ବୌଦ୍ଧ: ( ଚିତ୍ତରଞ୍ଜନ ସିଂହ )ଶନିବାର ସକାଳ ୮  ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ କୋଡାସିଙ୍ଗା ଗ୍ରାମରେ ଏକ ପାଗଳ କୁକୁର କାମୁଡ଼ାରେ ୩  ଜଣ ଆହତ ହୋଇଛନ୍ତି | ସମସ୍ତ ଆହତଙ୍କୁ ପରିବାର ଲୋକେ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିବା ଦେଖିବାକୁ ମିଳିଛି l

ମିଳିଥିବା ସୂଚନା ଅନୁଯାୟୀ ଶନିବାର ସକାଳ ପ୍ରାୟ ୮  ଘଣ୍ଟା ସମୟରେ ଏକ ପାଗଳ କୁକୁର ହଠାତ୍ ଗାଆଁ ଦାଣ୍ଡରେ ଯାହାକୁ ଦେଖିଲା ଗୋଡ଼ାଇ ଗୋଡ଼ାଇ ହାତକୁ କାମୁଡ଼ିଲା l

କିଛି ଲୋକ କୁକୁର କାମୁଡ଼ାରୁ ବର୍ତ୍ତି ଯାଇଥିବା ବେଳେ ଗ୍ରାମର ଭାଗବତ ଅମାତ୍, ଲଂବୋଦର ବେହେରା ଓ ସୁଷମା ବେହେରା କାମୁଡ଼ାର ଶିକାର ହୋଇଥିଲେ l ଗ୍ରାମବାସୀ ଠେଙ୍ଗା ବାଡି ଧରି କୁକୁରକୁ ଘଉଡ଼lଇ ଦେଇଥିବା ବେଳେ ପାଗଳ କୁକୁର ଭୟରେ ଗ୍ରାମରେ ସମସ୍ତଙ୍କ ଘରେ କବାଟ ବନ୍ଦ କରି ବାହାରକୁ ବାହାରୁ ନଥିବା ଜଣା ପଡିଛି l