Breaking News
10:10 amଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର: ୨୭ ଏକର ଜମିକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଅନୁମତି ୧୧୬୪ ଏକର ଜମିରେ ନିର୍ମାଣ ହେବ ବିମାନବନ୍ଦର 10:10 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଢ଼େଇବର ଗ୍ରାମରେ ଚରିତ୍ର ଉପରେ ସନ୍ଦେହରୁ ଦୁଃଖଦ ପରିଣାମ: ବିଷଧର ନାଗ ଆଣି ପତ୍ନୀ ଓ ଶିଶୁକନ୍ୟାକୁ ହତ୍ୟା ଅଭିଯୁକ୍ତ ସ୍ବାମୀ ଗିରଫ 10:08 amଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗର ସୁପରିଟେଣ୍ଟେଡ଼ ଗଙ୍ଗା ପାଇକରାୟଙ୍କ ନବରଙ୍ଗପୁର ସ୍ଥିତ ଭଡାଘରେ ଆଜି ଭିଜିଲାନ୍ସ ରେଡ଼ କରିଛି 1:47 pmବୌଦ୍ଧ: ବୌଦ୍ଧ ବୁଟୁପାଲିରେ ଥିବା ପୁଲିସ କଲୋନୀର କ୍ୱାଟର୍ସରୁ ଜଣେ ମହିଳା କନେଷ୍ଟବଳଙ୍କ ମୃତଦେହ ଜବତ,ସ୍ୱାମୀ ଅଟକ 1:46 pmଭୁବନେଶ୍ବର: ସର୍ବଦଳୀୟ ବୈଠକ ପରେ ବି ଚାଲିପାରିଲାନି ଗୃହ। ଅପରାହ୍ଣ ୪ଟା ଯାଏ ବିଧାନସଭା ମୁଲତବୀ।

ସ୍ପିକମେକେର ପ୍ରତିଷ୍ଠାତା ଓ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଡ: କିରଣ ସେଠଙ୍କ ସହିତ ସାମ୍ବାଦିକ ସମ୍ମିଳନୀ

93 0

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଭାରତୀୟ କଳା ଓ ସଂସ୍କୃତିର ପ୍ରଚାର ପ୍ରସାର ନିମନ୍ତେ ୧୯୭୭ ମସିହାରେ ସ୍ପିକମେକେ ନାମକ ଏକ ସଂସ୍ଥାର ପ୍ରତିଷ୍ଠା କରିଥିଲେ ପଦ୍ମଶ୍ରୀ ଡ କିରନ ସେଠ। ତାଙ୍କର ବୟସ ଯେତେ ବଢୁଛି ତାଙ୍କର ସମାଜ ପାଇଁ କର୍ତ୍ତବ୍ୟ ସେତେ ବଢି ବଢି ଯାଉଛି। ଭାରତୀୟ ସଂସ୍କୃତିର ପ୍ରଚାର ପ୍ରସାର ପାଈଁ ସାଇକେଲରେ ଭାରତ ଭ୍ରମଣ କରିବା ପାଇଁ ବାହାରିଛନ୍ତି। ତିନୋଟି ପର୍ଯ୍ୟାୟରେ ଏହି ପରିଭ୍ରମଣ କରିବା ସହ ଲୋକଙ୍କୁ ନିଜ ଦେଶର କଳା ସଂସ୍କୃତି ବିଷୟରେ ଅବଗତ ତଥା ସଚେତନ କରିବା ପାଇଁ ଏହି ପ୍ରୟାସ କରୁଛନ୍ତି। ୫୮ ବର୍ଷ ବୟସରେ ଲୋକ ଅବସର ଗ୍ରହଣ କରି ଘରେ ଅବସରପ୍ରାପ୍ତ ଜୀବନ ନିର୍ବାହ କରୁଥିବା ବେଳେ ଶ୍ରୀ କିରନ ସେଠ ୭୪ ବର୍ଷ ବୟସରେ ପଦାର୍ପଣ କରିବା ପରେ ମଧ୍ୟ ସେ ତାଙ୍କର କାର୍ଯ୍ୟ କରି ଚାଲିଛନ୍ତି।

ଶ୍ରୀ ସେଠ ତୃତୀୟ ପର୍ଯ୍ୟାୟରେ ବମ୍ବେ , ପୁନା ହୋଇ ତାଙ୍କର ଯାତ୍ରା ଆରମ୍ଭ କରିଛନ୍ତି। ଝାରସୁଗୁଡ଼ା ଦେଇ ଓଡ଼ିଶା ଅତିକ୍ରମ କରୁଥିବା ଜାଣି ସ୍ପିକମେକେର ସଦସ୍ୟା ଡ ସୁନନ୍ଦା ଜତି ପଦ୍ମଶ୍ରୀ ଶ୍ରୀ ସେଠଙ୍କୁ ନିମନ୍ତ୍ରଣ କରି ଟିଟିଲାଗଡ ତଥା ଆଖପାଖ ଅଞ୍ଚଳର ଛାତ୍ର ଛାତ୍ରୀ କିପରି ନିଜ ଅଞ୍ଚଳର କଳା ସଂସ୍କୃତିଙ୍କୁ ବଞ୍ଚେଇ ରଖିବେ ସେ ନେଇ ଏକ ସାମ୍ୱାଦିକ ସମ୍ମିଳନୀ ସ୍ଥାନୀୟ ପ୍ରଭାବତୀ ପବ୍ଲିକ ସ୍କୁଲ ପରିସରରେ ଶୁକ୍ରବାର ସନ୍ଧ୍ୟାରେ ଆୟୋଜିତ ହୋଇଥିଲା। ଏହି ସାଇକେଲ ଯାତ୍ରାର ତିନୋଟି ମୁଖ୍ୟ ଉଦ୍ଦେଶ୍ୟ କଣ ସେ ବିଷୟରେ ସାମ୍ୱାଦିକଙ୍କୁ ଅବଗତ କରାଇ କହିଥିଲେ, ସେ ଭିତରେ ସାଇକେଲ ଚଲାଇଲେ ଦେହ ସୁସ୍ଥ ରହିବ, ଏକୁଟିଆ ସାଇକେଲ ଚଲାଇଲେ ଏକାଗ୍ରତା ବହୁତ ବଢ଼ିଥାଏ, ଭାରତୀୟ କଳା ଓ ସଂସ୍କୃତିର ପ୍ରଚାର ପ୍ରସାର, ମହାତ୍ମା ଗାନ୍ଧୀଙ୍କୁ ଲୋକ ଭୁଲିବାକୁ ଲାଗିଲେଣି, ତାଙ୍କର ଅହିଂସା ନୀତି, ଶାନ୍ତିର ବାର୍ତ୍ତା ଦେବା ପାଇଁ ଏହି ପ୍ରୟାସ।

ଦିନକୁ ଦିନ ଛାତ୍ର ଛାତ୍ରୀଙ୍କ ଏକାଗ୍ରତା ଆଉ ରହୁନି, ବର୍ଷରେ ଚାଳିଶ ଛାତ୍ର ଛାତ୍ରୀ ଆତ୍ମହତ୍ୟା କରୁଛନ୍ତି, ବହୁତ ଚିନ୍ତାଗ୍ରସ୍ତ ଅବସ୍ଥାରେ ସେମାନେ ଗତି କରୁଛନ୍ତି, ସେମାନଙ୍କୁ ଠିକ ଦିଗରେ ନେବାକୁ ହେଲେ ନିଜର ଛୁଆ ପିଲାଙ୍କୁ ଭଲ ଏକାଗ୍ରତା ଓ ଧର୍ଯ୍ୟ କିପରି ରଖିବେ ସେ ଦିଗରେ କାମ କରିବାକୁ ପଡ଼ିବ। ଏ ଦିଗରେ ସମସ୍ତେ ଯତ୍ନବାନ ହେବାର ସମୟ ଆସିଗଲାଣି। ଯୋଗ ପ୍ରାଣାୟାମ , ଶାସ୍ତ୍ରୀୟ ସଙ୍ଗୀତ ଦ୍ବାରା ହିଁ ଏକାଗ୍ରତା ଆଣି ହେବ, ଛାତ୍ର ଛାତ୍ରୀ ମାନଙ୍କୁ ଏ ଦିଗରେ ଶିକ୍ଷାଦାନ କଲେ ନିଶ୍ଚୟ ସୁଫଳ ମିଳି ପାରିବ ବୋଲି ଶ୍ରୀ ସେଠ ନିଜ ବକ୍ତବ୍ୟରେ କହିଥିଲେ। ଏହି ସାମ୍ୱାଦିକ ସମ୍ମିଳନୀକୁ ସଫଳ ରୁପେ ପରିଚାଳନା କରିବାରେ ପ୍ରଭାବତୀ ପବ୍ଲିକ ସ୍କୁଲର ଅଦ୍ଧକ୍ଷା ଡ ସୁନନ୍ଦା ଜତି, ଶିକ୍ଷୟତ୍ରୀ ଧରିତ୍ରୀ ମହାନ୍ତିଙ୍କ ସମେତ ସ୍କୁଲର ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ଆୟୋଜନ କରିବାରେ ସହଯୋଗ କରିଥିଲେ।

Related Post

କିଡନୀ ରୋଗୀଙ୍କ ମୃତ୍ୟୁ

Posted by - August 5, 2023 0
ହରଭଙ୍ଗା:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ମଲିକ ପଡ଼ା ଗ୍ରାମର ରମେଶ ଦୀପ ଙ୍କ ଗତକାଲି କଟକ ବଡ଼ ମେଡିକାଲ ରେ ଠାରେ ଚିକିତ୍ସାଧିନ ଅବସ୍ଥାରେ…

ନିଟ ପରୀକ୍ଷାରେ ସଫଳତା ହାସଲ କଲେ ଟିଟିଲାଗଡର ନିହାର ରଞ୍ଜନ ବେହେରା

Posted by - June 19, 2023 0
ଟିଟିଲାଗଡ଼:( ସଞ୍ଜୟ କୁମାର ନାୟକ)ଟିଟିଲାଗଡ ପୌରପରିଷଦ ୱାର୍ଡ ନମ୍ବର ୧୨ ଅନ୍ତର୍ଗତ ଝ।ଙ୍କର ପଡ଼ାରେ ରହୁଥିବା ଜଣେ ରେଳ ବିଭାଗ କର୍ମଚାରୀଙ୍କ ପରିବାର। ମା ପ୍ରେମଲତା ବେହେରା…

ତୃତୀୟ ଦିନରେ ହରିଶଙ୍କର ମହୋତ୍ସବ, ପ୍ରତି କୂଳପାଗ ରେ ମଧ୍ୟ ପ୍ରବଳ ଜନ ସମାଗମ

Posted by - May 4, 2023 0
ଖପ୍ରାଖୋଲ: ୩/୫(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ପ୍ରସିଦ୍ଧ ଧର୍ମପୀଠ ହରିଶଙ୍କର ଠାରେ ଚାଲିଥିବା ହରିଶଙ୍କର ମହୋତ୍ସବ ଆଜି ତୃତୀୟ ଦିନ ପହଞ୍ଚି ଅଛି।…

ଉତ୍କଳ ବିସ୍ଥାପିତ,କ୍ଷତିଗ୍ରସ୍ତ ସଂଘ ର ପୁନର୍ଗଠନ ନିମନ୍ତେ ଅନ୍ତିମ ବୈଠକ

Posted by - October 17, 2023 0
କାଶୀପୁର:(ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଦୋରଗୁଡା ଥାନା ଅନ୍ତର୍ଗତ ଉତ୍କଳ ଆଲୁମିନା କମ୍ପାନୀ ଦ୍ୱାରା ବିସ୍ଥାପିତ ଓ କ୍ଷତିଗ୍ରସ୍ତ ପ୍ରଭାବିତ ଅଞ୍ଚଳ ର ୨୪…

ବରକନ୍ୟାକୁ ଧରି ଫେରୁଥିବା ଗାଡି ଦୁର୍ଘଟଣା ଗ୍ରସ୍ତ

Posted by - June 12, 2023 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥ ର କୃଷି ବିଜ୍ଞାନକେନ୍ଦ୍ର ଠାରେ ଦୁର୍ଘଟଣା ଗ୍ରସ୍ତ ହେଲା ବରକନ୍ୟା ଙ୍କୁ ନେଇ…