Breaking News
10:10 amଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର: ୨୭ ଏକର ଜମିକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଅନୁମତି ୧୧୬୪ ଏକର ଜମିରେ ନିର୍ମାଣ ହେବ ବିମାନବନ୍ଦର 10:10 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଢ଼େଇବର ଗ୍ରାମରେ ଚରିତ୍ର ଉପରେ ସନ୍ଦେହରୁ ଦୁଃଖଦ ପରିଣାମ: ବିଷଧର ନାଗ ଆଣି ପତ୍ନୀ ଓ ଶିଶୁକନ୍ୟାକୁ ହତ୍ୟା ଅଭିଯୁକ୍ତ ସ୍ବାମୀ ଗିରଫ 10:08 amଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗର ସୁପରିଟେଣ୍ଟେଡ଼ ଗଙ୍ଗା ପାଇକରାୟଙ୍କ ନବରଙ୍ଗପୁର ସ୍ଥିତ ଭଡାଘରେ ଆଜି ଭିଜିଲାନ୍ସ ରେଡ଼ କରିଛି 1:47 pmବୌଦ୍ଧ: ବୌଦ୍ଧ ବୁଟୁପାଲିରେ ଥିବା ପୁଲିସ କଲୋନୀର କ୍ୱାଟର୍ସରୁ ଜଣେ ମହିଳା କନେଷ୍ଟବଳଙ୍କ ମୃତଦେହ ଜବତ,ସ୍ୱାମୀ ଅଟକ 1:46 pmଭୁବନେଶ୍ବର: ସର୍ବଦଳୀୟ ବୈଠକ ପରେ ବି ଚାଲିପାରିଲାନି ଗୃହ। ଅପରାହ୍ଣ ୪ଟା ଯାଏ ବିଧାନସଭା ମୁଲତବୀ।

ଏସ୍‌ସି ଏସ୍‌ଟି ଉନ୍ନୟନ ବିଭାଗର ସହକାରି ନିର୍ଦ୍ଦେଶିକା ପ୍ରଣତି ପାତ୍ରଙ୍କ ବୌଦ୍ଧ ଜିଲ୍ଲା ଗସ୍ତ

32 0

ବୌଦ୍ଧ:( ଚିତ୍ତରଞ୍ଜନ ସିଂହ )ଏସ୍‌ସି ଏସ୍‌ଟି ଉନ୍ନୟନ ବିଭାଗର ସହକାରି ନିର୍ଦ୍ଦେଶିକା ପ୍ରଣତି ପାତ୍ର ବୌଦ୍ଧ ଜିଲା ଗସ୍ତରେ ଆସି ଜିଲା ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି । ଏହି ପରିଦର୍ଶନ ସମୟରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକନ୍ତି ବଳିୟାରସିଂହ, ଜିଲା ସମାଜ ମଂଗଳ ଅଧିକାରୀ ସୂର୍ଯ୍ୟନାରାୟଣ ବେହେରାଙ୍କ ସମତେ ଅନ୍ୟ ମାନେ ଉପସ୍ଥିତ ରହିଥିଲେ । ସହକାରି ନିର୍ଦ୍ଦେଶିକା ପ୍ରଣତି ପାତ୍ର ବୌଦ୍ଧ ଜିଲା ସଂଗ୍ରହାଳୟ ପରିଦର୍ଶନ କରି ସଂଗ୍ରହ ଏବଂ ସ୍ଥାନିତ ହୋଇଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଜିନିଷ ନେଇ ଖୁସିବ୍ୟକ୍ତ କରିଛନ୍ତି ।

ଜିଲା ସମାଜ ମଂଗଳ ବିଭାଗ ପକ୍ଷରୁ ବୌଦ୍ଧ ଜିଲାର ବିଭିନ୍ନ ସ୍ଥାନରେ ଆଜି ଅଭିଵାବକ ଆମ ଅଂଶୀଦାର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।

ଆଜି ଜିଲାର ସିନ୍ଧୁଗୋରା ଓ ବରଗୋଚ୍ଛା ଆଶ୍ରମ ସ୍କୁଲ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଏସ୍‌ଟି ଏସ୍‌ସି ଉନ୍ନୟନ ବିଭାଗର ସହକାରି ନିର୍ଦ୍ଦେଶିକା ପ୍ରଣତି ପାତ୍ର ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଜିଲା ସମାଜ ମଂଗଳ ଅଧିକାରୀ ସୂର୍ଯ୍ୟନାରାୟଣ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମକୁ ବିଭାଗୀୟ କର୍ମଚାରୀ ଓ ଶିକ୍ଷକ ଶିକ୍ଷୟତ୍ରୀମାନେ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସହିତ ଅଭିବାବକମାନେ ଯୋଗଦେଇଥିଲେ ।

Related Post

ଢେଙ୍କାନାଳ ଅରବିନ୍ଦ ବଜାର , ମହିସାପାଟ ଶ୍ରି ଶ୍ରୀ ମହାଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ତରଫରୁ ମହାଲକ୍ଷ୍ମୀ ପୂଜା ପାଳିତ

Posted by - October 30, 2023 0
ଢେଙ୍କାନାଳ: ଅରବିନ୍ଦ ବଜାର , ମହିସାପାଟ ଶ୍ରି ଶ୍ରୀ ମହାଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ତରଫରୁ ମହାଲକ୍ଷ୍ମୀ ପୂଜା ପାଳିତ ହୋଇଯାଇଛି । ପ୍ରତାହାରୁ କଳସ ଯାତ୍ରା ପରେ…

ଶିଶୁ ମହୋତ୍ସବ ସୁରଭି ୨୦୨୩ କାର୍ଯ୍ୟକ୍ରମ

Posted by - October 4, 2023 0
କାଶୀପୁର:(ଅଞ୍ଜନ କୁମାର ନାଏକ)ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ପଞ୍ଚାୟତ ଉନ୍ନତ ସରକାରୀ ଉଛ ବିଦ୍ୟାଳୟ ଠାରେ 2023 ସୁରଭି କାର୍ଯ୍ୟକ୍ରମ ତଥା କ୍ଲଷ୍ଟର ସ୍ତରୀୟ…

ବିଭିନ୍ନ ଦାବି ନେଇ ଓଡିଶା କୃଷକ ସଭାର ବେଲଗୁଣ୍ଠା ତହସିଲ ସମୁଖରେ ବିକ୍ଷୋଭ ଓ ସ୍ମାରକ ପତ୍ର ପ୍ରଦାନ

Posted by - October 17, 2023 0
ବେଲଗୁଣ୍ଠା:୧୭ /୧୦ (ସୁଶାନ୍ତ କୁମାର ବେହେରା )ବିଭିନ୍ନ ଦାବି ନେଇ ଓଡିଶା କୃଷକ ସଭା ଗଞ୍ଜାମ ଜିଲ୍ଲା ସଭାପତି ପି. ହରିକୃଷ୍ଣ ରେଡ୍ଡୀଙ୍କ ନେତୃତ୍ୱରେ ଓଡ଼ିଶା କୃଷକ…

ନବରଙ୍ଗପୁର ମହାବିଦ୍ୟାଳୟରେ ଦର୍ଶନ ଶାସ୍ତ୍ର ବିଭାଗ ର ଆଲୋଚନା ଚକ୍ର ଓ ନବାଗତଙ୍କୁ ସ୍ଵାଗତ

Posted by - November 15, 2023 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ନବରଙ୍ଗପୁର ମହାବିଦ୍ୟାଳୟର ଦର୍ଶନ ଶାସ୍ତ୍ର ବିଭାଗ ପକ୍ଷରୁ “ବସୁଧୈବ କୁଟୁମ୍ବକମ୍” ଏବଂ “ଶ୍ରୀମଦ୍ ଭଗବତ ଗୀତା ” ଉପରେ ଏକ ଦିବସୀୟ ଆଲୋଚନା ଚକ୍ର…