଥିଭାବେ ଯୋଗଦାନ କରିଥିଲେ ।